ତୈଳ ଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି  ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ସେ କହିଛନ୍ତି ଯେ, ୨୦୧୫ ମସିହା ପରଠାରୁ ତାଙ୍କ ରାଜ୍ୟରେ ‌ତେଲ ଟିକସ ବଢ଼ିନାହିଁ। ଟିକସ କମାଇବା ଲାଗି ରାଜ୍ୟଗୁଡ଼ିକୁ କହିବା ସମୟରେ ପ୍ରଧାନମନ୍ତ୍ରୀ ଲଜ୍ଜିତ ଅନୁଭବ କରିବା କଥା। । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବୈଠକ ଏକ ନାଟକ ଥିଲା। ମୁଖ୍ୟମନ୍ତ୍ରୀମାନଙ୍କୁ ୩-୪ ଘଣ୍ଟା […]

KCR

KCR

Tapas Behera
  • Published: Friday, 29 April 2022
  • Updated: 29 April 2022, 10:19 AM IST

Sports

Latest News

ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି  ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ସେ କହିଛନ୍ତି ଯେ, ୨୦୧୫ ମସିହା ପରଠାରୁ ତାଙ୍କ ରାଜ୍ୟରେ ‌ତେଲ ଟିକସ ବଢ଼ିନାହିଁ। ଟିକସ କମାଇବା ଲାଗି ରାଜ୍ୟଗୁଡ଼ିକୁ କହିବା ସମୟରେ ପ୍ରଧାନମନ୍ତ୍ରୀ ଲଜ୍ଜିତ ଅନୁଭବ କରିବା କଥା। । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବୈଠକ ଏକ ନାଟକ ଥିଲା। ମୁଖ୍ୟମନ୍ତ୍ରୀମାନଙ୍କୁ ୩-୪ ଘଣ୍ଟା ବସାଇ ସେମାନଙ୍କର କୌଣସି କଥା ପ୍ରଧାନମନ୍ତ୍ରୀ ଶୁଣି ନଥିଲେ। ବୈଠକରେ କୌଣସି ନିର୍ଯାସ ବାହାରି ନଥିଲା। କୋଭିଡ୍‌ ମୁକାବିଲା ନେଇ ବୈଠକ ଆୟୋଜନ ହୋଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ବୈଠକରେ ରାଜ୍ୟଗୁଡ଼ିକୁ ତେଲ ଟିକସ ହ୍ରାସ କରିବା ପାଇଁ କହିଲେ। ଲୋକଙ୍କ ଉପରେ ବୋଝ ନଲଦିବାକୁ ପ୍ରଧାନମନ୍ତ୍ରୀ କହିଥିଲେ। ସେ କାହିଁକି ଏହା ଲଦିଛନ୍ତି ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ସିଧାସଳଖ ମୋଦିଙ୍କୁ ପଚାରିଛନ୍ତି।

ରାଜ୍ୟଗୁଡ଼ିକୁ କହିବା ପରିବର୍ତ୍ତେ କେନ୍ଦ୍ର ନିଜେ କାହିଁକି ଟିକସ କମାଇବନି ବୋଲି ସେ ପ୍ରଶ୍ନ କରିଚନ୍ତି। ଯଦି ତୁମର ସାହସ ଅଛି ବର୍ଦ୍ଧିତ ଟିକସ ସଂପର୍କରେ ବିସ୍ତୃତ ବିବରଣୀ ଦିଅ। ରାଜ୍ୟଗୁଡ଼ିକୁ ଦୁର୍ବଳ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର। ‌ରାଜ୍ୟଗୁଡ଼ିକ ଦୁର୍ବଳ ହେଲେ କେନ୍ଦ୍ର ନିକଟରେ ସେମାନେ ଭିକ୍ଷା ଥାଳ ଧରି ଠିଆ ହେବେ ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ମୁଖ୍ୟମନ୍ତ୍ରୀମାନଙ୍କ ସହିତ କୋଭିଡ୍‌ ପ୍ରସଙ୍ଗରେ ଆଲୋଚନା ବେଳେ ପେଟ୍ରୋଲ ଏବଂ ଡିଜେଲ ଉପରୁ ତେଲ ହ୍ରାସ କରିବାକୁ କହିଥିଲେ। ଗତବର୍ଷ ନଭେମ୍ବରରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିଥିଲେ। ହେଲେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, କେରଳ, ଝାଡ଼ଖଣ୍ଡ ଏବଂ ତାମିଲନାଡ଼ୁ ମୂଲ୍ୟଯୁକ୍ତ ଟିକସ (ଭାଟ୍‌) ହ୍ରାସ କରି ନଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ଉପରୋକ୍ତ ରାଜ୍ୟ ବିରୋଧ କରିଥିଲେ।

ଅନ୍ୟପଟେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ‌ଯଦି ବିରୋଧୀ ରାଜ୍ୟଗୁଡ଼ିକ ଆମଦାନି ହେଉଥିବା ମଦ ପରିବର୍ତ୍ତେ ପେଟ୍ରୋଲ ଉପରୁ ଟିକସ କମାନ୍ତେ ତା’ହେଲେ ଏହା ଶସ୍ତା ହୁଅନ୍ତା। ମନ୍ତ୍ରୀ ଶ୍ରୀ ପୁରୀ ଅଧିକ ସୂଚନା ଦେବାକୁ ଯାଇ କହିଛନ୍ତି, ମହାରାଷ୍ଟ୍ର ସରକ‌ାର ପେଟ୍ରୋଲ ଉପରେ ୩୨ ଟଙ୍କା ୧୫ ପଇସାର ଟିକସ ଆଦାୟ କରୁଛି। କଂ‌ଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ ୨୯ ଟଙ୍କା ୧୦ ପଇସା ଆଦାୟ କରୁଛି। ବିଜେପି ଶାସିତ ରାଜ୍ୟ ଉତ୍ତରାଖଣ୍ଡ ୧୪ ଟଙ୍କା ୫୧ ପଇସା ଏବଂ ଉତ୍ତର ପ୍ରଦେଶ ୧୬ ଟଙ୍କା ୫୦ ପଇସା ଟିକସ ଆଦାୟ କରୁଛନ୍ତି ବୋଲି ଶ୍ରୀ ପୁରୀ ଟ୍ୱିଟ୍ କରି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos