ଟେନସେନରେ ବିଜେପି-ଜେଡିୟୁ ମେଣ୍ଟ ସରକାର

ପାଟନା: ଅଡ଼ୁଆରେ ବିହାରରେ ଗଠନ ହୋଇଥିବା ମେଣ୍ଟ ସରକାର। ବିଜେପି ଓ ଜେଡିୟୁ ଏକାଠି ସରକାର ଗଠନ କରିଥିବା ବେଳେ ଏବେ କିନ୍ତୁ ଏଥିରେ ଫାଟ ସୃଷ୍ଟି ହୋଇଛି। ଦୁଇ ଦଳ ସରକାରରେ ଥିଲେ ମଧ୍ୟ ପରସ୍ପରକୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି କିମ୍ବା କେନ୍ଦ୍ର ନେତୃବୃନ୍ଦ ଡାକୁଥିବା କୌଣସି ବୈଠକରେ ଯୋଗ ଦେଉନାହାନ୍ତି। ଏହାକୁ ନେଇ ବିଜେପି ଓ ଜେଡିୟୁ ମଧ୍ୟରେ ସବୁ କିଛି ଠିକ ନଥବା […]

Nitish-kumar

Nitish-kumar

Hemant Lenka
  • Published: Monday, 08 August 2022
  • Updated: 08 August 2022, 09:40 AM IST

Sports

Latest News

ପାଟନା: ଅଡ଼ୁଆରେ ବିହାରରେ ଗଠନ ହୋଇଥିବା ମେଣ୍ଟ ସରକାର। ବିଜେପି ଓ ଜେଡିୟୁ ଏକାଠି ସରକାର ଗଠନ କରିଥିବା ବେଳେ ଏବେ କିନ୍ତୁ ଏଥିରେ ଫାଟ ସୃଷ୍ଟି ହୋଇଛି। ଦୁଇ ଦଳ ସରକାରରେ ଥିଲେ ମଧ୍ୟ ପରସ୍ପରକୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି କିମ୍ବା କେନ୍ଦ୍ର ନେତୃବୃନ୍ଦ ଡାକୁଥିବା କୌଣସି ବୈଠକରେ ଯୋଗ ଦେଉନାହାନ୍ତି। ଏହାକୁ ନେଇ ବିଜେପି ଓ ଜେଡିୟୁ ମଧ୍ୟରେ ସବୁ କିଛି ଠିକ ନଥବା କୁହାଯାଉଛି।

ଏହି ଚର୍ଚ୍ଚା ଭିତରେ ନୀତୀଶ କୁମାର ଆସନ୍ତାକାଲି ଜେଡିୟୁର ସମସ୍ତ ବିଧାୟକ ଓ ସାଂସଦଙ୍କ ବୈଠକ ଡାକିଛନ୍ତି। ସମ୍ଭବତଃ ଏହି ବୈଠକରେ ଜେଡିୟୁର ପରବର୍ତ୍ତୀ ରାଜନୀତିକ ରଣନୀତି ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି।

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡିୟୁର ଜଣେ ମାତ୍ର ସଦସ୍ୟଙ୍କୁ ମନ୍ତ୍ରୀ କରିବାକୁ ପ୍ରସ୍ତାବ ହିଁ ବିଜେପି ଓ ଜେଡିୟୁ କଳିର ମୁଖ୍ୟ କାରଣ। ନୀତୀଶ କୁମାର ବିଜେପିର ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ। ହେଲେ ଦଳର ଅନ୍ୟତମ ବରିଷ୍ଠ ନେତା ଆରସିପି ସିଂହ ନିଜ ଆଡ଼ୁ ବିଜେପି ପ୍ରସ୍ତାବକୁ ଗ୍ରହଣ କରି କେନ୍ଦ୍ରମନ୍ତ୍ରୀ ହୋଇଥିଲେ।

ହେଲେ ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ପୂରଣ ହୋଇଯିବାରୁ ଜେଡିୟୁ ତାଙ୍କୁ ଆଉ ଥରେ ପ୍ରାର୍ଥୀ କରି ନଥିଲା। ଫଳରେ ସେ କେନ୍ଦ୍ରମନ୍ତ୍ରୀ ଓ ଶନିବାର ଜେଡିୟୁକୁ ଅଲବିଦା କହିଛନ୍ତି। ଆରିସିପି ସିଂହ ଦଳ ଛାଡ଼ିବା ପରେ ନୀତୀଶ କୁମାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ “ମୁଁ କେନ୍ଦ୍ରମନ୍ତ୍ରୀ ହୋଇ ଯାଇଥିବାରୁ ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିଲା। ମୁଁ ଗୋଟିଏ କଥା କହିବାକୁ ଚାହୁଁଛି ଈର୍ଷାର କୌଣସି ଚିକିତ୍ସା ନାହିଁ। ନୀତୀଶ କୁମାର ତାଙ୍କ ସାତ ଜନ୍ମ ପରେ ବି କେବେ ହେଲେ ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ। ଜେଡିୟୁ ଗୋଟିଏ ବୁଡ଼ୁଥିବା ଜାହାଜ।”

ଏହାର ଜବାବ ଜେଡିୟୁର ଜାତୀୟ ସଭାପତି ରାଜୀବନ ରଞ୍ଜନ ଦେଇଛନ୍ତି। ସେ ଆରସିପି ସିଂହଙ୍କ ସହ ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “କେନ୍ଦ୍ର କ୍ୟାବିନେଟରେ ଯୋଗଦେବାର ଆବଶ୍ୟକତା କ’ଣ ଥିଲା? ୨୦୧୯ରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ ଯେ ଜେଡିୟୁ କେନ୍ଦ୍ର କ୍ୟାବିନେଟରେ ସାମିଲ ହେବନି। ଜେଡିୟୁ ଆଗାମୀ ଭବିଷ୍ୟତରେ ମଧ୍ୟ କେନ୍ଦ୍ର କ୍ୟାବିନେଟରେ ଯୋଗଦେବନି।

ଜେଡିୟୁ ଆଦୌ ବୁଡ଼ି ଯାଉଥିବା ଜାହାଜ ନୁହେଁ। ଏହା ଭାସୁଥିବା ଜାହାଜ। ହଁ କିଛି ଲୋକ ଜେଡିୟୁର ଜାହାଜରେ କଣା କରି ଏହାକୁ ବୁଡ଼ାଇବାକୁ ଚେଷ୍ଟା କରୁଛନ୍ତି। ହେଲେ ସେମାନେ ଏଥିରେ କେବେ ହେଲେ ସଫଳ ହେବେନି।

ସେ( ଆରସିପି) ସିଂହ ଜେଡିୟୁ ଗଠନର ଏବିସିଡି ଜାଣିଛନ୍ତି କି? ଜେଡିୟୁ କେଉଁ ସବୁ ସଂଘର୍ଷ କରିଛି, ତା’ର ଖବର ତାଙ୍କ ପାଖରେ ଅଛି? ସେ ସବୁବେଳେ କ୍ଷମତା ପଛରେ ଦୌଡ଼ିଛନ୍ତି। ସେ ଦଳର ଜାତୀୟ ସଭାପତି ଥିଲେ। ନୀତୀଶ କୁମାର ତାଙ୍କୁ ଜାତୀୟ ସଭାପତି କରିଥିଲେ। ଏହି ଦଳର ମାଲିକ ହେଉଛନ୍ତି ଜଣେ ଓ ସେ ହେଉଛନ୍ତି ନୀତୀଶ କୁମାର। ବର୍ତ୍ତମାନ ସେ ମୋତେ ଜାତୀୟ ସଭାପତି କରିଛନ୍ତି। ମୁଁ ଦଳର କେବଳ ଜଣେ କେୟାର ଟେକର। ମାଲିକ ନୁହେଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story