ପେଟ ବଥା ନାଁରେ ଦୁଷ୍କର୍ମ, ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ରାୟପୁର: ପେଟ ବଥା ନାଁରେ ଦୁଇ ଭଉଣୀଙ୍କୁ ଯୌନ ନିର୍ଯାତନା। ଜଣେ ତାନ୍ତ୍ରିକ ଏଭଳି କୁତ୍ସିତ କାରନାମା କରିଥିଲେ। ଏବେ ଏହି ମାମଲାର ଦଣ୍ଡାଦେଶ ଶୁଣାଇଛନ୍ତି ଛତିଶଗଡ଼ ରାୟପୁର ଜିଲ୍ଲାର କୋର୍ଟ। ଦୁଇ ଭଉଣୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୨୦-୨୦ ବର୍ଷ ଲେଖାଏଁ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି। ସବୁଠୁ ବଡ଼ କଥା ହେଲା ଦୁଷ୍କର୍ମ କରିବା ପରେ ଦୁଇ ଝିଅଙ୍କୁ ଧମକ ଦେଇଥିଲା ତାନ୍ତ୍ରିକ ଜଣଙ୍କ। ହେଲେ କିଛି ମାସ ନିରବ ରହିପାରେ ଦୁଇ ପୀଡ଼ିତା ପରିବାର ଲୋକଙ୍କୁ ସମସ୍ତ କଥା କହିଥିଲେ।

ଏହି ମାମଲା ରାୟପୁରର ଏକ ଫାଷ୍ଟ ଟ୍ରାକ କୋର୍ଟରେ ବିଚାର ହୋଇଛି। ବିଚାରପତି ପୂଜା ଜୟଶ୍ୱାଲ ଏହି ମାମଲାର ବିଚାର କରି ଦଣ୍ଡ ଶୁଣାଇଛନ୍ତି। ତାନ୍ତ୍ରିକ ଲାଲ ଦେବାଙ୍ଗନ (୪୮)କୁ ଏହି ମାମଲାକୁ ଦୁଇଟି ମାମଲା କହି ୨୦ ବର୍ଷ ଲେଖାଏଁ ମୋଟ୍ ୪୦ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି। ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର ତାରଚାନ୍ଦ କୋଶଲେ କହିଛନ୍ତି, ୪୦ ବର୍ଷ ପାଇଁ କୋର୍ଟ ଦଣ୍ଡାଦେଶ ଶୁଣାଇବା ସହିତ ମୋଟ୍ ୧୦ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି।

ସୂଚନାଯୋଗ୍ୟ, ୨୦୧୬ ମସିହା ଡିସେମ୍ୱର ମାସରେ ୨୧ ଓ ୧୯ ବର୍ଷୀୟ ଦୁଇ ଭଉଣୀଙ୍କ ପେଟ ବଥା ହୋଇଥିଲା। ପେଟ ବଥା ନକମିବାରୁ ପରିବାର ଲୋକେ ଏହି ଭଣ୍ଡ ତାନ୍ତ୍ରିକର ସହଯୋଗ ଲୋଡ଼ିଥିଲେ। ଆଉ ୨୦୧୭ ଜାନୁଆରୀ ଆରମ୍ଭରେ ଦୁଇ ଭଉଣୀଙ୍କ ଚିକିତ୍ସା ପାଇଁ ତାନ୍ତ୍ରିକ ପାଖକୁ ପରିବାର ଲୋକେ ନେଇଯାଇଥିଲେ। ଏହାପରେ ଚିକିତ୍ସା ନାଁରେ ଲାଲ ଦେବାଙ୍ଗନ ଦୁଇ ଭଉଣୀଙ୍କ ସହ ଦୁଷ୍କର୍ମ କରିଥିଲା। ପରେ କାହାକୁ କହିଲେ ହତ୍ୟା ଧମକ ଦେଇଥିଲା। ଏହାପରେ ଦୁଇ ପୀଡ଼ିତା ଭୟଭୀତ ହୋଇ ନିଜ ପାଖରେ ଏଭଳି ସମ୍ୱେଦନଶୀଳ ପ୍ରସଙ୍ଗକୁ ଲୁଚାଇଥିଲେ। ପରେ ୨୦୧୭ ସେପ୍ଟମ୍ୱର ମାସରେ ପରିବାର ଲୋକଙ୍କ ପାଖରେ ପୀଡ଼ିତା ଦୁଇ ଜଣ ସବୁ କଥା କହିଥିଲେ। ଆଉ ସେହି ମାସରେ ରାୟପୁରର ଗୁଧିଆରୀ ଥାନାରେ ଏତଲା ଦେଇଥିଲେ ପୀଡ଼ିତାଙ୍କ ପରିବାର ଲୋକେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।