ବିବାହ-ବିଚ୍ଛେଦର ବିବାଦକୁ ନେଇ ମୁହଁ ଖୋଲିଲେ ନୁସରତ

କୋଲକାତା: ନିଜର ବିବାହ ଓ ବିଚ୍ଛେଦକୁ ନେଇ ବିବାଦରେ ଥିବା ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାନ ମୁହଁ ଖୋଲିଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ସେ ଏ ସମ୍ପର୍କରେ ନଜର ପକ୍ଷ ରଖିଛନ୍ତି। ବର୍ତ୍ତମାନଙ୍କ ତାଙ୍କ ବିବାହକୁ ନେଇ ଉଠିଥିବା ସବୁ ପ୍ରଶ୍ନର ଉତ୍ତର ସେ ଭାରତର ସଂସଦଙ୍କୁ ଦେଇ ସାରିଥିବା ମଧ୍ୟ କହିଛନ୍ତି। ୨୦୧୯ ମସିହା ଜୁନ୍‌ ୧୯ରେ ନୁସରତ ବ୍ୟବସାୟୀ ନିଖିଲ ଜୈନଙ୍କୁ ପ୍ରେମ ବିବାହ […]

Nusrat

Nusrat

Hemant Lenka
  • Published: Thursday, 11 November 2021
  • Updated: 11 November 2021, 09:09 PM IST

Sports

Latest News

କୋଲକାତା: ନିଜର ବିବାହ ଓ ବିଚ୍ଛେଦକୁ ନେଇ ବିବାଦରେ ଥିବା ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାନ ମୁହଁ ଖୋଲିଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ସେ ଏ ସମ୍ପର୍କରେ ନଜର ପକ୍ଷ ରଖିଛନ୍ତି। ବର୍ତ୍ତମାନଙ୍କ ତାଙ୍କ ବିବାହକୁ ନେଇ ଉଠିଥିବା ସବୁ ପ୍ରଶ୍ନର ଉତ୍ତର ସେ ଭାରତର ସଂସଦଙ୍କୁ ଦେଇ ସାରିଥିବା ମଧ୍ୟ କହିଛନ୍ତି।

୨୦୧୯ ମସିହା ଜୁନ୍‌ ୧୯ରେ ନୁସରତ ବ୍ୟବସାୟୀ ନିଖିଲ ଜୈନଙ୍କୁ ପ୍ରେମ ବିବାହ କରିଥିଲେ। ୨୦୨୦ ନଭେମ୍ବର ଠାରୁ ଉଭୟ ଅଲଗା ହୋଇଯାଇଥିଲେ। ତେବେ ତୁର୍କୀ ଆଇନ ଅନୁସାରେ ତାଙ୍କର ବିବାହ ହୋଇଥିବାରୁ ଭାରତରେ ଏହା ବୈଧ ନୁହେଁ। ତେଣୁ ଛାଡ଼ପତ୍ରର ପ୍ରଶ୍ନ ଉଠୁନି। ଉଭୟ ଆପେଆପେ ଅଲଗା ହୋଇଯାଇଥିବା ନୁସରତ ଚଳିତ ବର୍ଷ କହିଥିଲେ।

ଏଥିସହ ନିଖିଲଙ୍କ ପାଖରେ ତାଙ୍କ ସୁନା ଅଳଙ୍କାର ଓ ଟଙ୍କା ସବୁ ରହିଛି ବୋଲି ନୁସରତ କହିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଏସବୁ ଭିତରେ ନୁସରତ ଗୋଟିଏ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଜନ୍ମ ପଞ୍ଜିକରଣ ବେଳେ ନୁସରତ ତାଙ୍କ ସ୍ୱାମୀ ଭାବେ ୟଶ ଦାସଗୁପ୍ତାଙ୍କ ନାଁ ଲେଖିଛନ୍ତି।

ଏବେ ବାହାଘରକୁ ନେଇ ବିବାଦ ସମ୍ପର୍କରେ ତାଙ୍କୁ ପଚାରା ଯିବାରୁ ନୁସରତ କହିଛନ୍ତି ଯେ “ସେମାନେ(ନିଖିଲ ଓ ତାଙ୍କ ପରିବାର) ମୋ ବାହାଘର ପାଇଁ ଟଙ୍କା ଦେଇ ନାହାନ୍ତି। ହୋଟେଲ ବିଲ୍‌ ବାବଦରେ ମଧ୍ୟ ଟଙ୍କାଟିଏ ମିଳିନି। ମୁଁ ସେମାନଙ୍କୁ କିଛି ବି କହିବାକୁ ଚାହୁଁନି। ମୁଁ ସତ ପଥରେ ରହିଛି। ମୋତେ ଭୁଲ ଭାବେ ଚିତ୍ରଣ କରାଗଲା ଓ ମୁଁ ଏହା ଉପରେ ସ୍ପଷ୍ଟୀକରଣ ଦେଉଛି। ଅନ୍ୟକୁ ଦୋଷ ଦେବା ଓ ଖରାପ ଭାବେ ଉପସ୍ଥାପନ କରିବା ବେଶ ସହଜ। ପୂରା ବିବାଦ ମଧ୍ୟରେ ମୁଁ କାହାକୁ ବି ନିଚ୍ଚା କରି ଦେଖାନି।”

ନୁସରତ ଜାହାନ ରାଜନୀତି ବିଷୟରେ ମଧ୍ୟ ନିଜର ମତ ରଖିଛନ୍ତି। ଏଥିସହ ସେ ସଂସଦର ଶୀତ ଅଧିବେଶନରେ ଯୋଗଦେବେ ବୋଲି ମଧ୍ୟ କହିଛନ୍ତି। ନିକଟରେ ତାଙ୍କ ବନ୍ଧୁ ସ୍ରବନ୍ତୀ ଚାଟାର୍ଜୀ ବିଜେପି ଛାଡ଼ିଛନ୍ତି। ଏହା ଉପରେ ସେ କହିଛନ୍ତି, “ମୁଁ କେବେ ହେଲେ କାହାକୁ କୌଣସି ରାଜନୀତିକ ପରାମର୍ଶ ଦେଇନି। ମୁଁ ସ୍ରବନ୍ତୀ କିମ୍ବା ୟସଙ୍କୁ ରାଜନୀତିକ ପରାମର୍ଶ ଦେବିନାହିଁ। କାରଣ ସେମାନେ କେବେ ହେଲେ ମୋ ସହ ରାଜନୀତି ବିଷୟରେ କଥା ହୁଅନ୍ତି ନାହିଁ। ସେମାନେ ନିଜ ଇଚ୍ଛାରେ ସବୁ କିଛିର ନିଷ୍ପତ୍ତି ନେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos