ଅନଲାଇନ ଗେମ୍‌ ପାଇଁ ସାନ ଭାଇକୁ ହତ୍ୟା କରି ପୋତି ଦେଲା

ଜୟପୁର: ଅନଲାଇନ ଗେମ ପାଇଁ ଜଣେ ୧୬ ବର୍ଷୀୟ ବାଳକ ନିଜ ସମ୍ପର୍କୀୟ ସାନ ଭାଇକୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ହତ୍ୟା କରିବା ପରେ ସେ ଶବକୁ ନିକଟସ୍ଥ ପଡ଼ିଆରେ ପୋତି ଦେଇଥିଲା। ଏହାପରେ ହତ୍ୟାର ଶିକାର ହୋଇଥିବା ୧୨ ବର୍ଷୀୟ ବାଳକଙ୍କର ବାପାଙ୍କୁ ୫ ଲକ୍ଷ ଟଙ୍କା ଦେଲେ ପୁଅ ମିଳିବ ବୋଲି ଧମକ ଦେଇଥିଲା। ରାଜସ୍ଥାନର ନାଗୁର ଜିଲ୍ଲା ଲାଡନୁରେ ଏପରି ଘଟଣା ଘଟିଛି। ଦୁଇ ଭାଇ ସବୁବେଳେ ଏକାଠି ଅନଲାଇନରେ […]

Tokens

Tokens

Hemant Lenka
  • Published: Tuesday, 14 December 2021
  • Updated: 14 December 2021, 10:40 AM IST

Sports

Latest News

ଜୟପୁର: ଅନଲାଇନ ଗେମ ପାଇଁ ଜଣେ ୧୬ ବର୍ଷୀୟ ବାଳକ ନିଜ ସମ୍ପର୍କୀୟ ସାନ ଭାଇକୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ହତ୍ୟା କରିବା ପରେ ସେ ଶବକୁ ନିକଟସ୍ଥ ପଡ଼ିଆରେ ପୋତି ଦେଇଥିଲା। ଏହାପରେ ହତ୍ୟାର ଶିକାର ହୋଇଥିବା ୧୨ ବର୍ଷୀୟ ବାଳକଙ୍କର ବାପାଙ୍କୁ ୫ ଲକ୍ଷ ଟଙ୍କା ଦେଲେ ପୁଅ ମିଳିବ ବୋଲି ଧମକ ଦେଇଥିଲା।

ରାଜସ୍ଥାନର ନାଗୁର ଜିଲ୍ଲା ଲାଡନୁରେ ଏପରି ଘଟଣା ଘଟିଛି। ଦୁଇ ଭାଇ ସବୁବେଳେ ଏକାଠି ଅନଲାଇନରେ ଗେସ୍‌ ଖେଳୁଥିଲେ। ତେବେ ଗେମିଂ ଟୋକନ ପାଇଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ୧୬ ବର୍ଷୀୟ ବାଳକ ଜଣଙ୍କ ତା’ ସାନ ଭାଇର ତଣ୍ଟି ଚିପି ହତ୍ୟା କରିଛି।

ପୁଲିସ ଦେଇଥିବା ତଥ୍ୟ ଅନୁଯାୟୀ, ୧୬ ବର୍ଷୀୟ ରାଜୁ(ଛଦ୍ମନାମ) ସବୁବେଳେ ଅନଲାଇନ ଗେମ୍‌ ଖେଳୁଥିଲା। ଗେମ ଖେଳିବା ପାଇଁ ସେ ଟଙ୍କା ମଧ୍ୟ ପୈଠ କରୁଥିଲା। ସେ ଗେମରେ ଏତେ ଅଭ୍ୟସ୍ତ ହୋଇଯାଇଥିଲା ଯେ ପଡ଼ୋଶୀ ଓ ଅନ୍ୟମାନଙ୍କ ଠାରୁ କରଜ ଆଣିବାକୁ ମଧ୍ୟ ପଛାଉ ନଥିଲା।

ଦିନକୁ ଦିନ କରଜ ବଢ଼ୁଥିବା ବେଳେ ସେ ଏହାକୁ ପରିଶୋଧ କେମିତି କରିବ, ତା’କୁ ନେଇ ଚିନ୍ତାରେ ରହୁଥିଲା। ଧୀରେଧୀରେ ସେ ନିଜ ସମ୍ପର୍କୀୟ ସାନ ଭାଇ ବିଜୁ(ଛଦ୍ମନାମ)କୁ ମଧ୍ୟ ଅନଲାଇନ ଗେମିଂ ସମ୍ପର୍କରେ ଜଣାଇ ଖେଳିବାକୁ ପ୍ରବର୍ତ୍ତାଇ ଥିଲା। ଡିସେମ୍ବର ୯ରେ ଉଭୟ ଏକାଠି ଗେମ୍‌ ଖେଳୁଥିବା ବେଳେ ଗେମିଂ ଟୋକନ ପାଇଁ ପାଟିତୁଣ୍ତ ହୋଇଥିଲା।

ଏଥିରେ ରାଗି ଯାଇ ରାଜୁ ସାନ ଭାଇ ବିଜୁର ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ଶବକୁ ନେଇ ନିକଟସ୍ଥ ପଡ଼ିଆରେ ପୋତି ଦେଇଥିଲା। ଶବ ପୋତି ସାରିବା ପରେ ସୋଶାଲ ମିଡିଆରେ ସେ ବିଜୁର ବାପାଙ୍କୁ ୫ ଲକ୍ଷ ଟଙ୍କା ଦେଲେ ପୁଅକୁ ପାଇବ ବୋଲି ଧମକପୂର୍ଣ୍ଣ ବାର୍ତ୍ତା ଦେଇଥିଲା।

ଏହାକୁ ଦେଖି ବିଜୁର ବାପା ପୁଲିସ ନିକଟରେ ପହଞ୍ଚିଥିଲେ। ଡିସେମ୍ବର ୮ ତାରିଖ ସକାଳ ୯ଟାରୁ ବିଜୁ ନିଖୋଜ ହୋଇଯାଇଥିବା ସେ ପୁଲିସ୍‌କୁ ଜଣାଇଥିଲେ। ପୁଲିସ୍ ତୁରନ୍ତ ସୋଶାଲ ମିଡିଆର ଆଇପି ଠିକଣା ଯାଞ୍ଚ କରି ଧମକ ଦେଇଥିବା ଅଭିଯୁକ୍ତ ସେହି ଗାଁର ବୋଲି ଜାଣିବାକୁ ପାଇଥିଲା।

ଏହାପରେ ଯାଞ୍ଚ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରି ରାଜୁକୁ ପଚରାଉଚରା କରିଥିଲା। ଜେରା ବେଳେ ସେ ସବୁ ସତ କଥା ମାନି ଯାଇଥିଲା। ତା’ କଥାକୁ ଆଧାର କରି ପୁଲିସ୍‌ ନିକଟସ୍ଥ ପଡ଼ିଆରୁ ବିଜୁର ଶବ ଉଦ୍ଧାର କରିଥିଲା। ସୋମବାର ଦିନ ଶବ ମିଳିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos