ସୁଡ଼ଙ୍ଗ କରି ନେଇ ଗଲେ ଟ୍ରେନ୍‌ ଇଞ୍ଜିନ

ପାଟନା: ମରାମତି ପାଇଁ ଆସିଥିବା ଗୋଟିଏ ଟ୍ରେନର ଡିଜେଲ ଇଞ୍ଜିନ ଚୋରି ହୋଇଯାଇଛି। ଚୋରମାନେ ଗୋଟିଏ ସୁଡ଼ଙ୍ଗ କରି ପର୍ଯ୍ୟାୟକ୍ରମେ ଟ୍ରେନ ଇଞ୍ଜିନର ବିଭିନ୍ନ ଅଂଶବିଶେଷକୁ ନେଇ ଯାଇଛନ୍ତି। ବିହାରର ବେଗୁସରାଇରେ ଥିବା ଗୋଟିଏ ରେଳବାଇ ୟାର୍ଡରେ ଏପରି ଘଟଣା ଘଟିଥିବା ଆଜି ପୁଲିସ୍‌ କହିଛି। ଚୋରମାନେ ବେଶ ଯୋଜନାବଦ୍ଧ ସହ ୟାର୍ଡକୁ ସଂଯୋଗ କରିବା ପାଇଁ ଗୋଟିଏ ସୁଡ଼ଙ୍ଗ ଖୋଳିଥିଲେ। ଏହି ସୁଡ଼ଙ୍ଗ ବାଟେ ସେମାନେ ରେଳବାଇ ୟାର୍ଡରେ ପହଞ୍ଚୁ ଥିଲେ। ଏହାପରେ ପର୍ଯ୍ୟାୟକ୍ରମେ ଧୀରେଧୀରେ […]

Train

Train

Hemant Lenka
  • Published: Friday, 25 November 2022
  • Updated: 25 November 2022, 09:28 PM IST

Sports

Latest News

ପାଟନା: ମରାମତି ପାଇଁ ଆସିଥିବା ଗୋଟିଏ ଟ୍ରେନର ଡିଜେଲ ଇଞ୍ଜିନ ଚୋରି ହୋଇଯାଇଛି। ଚୋରମାନେ ଗୋଟିଏ ସୁଡ଼ଙ୍ଗ କରି ପର୍ଯ୍ୟାୟକ୍ରମେ ଟ୍ରେନ ଇଞ୍ଜିନର ବିଭିନ୍ନ ଅଂଶବିଶେଷକୁ ନେଇ ଯାଇଛନ୍ତି। ବିହାରର ବେଗୁସରାଇରେ ଥିବା ଗୋଟିଏ ରେଳବାଇ ୟାର୍ଡରେ ଏପରି ଘଟଣା ଘଟିଥିବା ଆଜି ପୁଲିସ୍‌ କହିଛି।

ଚୋରମାନେ ବେଶ ଯୋଜନାବଦ୍ଧ ସହ ୟାର୍ଡକୁ ସଂଯୋଗ କରିବା ପାଇଁ ଗୋଟିଏ ସୁଡ଼ଙ୍ଗ ଖୋଳିଥିଲେ। ଏହି ସୁଡ଼ଙ୍ଗ ବାଟେ ସେମାନେ ରେଳବାଇ ୟାର୍ଡରେ ପହଞ୍ଚୁ ଥିଲେ। ଏହାପରେ ପର୍ଯ୍ୟାୟକ୍ରମେ ଧୀରେଧୀରେ ଡିଜେଲ ଇଞ୍ଜିନର ବିଭିନ୍ନ ଅଂଶକୁ ଉକ୍ତ ସୁଡ଼ଙ୍ଗ ବାଟେ ବାହାରୁ ଚାଲାଣ କରୁଥିଲେ। ଏପରି ପ୍ରକ୍ରିୟା ଦ୍ୱାରା ସେମାନେ ସଂପୂର୍ଣ୍ଣ ଇଞ୍ଜିନକୁ ଚୋରି କରି ନେଇଥିଲେ।

ମୁଜାଫରପୁର ଆରପିଏଫର ଇନସପେକ୍ଟର ପିଏସ୍‌ ଦୁବେ କହିଛନ୍ତି, “ଗତ ସପ୍ତାହରେ ବାରାଉନି ପୁଲିସ୍‌ ଷ୍ଟେସନରେ ଗୋଟିଏ ଡିଜେଲ ଇଞ୍ଜିନ ଚୋରି ହୋଇଥିବା ନେଇ ମାମଲା କରାଯାଇଥିଲା। ଗରହାରା ୟାର୍ଡକୁ ମରାମତି ପାଇଁ ଉକ୍ତ ଇଞ୍ଜିନକୁ ଅଣାଯାଇଥିଲା।

ଘଟଣାର ତଦନ୍ତ କରି ୩ ଜଣଙ୍କୁ ପୁଲିସ ଉଠାଇଥିଲା। ସେମାନଙ୍କୁ ଜେରା ବେଳେ ମିଳିଥିବା ତଥ୍ୟକୁ ଆଧାର କରି ମୁଜାଫର ଜିଲ୍ଲା ପ୍ରଭାତ ନଗର ଠାରେ ଥିବା ଗୋଟିଏ କବାଡ଼ି ଗୋଦାମରେ ସର୍ଚ୍ଚ କରାଯାଇଥିଲା। ଏହି ସମୟରେ ୧୩ଟି ଅଖା ବସ୍ତା ଭିତରୁ ଟ୍ରେନର ବିଭିନ୍ନ ଅଂଶ ମିଳିଥିଲା।

ଏବେ ଉକ୍ତ କବାଡ଼ି ଗୋଦାମର ମାଲିକଙ୍କୁ ଖୋଜା ଚାଲିଛି। କବାଡ଼ି ଗୋଦାମରୁ ଇଞ୍ଜିନ ପାର୍ଟସ, ଟ୍ରେନର ଚକା ଓ ଓଜନଦାର ଲୁହାରେ ରେଳବାଇ ତିଆରି କରିଥିବା ବିଭିନ୍ନ ଜିନିଷ ମିଳିଛି। ସେମାନେ ସୁଡ଼ଙ୍ଗ ବାଟେ ରେଳବାଇ ୟାର୍ଡକୁ ପ୍ରବେଶ କରୁଥିଲେ। ଏହାପରେ ଅଖାରେ ଭିର୍ତ୍ତି କରି ଇଞ୍ଜିନ ବିଭିନ୍ନ ଅଂଶବିଶେଷ ସବୁ ନେଇ ଯାଉଥିଲେ।

ଏହି ଗ୍ୟାଙ୍ଗ ଗୋଟିଏ ଷ୍ଟିଲ୍‌ ବ୍ରିଜ୍‌ର ବିଭିନ୍ନ ଅଂଶବିଶେଷକୁ ମଧ୍ୟ ଚୋରି କରିନେଇଛନ୍ତି।” ଏବେ ଏହି ଘଟଣାର ଅଧିକ ତଦନ୍ତ କରାଯାଉଛି ଓ ୩ ଗିରଫ ବ୍ୟକ୍ତିଙ୍କ ଗ୍ୟାଙ୍ଗରେ ଆଉ କେଉଁମାନେ ଅଛନ୍ତି, ସେମାନଙ୍କୁ ଖୋଜା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos