ଅମିତ ଶାହଙ୍କ ଗସ୍ତ ପୂର୍ବରୁ ଡବଲ ଏନକାଉଣ୍ଟର, ଆତଙ୍କୀ ନିହତ

ଶ୍ରୀନଗର: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଜମ୍ମୁ-କଶ୍ମୀର ଗସ୍ତ ପୂର୍ବରୁ ଉପତ୍ୟକାରେ ଡବଲ ଏନକାଉଣ୍ଟର ଘଟିଛି। ଶ୍ରୀ ଶାହ ଅକ୍ଟୋବର ୩ରେ ରଜୌରୀ ଓ ବାରମୁଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପୂର୍ବରୁ ଆଜି ବାରମୁଲ୍ଲା ଓ ଶୋପିଆନରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛି। ବାରମୁଲ୍ଲାର ପାଟ୍ଟନ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ତେବେ ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି। ସେହିପରି ଶୋପିଆନରେ ଗୁଳି ବିନିମୟ ଏଯାଏ […]

Terrorist

Terrorist

Hemant Lenka
  • Published: Friday, 30 September 2022
  • Updated: 30 September 2022, 09:35 AM IST

Sports

Latest News

ଶ୍ରୀନଗର: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଜମ୍ମୁ-କଶ୍ମୀର ଗସ୍ତ ପୂର୍ବରୁ ଉପତ୍ୟକାରେ ଡବଲ ଏନକାଉଣ୍ଟର ଘଟିଛି। ଶ୍ରୀ ଶାହ ଅକ୍ଟୋବର ୩ରେ ରଜୌରୀ ଓ ବାରମୁଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପୂର୍ବରୁ ଆଜି ବାରମୁଲ୍ଲା ଓ ଶୋପିଆନରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛି।

ବାରମୁଲ୍ଲାର ପାଟ୍ଟନ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ତେବେ ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି। ସେହିପରି ଶୋପିଆନରେ ଗୁଳି ବିନିମୟ ଏଯାଏ ବନ୍ଦ ହୋଇନି।

ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ସମୟରେ ହିଁ ବାରମୁଲ୍ଲା ଓ ଶୋପିଆନରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ବାରମୁଲ୍ଲାର ପାଟ୍ଟନ ଅନ୍ତର୍ଗତ ୟେଦିପୋରାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ପୁଲିସ୍‌ ଓ ସେନା ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା।

ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରିବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇଥିଲେ। ଏଥିରେ ବର୍ତ୍ତମାନ ସୁଦ୍ଧା ଜଣେ ଆତଙ୍କୀ ନିହତ ହୋଇଥିବା ବେଳେ ଅନ୍ୟମାନେ ସେଠାରୁ ଖସି ଚାଲି ଯାଇଛନ୍ତି। ସେମାନଙ୍କୁ ଧରିବା ସହ ମୃତ ଆତଙ୍କୀର ଶବ ଜବତ କରିବାକୁ ସର୍ଚ୍ଚ ଅପରେସନ ଜାରି ରହିଛି।

ଅନ୍ୟପକ୍ଷରେ ଶୋପିଆନର ଚିତ୍ରଗାମରେ ଚାଲିଥିବା ଏନକାଉଣ୍ଟରେ ସ୍ଥାନୀୟ ପୁଲିସ୍‌, ସୀମା ସୁରକ୍ଷା ବଳ ଓ ଆର୍ମି ଯବାନମାନେ ସାମିଲ ହୋଇଛନ୍ତି। ଏଠାରେ ମଧ୍ୟ ୩ରୁ ଅଧିକ ଆତଙ୍କବାଦୀ ଲୁଚି ରହିଛନ୍ତି। ସେମାନଙ୍କୁ ଖତମ କରିବା ପାଇଁ ସେନା ପକ୍ଷରୁ ଉଦ୍ୟମ ଜାରି ରହିଥିବା କଶ୍ମୀର ପୁଲିସ୍‌ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଏବେ ବି ଗୁଳି ବିନିମୟ ଓ ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos