ଜେଲରେ ଥିବା କଏଦୀଙ୍କୁ ପିଟିଲେ, ପିଠିରେ ଲେଖିଲେ ଆତଙ୍କବାଦୀ

ଚଣ୍ଡିଗଡ଼: ପଞ୍ଜାବର ବରନାଲା ଜିଲ୍ଲାରେ ଥିବା ଗୋଟିଏ ଜେଲରୁ ସାଂଘାତିକ ଅଭିଯୋଗ ଆସିଛି। ଏଠାରେ ଥିବା ଜଣେ ବିଚାରାଧୀନ କଏଦୀ ଜେଲ ଅଧୀକ୍ଷକ ବିରୋଧରେ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ଜେଲ ଅଧୀକ୍ଷକ ତାଙ୍କୁ ପ୍ରବଳ ମାଡ଼ ମାରିବା ସହ ପିଠିରେ ଆତଙ୍କବାଦୀ ଲେଖିଥିବା ସେ ଅଭିଯୋଗ କରିଛନ୍ତି। ପିଠିରେ ଆତଙ୍କବାଦୀ ଲେଖାଯାଇଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏହାକୁ ନେଇ ହଇଚଇ ସୃଷ୍ଟି ହେବାରୁ ରାଜ୍ୟ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୨୮ ବର୍ଷୀୟ କଏଦୀ […]

terrorist

terrorist

Hemant Lenka
  • Published: Thursday, 04 November 2021
  • Updated: 04 November 2021, 04:48 PM IST

ଚଣ୍ଡିଗଡ଼: ପଞ୍ଜାବର ବରନାଲା ଜିଲ୍ଲାରେ ଥିବା ଗୋଟିଏ ଜେଲରୁ ସାଂଘାତିକ ଅଭିଯୋଗ ଆସିଛି। ଏଠାରେ ଥିବା ଜଣେ ବିଚାରାଧୀନ କଏଦୀ ଜେଲ ଅଧୀକ୍ଷକ ବିରୋଧରେ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ଜେଲ ଅଧୀକ୍ଷକ ତାଙ୍କୁ ପ୍ରବଳ ମାଡ଼ ମାରିବା ସହ ପିଠିରେ ଆତଙ୍କବାଦୀ ଲେଖିଥିବା ସେ ଅଭିଯୋଗ କରିଛନ୍ତି।

ପିଠିରେ ଆତଙ୍କବାଦୀ ଲେଖାଯାଇଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏହାକୁ ନେଇ ହଇଚଇ ସୃଷ୍ଟି ହେବାରୁ ରାଜ୍ୟ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

୨୮ ବର୍ଷୀୟ କଏଦୀ କରମଜିତ ସିଂହ ମାନସାରେ ଥିବା ଗୋଟିଏ କୋର୍ଟରେ ଏପରି ଅଭିଯୋଗ ଆଣିଛନ୍ତି। ଏହି କୋର୍ଟରେ ଏନଡିପିଏସ୍‌ ଆଇନ ଅନୁଯାୟୀ ତାଙ୍କ ନାଁରେ ରୁଜୁ ମାମଲାର ଶୁଣାଣି ହେଉଛି। ଶୁଣାଣି ବେଳେ ହିଁ ସେ ଜେଲ ଅଧୀକ୍ଷକଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ “ଜେଲରେ ଥିବା କଏଦୀମାନଙ୍କ ଅବସ୍ଥା ଅତ୍ୟନ୍ତ ସଂଗୀନ ରହିଛି। ଏଡ୍‌ସ ଓ ହେପାଟିଟିସରେ ଆକ୍ରାନ୍ତ ଲୋକଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଉ ନାହିଁ। ମୁଁ ଯେତେବେଳେ ଏପରି ଅବ୍ୟବସ୍ଥା ବିରୋଧରେ ସ୍ୱର ଉଠାଇଲି ସେତେବେଳେ ଜେଲ ଅଧୀକ୍ଷକଙ୍କ ମୋତେ ମାଡ଼ ମାରୁଛନ୍ତି। ଏପରି କି ସେ ମୋ ପିଠିରେ ଆତଙ୍କବାଦୀ ବୋଲି ଲେଖିଛନ୍ତି।”

[caption id="" align="aligncenter" width="786"]i7qj9bu8 ଅଭିଯୋଗ ଆଣିଥିବା କଏଦୀ କରମଜିତ[/caption]

ତେବେ ଜେଲ ଅଧୀକ୍ଷକ ବଲବୀର ସିଂହ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଅଭିଯୋଗକାରୀ କମଲଜିତଙ୍କୁ ଜଣେ ଅଭ୍ୟାସ ଗତ ମିଛୁଆ ବୋଲି କହିଛନ୍ତି। ସେ କହିଛନ୍ତି, “କରମଜିତଙ୍କ ବିରୋଧରେ ଏନଡିପିଏସ୍‌ ଠାରୁ ଆରମ୍ଭ କରି ହତ୍ୟା ମାମଲା ରହିଛି। ୧୧ଟି ମାମଲାରେ ତାଙ୍କର ଶୁଣାଣି ଚାଲିଛି। ଏବେ ସେ ଏପରି ମ୍ୟାଥା ଅଭିଯୋଗ ଆମ ବିରୋଧରେ ଆଣିଛନ୍ତି। କାରଣ ସେ ଆମ ଉପରେ ଅସନ୍ତୁଷ୍ଟ ରହିଛନ୍ତି। ଆମେ ଶେଷଥର ପାଇଁ ସେ ରହୁଥିବା ବାରାକରୁ ମୋବାଇଲ ଫୋନ ପାଇଥିଲୁ।

ଏପରି କି ସେ ସଙ୍ଗୁର ଜିଲ୍ଲାର ଜେଲରେ ରହିଥିବା ବେଳେ ଏପରି କାଣ୍ଡ ଘଟାଇଥିଲେ। ସେ ଗୋଟିଏ ଥର ପୁଲିସ୍‌ ହେପାଜତରୁ ମଧ୍ୟ ଖସି ଯାଇଥିଲେ। ସେ ଅନେକ ଥର ପୂର୍ବରୁ ମିଛ କହି ସାରିଛନ୍ତି।”

ପଞ୍ଜାବ ଉପ ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରାନ୍ଧୱା ଘଟଣାକୁ ଗୁରୁତ୍ୱର ସହ ନେବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀ କଏଦୀଙ୍କ ମେଡିକାଲ ଟେଷ୍ଟ କରିବା ସହ ଏଡିଜିପି(ଜେଲ) ପିକେ ସିହ୍ନାଙ୍କୁ ବିସ୍ତୃତ ତଦନ୍ତ କରିବାକୁ ସେ କହିଛନ୍ତି। ଏଥିସହ ଡିଆଇଜି (ଫିରୋଜପୁର) ତଜିନ୍ଦର ସିଂହ ମୟୂରଙ୍କୁ ତଦନ୍ତକାରୀ ଅଧିକାରୀ ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି। ଆଜି ଠାରୁ ହିଁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story