୧୬ ଦିନ ହେଲା ଚାଲିଛି ଏନକାଉଣ୍ଟର, ସ୍ଲିପର ସେଲର ଆତଙ୍କୀ ସାମିଲ!

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଞ୍ଚରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟ ଇତି ମଧ୍ୟରେ ୧୬ ଦିନରେ ପ୍ରବେଶ କରିଛି। ୧୬ ଦିନ ଧରି ସୁରକ୍ଷାକର୍ମୀ ଓ ଆତଙ୍କୀ ମୁହାଁମୁହିଁ ହେବା ସମ୍ଭବତଃ ଜମ୍ମୁ-କଶ୍ମୀର ଇତିହାସରେ ପ୍ରଥମ ଘଟଣା। ଏହି ଏନକାଉଣ୍ଟର୍‌ରେ ୯ ଜଣ ସୁରକ୍ଷାକର୍ମୀ ସହିଦ ମଧ୍ୟ ହୋଇଛନ୍ତି। ତଥାପି ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚିଥିବା ଆତଙ୍କୀଙ୍କ ମୂଳପୋଛ ହୋଇପାରିନି। ଅକ୍ଟୋବର ୧୧ରେ ପୁଞ୍ଚର ଡେରା କି ଗଲିରେ ୫ ଜଣ ସୁରକ୍ଷାକର୍ମୀ ସହିଦ […]

Poonch

Poonch

Hemant Lenka
  • Published: Tuesday, 26 October 2021
  • Updated: 26 October 2021, 05:00 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଞ୍ଚରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟ ଇତି ମଧ୍ୟରେ ୧୬ ଦିନରେ ପ୍ରବେଶ କରିଛି। ୧୬ ଦିନ ଧରି ସୁରକ୍ଷାକର୍ମୀ ଓ ଆତଙ୍କୀ ମୁହାଁମୁହିଁ ହେବା ସମ୍ଭବତଃ ଜମ୍ମୁ-କଶ୍ମୀର ଇତିହାସରେ ପ୍ରଥମ ଘଟଣା। ଏହି ଏନକାଉଣ୍ଟର୍‌ରେ ୯ ଜଣ ସୁରକ୍ଷାକର୍ମୀ ସହିଦ ମଧ୍ୟ ହୋଇଛନ୍ତି।

ତଥାପି ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚିଥିବା ଆତଙ୍କୀଙ୍କ ମୂଳପୋଛ ହୋଇପାରିନି। ଅକ୍ଟୋବର ୧୧ରେ ପୁଞ୍ଚର ଡେରା କି ଗଲିରେ ୫ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ୩ ଦିନ ପରେ ମେନ୍ଧରରେ ଆଉ ୪ ଯବାନଙ୍କ ଜୀନବ ଯାଇଥିଲା। କିନ୍ତୁ ପୁଞ୍ଚରେ ଚାଲିଥିବା ଏନକାଉଣ୍ଟର୍‌ରେ କେତେ ଜଣ ଆତଙ୍କୀ ଖତମ ହୋଇଛନ୍ତି, ତା’ର ଖବର କାହା ପାଖରେ ନାହିଁ।

ଏବେ ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କୀ ସଂଗଠନର ସ୍ଲିପର ସେଲ୍‌ ସଦସ୍ୟମାନେ ହିଁ ପୁଞ୍ଚରେ ୧୬ ଦିନ ହେଲା ସୁରକ୍ଷାକର୍ମୀଙ୍କୁ ଟକ୍କର ଦେଉଛନ୍ତି। ସେମାନଙ୍କ ସହ ପାକିସ୍ତାନ ସେନାର କିଛି ତାଲିମ ପ୍ରାପ୍ତ ଯବାନ ରହିଥିବା ମଧ୍ୟ କୁହାଯାଉଛି। ସମସ୍ତେ ଦୀର୍ଘକାଳୀନ ଲଢ଼େଇ ପାଇଁ ପୂରା ପ୍ରସ୍ତୁତି କରି ଜଙ୍ଗଲରେ ଲୁଚି ରହିଛନ୍ତି।

ଉପତ୍ୟକାରେ ଦୀର୍ଘ ଦିନ ଧରି ଏହି ସ୍ଲିପର ସେଲର ସଦସ୍ୟମାନେ ରହିଥିଲେ। ସେମାନଙ୍କୁ ନିଷ୍କ୍ରିୟ କରି ରଖାଯାଇଥିଲା। କିନ୍ତୁ ଜମ୍ମୁ-କଶ୍ମୀରରେ ଆତଙ୍କୀ ହମଲାର ସଂଖ୍ୟା କମିବାରୁ ସେମାନଙ୍କୁ ଆକ୍ଟିଭେଟ କରାଯାଇଛି। ଏବେ ସେମାନେ ପୁଞ୍ଚରେ ସୁରକ୍ଷାକର୍ମୀଙ୍କ ସହ ଲଢ଼େଇ କରୁଥିବା କୁହାଯାଉଛି।

ଏନକାଉଣ୍ଟର ସ୍ଥଳଟି ଏଲଓସି ଠାରୁ ୨୦ କିମି ଦୂର। ତେଣୁ ବର୍ତ୍ତମାନ ଅନୁପ୍ରବେଶ କରିଥିବା ଆତଙ୍କୀମାନେ ଯେ ଏନକାଉଣ୍ଟରେ ସାମିଲ ଅଛନ୍ତି, ତାହା ଭାବିବା ଭୁଲ ବୋଲି ଆର୍ମି ସୂତ୍ରରେ କୁହାଯାଇଛି।

ଗୁଳି ବିନିୟମ ଜାରି ରହିଥିବାରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ଅପରେସନର ୧୩ତମ ଦିନ ଠାରୁ ଡ୍ରୋନ ଓ ହେଲିକପ୍ଟର ବ୍ୟବହାର କରାଯାଉଛି। ଏନକାଉଣ୍ଟର ଚାଲିଥିବା ଅଞ୍ଚଳରେ ଥିବା ଗାଁର ଲୋକମାନଙ୍କୁ ଘର ମଧ୍ୟରେ ରହିବାକୁ କୁହାଯାଇଛି।

ଆତଙ୍କୀମାନେ ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ରହିଛନ୍ତି। ତେଣୁ ହେଲିକପ୍ଟର ଓ ଡ୍ରୋନ ଦ୍ୱାରା ସେମାନଙ୍କ ଉପସ୍ଥିତି ଚିହ୍ନଟ ହୋଇପାରୁନି। ତେଣୁ ଶତାଧିକ ସୁରକ୍ଷାକର୍ମୀ ବେଶ ସତର୍କତାର ସହ ଆତଙ୍କୀଙ୍କ ମୁକାବିଲା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos