୧୨,୧୧୦ କୋଟି ଟଙ୍କାର କୃଷି ଋଣ ଛାଡ଼ କଲେ ସରକାର

ଚେନ୍ନାଇ: କୃଷି ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ତାମିଲନାଡୁର କ୍ଷମତାସୀନ ଏଆଇଏଡିଏମକେ ସରକାର ବଡ଼ ଘୋଷଣା କରିଛନ୍ତି। ସମବାୟ ବ୍ୟାଙ୍କରୁ ରାଜ୍ୟରେ ଋଣ ନେଇଥିବା ୧୬.୪୩ ଲକ୍ଷ ଚାଷୀଙ୍କ କୃଷି ଋଣରୁ ୧୨,୧୧୦ କୋଟି ଟଙ୍କା ଆଜି ସରକାର ଛାଡ଼ କରିଦେଇଛନ୍ତି।

ଆଜି ରାଜ୍ୟ ବିଧାନସଭାରେ ଏହା ଘୋଷଣା କରି ମୁଖ୍ୟମନ୍ତ୍ରୀ ଇଡାପାଡ୍ଡି କେ ପଲାନିସ୍ୱାମୀ କହିଛନ୍ତି, ଏହି ନିଷ୍ପତ୍ତି ତତ୍କାଳ ଭାବେ ଲାଗୁ ହେବ ଓ ଏହି ଯୋଜନା ପାଇଁ ଆବଶ୍ୟକ ଅର୍ଥ ସରକାର ବ୍ୟାଙ୍କ ଗୁଡ଼ିକୁ ଦେବେ। ଏଆଇଏଡିଏମକେ ଏକମାତ୍ର ଦଳ ଯିଏ ତା’ର ସବୁ ପ୍ରତିଶ୍ରୁତି ପୂରଣ କରିଛି ଓ ଆଗକୁ ମଧ୍ୟ ଅନେକ ଜନ କଲ୍ୟାଣ ସ୍କିମ ନେଇ ସରକାର ଆଗକୁ ଆସିବେ।

୧୨,୧୧୦ କୋଟି କୃଷି ଋଣ ଛାଡ଼ ହୋଇଥିବାରୁ ରାଜ୍ୟର ୧୬.୪୩ ଲକ୍ଷ ଚାଷୀ ଲାଭବାନ ହେବ। ସେମାନଙ୍କୁ ଆଉ ଋଣ ସୁଝିବା ଚିନ୍ତା ଘାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।