ଶିବସେନା କାହାର? ଉଦ୍ଧବ ଠାକରେ ଓ ସିନ୍ଦେଙ୍କୁ ପ୍ରମାଣ ମାଗିଲେ ଇସି

ମୁମ୍ବାଇ: ବାଲା ସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଶିବସେନାର ନିୟନ୍ତ୍ରଣ କାହା ପାଖରେ ରହିବ? ବାଲା ସାହେବଙ୍କ ପୁଅ ଉଦ୍ଧବ ଠାକରେ ନିଜକୁ ପ୍ରକୃତ ଶିବ ସୈନିକ କହୁଥିବା ବେଳେ ତାଙ୍କୁ ବିରୋଧ କରି ବିଜେପି ସହ ହାତ ମିଳାଇଥିବା ଏକନାଥ ସିନ୍ଦେ ମଧ୍ୟ ସମାନ ଦାବି କରୁଛନ୍ତି। ଏହି ଲଢ଼େଇ ଭିତରେ ଉଭୟ ସିନ୍ଦେ ଓ ଉଦ୍ଧବ ଠାକେର ଗୋଷ୍ଠୀଙ୍କୁ ସଂଖ୍ୟାଗରିଷ୍ଠତାର ଦସ୍ତାବିଜ ମାଗିଛନ୍ତି ନିର୍ବାଚନ କମିଶନ। ଯେଉଁ ଗୋଷ୍ଠୀ ଉପଯୁକ୍ତ ପ୍ରମାଣ ଦେଇପାରିବେ, […]

shivSena

shivSena

Hemant Lenka
  • Published: Saturday, 23 July 2022
  • Updated: 23 July 2022, 09:27 AM IST

Sports

Latest News

ମୁମ୍ବାଇ: ବାଲା ସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଶିବସେନାର ନିୟନ୍ତ୍ରଣ କାହା ପାଖରେ ରହିବ? ବାଲା ସାହେବଙ୍କ ପୁଅ ଉଦ୍ଧବ ଠାକରେ ନିଜକୁ ପ୍ରକୃତ ଶିବ ସୈନିକ କହୁଥିବା ବେଳେ ତାଙ୍କୁ ବିରୋଧ କରି ବିଜେପି ସହ ହାତ ମିଳାଇଥିବା ଏକନାଥ ସିନ୍ଦେ ମଧ୍ୟ ସମାନ ଦାବି କରୁଛନ୍ତି। ଏହି ଲଢ଼େଇ ଭିତରେ ଉଭୟ ସିନ୍ଦେ ଓ ଉଦ୍ଧବ ଠାକେର ଗୋଷ୍ଠୀଙ୍କୁ ସଂଖ୍ୟାଗରିଷ୍ଠତାର ଦସ୍ତାବିଜ ମାଗିଛନ୍ତି ନିର୍ବାଚନ କମିଶନ। ଯେଉଁ ଗୋଷ୍ଠୀ ଉପଯୁକ୍ତ ପ୍ରମାଣ ଦେଇପାରିବେ, ସେ ହିଁ ଶିବସେନାକୁ ନିୟନ୍ତ୍ରଣ କରିବେ ବୋଲି ନିର୍ବାଚନ କମିଶନ କହିଥିବା ଜଣାପଡ଼ିଛି।

ଶିବସେନା ଉପରେ ହକ ଦାବି କରି ସିନ୍ଦେ ଗୋଷ୍ଠୀ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଇସି ଏହାକୁ ଗ୍ରହଣ କରି ଉଭୟ ଗୋଷ୍ଠୀଙ୍କୁ ପ୍ରମାଣ ମାଗିଛନ୍ତି। ଅଗଷ୍ଟ ୮ ସୁଦ୍ଧା ସେମାନେ ଦସ୍ତାବିଜ ଦାଖଲ କରିବା ପରେ ଇସି ବିଧିବଦ୍ଧ ଭାବେ ଏହାର ଯାଞ୍ଚ ଆରମ୍ଭ କରି ପରବର୍ତ୍ତୀ ପଦକ୍ଷେପ ନେବେ। ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର କାରଣ ଲଖିତ ଭାବେ ଜଣାଇବାକୁ ମଧ୍ୟ ଇସି ନୋଟିସ ଜାରି କରି କହିଛନ୍ତି।

ଇସିଙ୍କୁ ଚିଠି ଲେଖି ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେ କହିଥିଲେ ଯ ତାଙ୍କ ସହ ଶିବସେନାର ୪୦ ଜଣ ବିଧାୟକ ଓ ୧୨ ଜଣ ସାଂସଦ ରହିଛନ୍ତି। ତାଙ୍କ ପାଖରେ ଶିବସେନାର ଅଧିକାଂଶ ସଦସ୍ୟ ଥିବାରୁ ସେ ହିଁ ପ୍ରକୃତ ଶିବ ସୈନିକ। ଏଥିପାଇଁ ତାଙ୍କୁ ଦଳର ଚିହ୍ନ ଧନୁ ଓ ତୀର ମିଳିବା ଦରକାର।

ଏଥିସହ ସେ ଆହୁରି କହିଥିଲେ ଯେ ଉଦ୍ଧବ ଠାକରେଙ୍କ ଦ୍ୱାରା ଗଠନ ହୋଇଥିବା ଶିବସେନାର ଜାତୀୟ କାର୍ଯ୍ୟକାରିଣୀକୁ ଭାଙ୍ଗି ଦିଆଯାଇଛି। ସେ ନିଜେ ଶିବସେନାର ଆଉ ଗୋଟିଏ ନୂଆ ଜାତୀୟ କାର୍ଯ୍ୟକାରିଣୀର ଗଠନ କରିଛନ୍ତି। ନୂଆ କରି ଗଠନ ହୋଇଥିବା ଜାତୀୟ କାର୍ଯ୍ୟକାରିଣୀରେ ଅଧିକାଂଶ ଶିବସେନା ନେତା ଯୋଗ ଦେଇଥିଲେ। ଏହି ଚିଠି ପାଇବା ପରେ ହିଁ ଇସି ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ କହିଛନ୍ତି।

ଇସି ନୋଟିସରେ କହିଛନ୍ତି, ପ୍ରାଥମିକୁ ତଥ୍ୟରୁ ସ୍ପଷ୍ଟ ହେଉଛି ଯେ ଶିବସେନାରେ ବିଭାଜନ ଦେଖିବାକୁ ମିଳିଛି। ଗୋଟିଏ ଗ୍ରୁପର ନେତୃତ୍ୱ ଏକନାଥ ସିନ୍ଦେ ନେଉଥିବା ବେଳେ ଅନ୍ୟ ଗ୍ରୁପର କମାଣ ଉଦ୍ଧବ ଠାକରେଙ୍କ ହାତରେ ରହିଛି। ଉଭୟ ଗୋଷ୍ଠୀ ନିଜକୁ ପ୍ରକୃତ ଶିବସେନାର ସଦସ୍ୟ କହୁଛନ୍ତି। ଏଥିସହ ଗୋଷ୍ଠୀର ଥିବା ସଦସ୍ୟମାନେ ସେମାନଙ୍କ ମୁଖ୍ୟ ନେତାଙ୍କୁ ଦଳର ସଭାପତି ଭାବେ ବିବେଚନା କରୁଛନ୍ତି।

ଉଭୟ ଗୋଷ୍ଠୀର ଦାବିକୁ ଦୃଷ୍ଟି ରଖି ତଥା ସେମାନଙ୍କ ଅଧିକାର ଓ ସ୍ୱାର୍ଥ ପାଇଁ ନିର୍ବାଚନ କମିଶନ ଦୁଇଟି ଯାକ ଗ୍ରୁପ୍‌କୁ ଲିଖିତ ଜବାବ ଦେବାକୁ କହିଛନ୍ତି। ଲିଖିତ ଜବାବ ଓ ଉପଯୁକ୍ତ ଦସ୍ତାବିଜ ଉଭୟ ଗୋଷ୍ଠୀ ପକ୍ଷରୁ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ନୋଟିସରେ କୁହାଯାଇଛି।

ଏହାପୂର୍ବରୁ ସିନ୍ଦେ ଗୋଷ୍ଠୀ ଦଳୀୟ ହ୍ୱିପ ଅବମାନନା ପାଇଁ ଉଦ୍ଧବ ଠାକରେଙ୍କ ସହ ଥିବା ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବିଧାନସଭା ବାଚସ୍ପତି ରାହୁଲ ନାରୱେକରଙ୍କୁ ପ୍ରସ୍ତାବ ଦେଇଥିଲା। ହେଲେ ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ଯାଏ ବିଧାୟକଙ୍କ ବିରୋଧରେ କୌଣସି ପଦକ୍ଷେପ ନ ନେବାକୁ କହିଛନ୍ତି।

ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ମଧ୍ୟ ସିନ୍ଦେଙ୍କ କ୍ୟାମ୍ପରେ ଥିବା ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ପୂର୍ବରୁ ପ୍ରସ୍ତାବ ଦେଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ଶୁଣାଣି ସୁପ୍ରିମକୋର୍ଟର ବୃହତ୍ତର ବେଞ୍ଚ ଅଗଷ୍ଟ ୧ରେ କରିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos