ଟପ୍ ଥିଙ୍କ ଟ୍ୟାଙ୍କ ସିପିଆରରେ ଆୟକର ରେଡ୍

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ସ୍ୱାଧୀନ ଟପ୍‌ ଥିଙ୍କ ଟ୍ୟାଙ୍କ ସେଣ୍ଟର ଫର ପଲିସି ରିସର୍ଚ୍ଚ (ସିପିଆର)ରେ ଆଜି ଆୟକର ବିଭାଗର ରେଡ ହୋଇଛି। ହରିଆଣା, ମହାରାଷ୍ଟ୍ର ଓ ଗୁଜରାଟର ସମେତ ଏକାଧିକ ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଉଛି। ୨୦ରୁ ଅଧିକ ପଞ୍ଜୀକୃତ କିନ୍ତୁ ଅଣ ସ୍ୱୀକୃତି ପ୍ରାପ୍ତ ରାଜନୀତିକ ଦଳକୁ ପାଣ୍ଠି ଯୋଗାଣ ନେଇ ଏପରି ରେଡ୍‌ କରାଯାଇଥିବା ଜଣାପଡ଼ିଛି। ତେବେ ଏ ସମ୍ପର୍କରେ ସିପିଆର ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିନି।

ମିଳିଥିବା ସୂଚନା ଅନୁଯାୟୀ, ଆୟକର ବିଭାଗର ୧୦ରୁ ଅଧିକ ଅଫିସର ସିପିଆର ଅଫିସ ମଧ୍ୟରେ ଛାନଭିନ କରୁଛନ୍ତି। ସେମାନଙ୍କ ଫୋକସରେ ସଂସ୍ଥାର ଆକାଉଣ୍ଟ ବହିଗୁଡ଼ିକ ରହିଛି। ଆଜି ମଧ୍ୟାହ୍ନରେ ଆୟକର ଅଫିସରେ ପହଞ୍ଚିଥିଲା ଓ ଏବେ ବି ରେଡ୍‌ ଜାରି ରହିଛି।

ଏକଦା ଶିକ୍ଷାବିତ ତଥା ବିଜେପି ସରକାରକୁ ସବୁବେଳେ ସମାଲୋଚନା କରୁଥିବା ପ୍ରତାପ ଭାନୁ ମେହେତା ସିପିଆରର ମୁଖ୍ୟ ଥିଲେ। ବର୍ତ୍ତମାନ ସିପିଆରର ଗଭର୍ଣ୍ଣି ବଡିର ଅଧ୍ୟକ୍ଷତା ମୀନାକ୍ଷୀ ଗୋପିନାଥ କରୁଛନ୍ତି। ସେ ଜେଏନ୍‌ୟୁର ପଲଟିକାଲ ଶିକ୍ଷାରେ ପାଠ ପଢ଼ାଉ ଥିଲେ। ସେହିପରି ଲେଡି ଶ୍ରୀ ରାମ କଲେଜର ପ୍ରିନ୍ସିପାଲ ମଧ୍ୟ ରହିଥିଲେ। ଏହାର ସଭାପତି ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହେଉଛନ୍ତି ୟାମିନି ଆୟର। ସିପିଆରର ବୋର୍ଡରେ ପୂର୍ବତନ ବୈଦେଶିକ ସଚିବ ଶ୍ୟାମ ସରନ ଓ ଆଇଆଇଏମ ପ୍ରଫେସର ରାମା ବିଜାପୁରକାର ରହିଛନ୍ତି।

ଫଣ୍ଡି ମାମଲାରେ ଥିଙ୍କଟ୍ୟାଙ୍କର ୱେବସାଇଟରେ କୁହାଯାଇଛି, ଭାରତ ସରକାର ଦ୍ୱାରା ଅଣଲାଭକାରୀ ସଂସ୍ଥାର ମାନ୍ୟତା ପାଇଥିବାରୁ ଏହା ପାଉଥିବା ଟଙ୍କା ଟିକସ ମୁକ୍ତ। ସିପିଆର ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ସ୍ତରରୁ ଅନୁଦାନ ପାଇଛି। ଏହା ମଧ୍ୟରେ ଏକାଧିକ ଫାଉଣ୍ଡେସନ, କର୍ପୋରେଟ ଅଫିସ, ସରକାର ଓ ମଲ୍ଟିଲାଟେରାଲ ଏଜେନ୍ସି ରହିଛନ୍ତି। ସଂସ୍ଥାର ୱେବସାଇଟରେ ବାର୍ଷିକ ନେଣଦେଣର ତଥ୍ୟ ରହିଥିବା କୁହାଯାଇଛି।

୧୯୭୩ରେ ପ୍ରତିଷ୍ଠା ହୋଇଥିବା ଏହି ସଂସ୍ଥା ନିଜକୁ ସବୁବେଳେ ନିରପେକ୍ଷ କହି ଆସୁଛି। ଅତ୍ୟନ୍ତ ଗୁଣାତ୍ମ ଛାତ୍ରବୃତ୍ତି, ସୁନ୍ଦର ନୀତି ଓ ଭାରତୀୟଙ୍କ ଜୀବନକୁ ପ୍ରଭାବିତ କରୁଥିବା ବିଷୟବସ୍ତୁ ଉପରେ ରିସର୍ଚ୍ଚ କରି ରିପୋର୍ଟ ପ୍ରକାଶ କରିଥାଏ। ପ୍ରାସଙ୍ଗିକ ପ୍ରଶ୍ନ କରିବା ମଧ୍ୟ ଏହି ସଂସ୍ଥାର ଏକ ଲକ୍ଷ୍ୟ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।