ଆତ୍ମଘାତୀ ହମଲା ଷଡ଼ଯନ୍ତ୍ର ପଣ୍ଡ, ୩ ଆତଙ୍କୀ ଖତମ

ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଜମ୍ମୁ-କଶ୍ମୀରର ଦୁଇଟି ଏନକାଉଣ୍ଟରରେ ସୁରକ୍ଷାକର୍ମୀ ୩ ଜଣ ଆତଙ୍କବାଦୀଙ୍କୁ ମୁଣ୍ଡ ଗଡ଼ାଇଛନ୍ତି। ଏମାନଙ୍କ ମଧ୍ୟରେ ହିଜବୁଲ ମୁଜାହିଦ୍ଦିନର ଜଣେ କମାଣ୍ଡର ରହିଛି। ସେହିପରି ଆଉ ଜଣେ ଆତଙ୍କବାଦୀ ସ୍ୱତନ୍ତ୍ର ଭାବେ ଆତ୍ମଘାତୀ ହମଲାର ତାଲିମ ନେଇଥିଲା। ମୋବାଇଲ ଫୋନରେ ଥିବା ଡିଜିଟାଲ ପ୍ରମାଣରୁ ଆତଙ୍କବାଦୀ ଜଣକ ଆତ୍ମଘାତୀ ହମଲା ପାଇଁ କରିବାକୁ ଯୋଜନା କରିଥିଲା ବୋଲି ସୁରକ୍ଷାକର୍ମୀମାନେ ଜାଣିବାକୁ ପାଇଛନ୍ତି। ଜମ୍ମୁ-କଶ୍ମୀର ପୁଲିସ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ […]

Terrorist

Terrorist

Hemant Lenka
  • Published: Friday, 12 November 2021
  • Updated: 12 November 2021, 09:55 PM IST

Sports

Latest News

ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଜମ୍ମୁ-କଶ୍ମୀରର ଦୁଇଟି ଏନକାଉଣ୍ଟରରେ ସୁରକ୍ଷାକର୍ମୀ ୩ ଜଣ ଆତଙ୍କବାଦୀଙ୍କୁ ମୁଣ୍ଡ ଗଡ଼ାଇଛନ୍ତି। ଏମାନଙ୍କ ମଧ୍ୟରେ ହିଜବୁଲ ମୁଜାହିଦ୍ଦିନର ଜଣେ କମାଣ୍ଡର ରହିଛି। ସେହିପରି ଆଉ ଜଣେ ଆତଙ୍କବାଦୀ ସ୍ୱତନ୍ତ୍ର ଭାବେ ଆତ୍ମଘାତୀ ହମଲାର ତାଲିମ ନେଇଥିଲା। ମୋବାଇଲ ଫୋନରେ ଥିବା ଡିଜିଟାଲ ପ୍ରମାଣରୁ ଆତଙ୍କବାଦୀ ଜଣକ ଆତ୍ମଘାତୀ ହମଲା ପାଇଁ କରିବାକୁ ଯୋଜନା କରିଥିଲା ବୋଲି ସୁରକ୍ଷାକର୍ମୀମାନେ ଜାଣିବାକୁ ପାଇଛନ୍ତି।

ଜମ୍ମୁ-କଶ୍ମୀର ପୁଲିସ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଗୁରୁବାର ରାତିରେ ଆତଙ୍କବାଦୀଙ୍କ ଉପସ୍ଥିତ ସମ୍ପର୍କରେ ଗୁଇନ୍ଦା ବିଭାଗ ପ୍ରଥମ ସୂଚନା ଦେଇଥିଲା। ଏହାପରେ ଆର୍ମି ଯବାନ ଓ ସିଆରପିଏଫ ଯବାନ କୁଲଗାମରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀଙ୍କୁ ଠାବ କରାଯାଇଥିଲା। ସେମାନଙ୍କୁ ପ୍ରଥମେ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲେ ହେଁ ସେମାନେ ଗୁଳିରେ ଏହାର ଜବାବ ଦେଇଥିଲେ।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ଗୁଳି ବିନିମୟରେ ପ୍ରଥମେ ଜଣେ ଆତଙ୍କୀ ନିହତ ହୋଇଥିଲା। ଅନ୍ଧକାରର ସୁଯୋଗ ନେଇ ଆଉ ଜଣେ ଆତଙ୍କୀ ଲୁଚି ଯାଇଥିଲା। ଆଜି ସକାଳୁ ତାକୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। ହେଲେ ସେ କିଛି ବି ଶୁଣି ନଥିଲା।

ଶେଷରେ ସୁରକ୍ଷାକର୍ମୀମାନେ ତା’କୁ ଗୁଳି କରିଥିଲେ। ଏନକାଉଣ୍ଟର ପୂର୍ବରୁ ସୁରକ୍ଷାକର୍ମୀମାନେ ସ୍ଥାନୀୟ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ମୃତ ଦୁଇ ଆତଙ୍କୀ ହେଲେ ହିଜବୁଲର ଶିରାଜ ଅହମଦ ଓ ୱୱାର ଅହମଦ। ଶିରାଜ ଅନେକ ହମଲାରେ ସାମିଲ ଥିଲା। ୨୦୧୬ରୁ ସେ ଜମ୍ମୁ-କଶ୍ମୀରରେ ତା’ର ଆତଙ୍କ ରାଜ ଜାରି ରଖିଥିଲା। ହିଜବୁଲର କମାଣ୍ତର ଭାବେ ସେ ଏଠାରେ କାମ କରୁଥିଲା।

ଅନ୍ୟପକ୍ଷରେ ବୁଣ୍ଡ ବେମିନାରେ ଘଟିଥିବା ୨ୟ ଏନକାଉଣ୍ଟରରେ ଆଉ ଜଣେ ଆତଙ୍କୀ ନିହତ ହୋଇଛି। ନିହତ ଆତଙ୍କୀ ଜଣକ ହେଉଛି ହିଜବୁଲର ଆମୀର ରିୟାଜ। ତାକୁ ସଂଗଠନ ପକ୍ଷରୁ ସମ୍ଭବତଃ ଆତ୍ମଘାତୀ ହମଲା ପାଇଁ ପଠା ଯାଇଥିଲା। କାରଣ ତା’ ମୋବାଇଲରୁ ସେ ଆତ୍ମଘାତୀ ହମଲା ସମ୍ପର୍କରେ ତାଲିମ ନେଇଥିବା ତଥ୍ୟ ମିଳିଛି। ତେବେ ସେ କିଛି ଘଟାଇବା ପୂର୍ବରୁ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡ଼ିଛି ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos