କେରଳରେ ଆରମ୍ଭ ହୋଇସାରିଲାଣି କରୋନାର ତୃତୀୟ ଲହର!

କୋଚି: ଦେଶରେ ମହାମାରୀ କରୋନାର ତୃତୀୟ ଲହର ଆରମ୍ଭ ହୋଇ ସାରିଥିବା ଆଶଙ୍କା ପ୍ରକାଶ ପାଇଛି। କିଛି ରାଜ୍ୟ ସଂକ୍ରମଣ ହ୍ରାସ ପାଉଥିବାରୁ ଅନଲକ ପ୍ରକ୍ରିୟା ଆପଣାଉଥିବା ବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଏପରି ସତର୍କ ସୂଚନା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କେରଳରେ ତୃତୀୟ ଲହର ସମ୍ଭବତଃ ଆରମ୍ଭ ହୋଇ ସାରିଥିବା କହିଛନ୍ତି। କେରଳରେ ପ୍ରତିଦିନ ସଂକ୍ରମଣ ବଢ଼ୁଥିବାରୁ ଏହା ତୃତୀୟ ୱେଭର ପଦଧ୍ୱନୀ ବୋଲି କୁହାଯାଉଛି। ଅବଶ୍ୟ ରାଜ୍ୟ ସରକାର କିମ୍ବା କେନ୍ଦ୍ର ପକ୍ଷରୁ […]

Corona1

Corona1

Hemant Lenka
  • Published: Tuesday, 03 August 2021
  • Updated: 03 August 2021, 06:50 PM IST

କୋଚି: ଦେଶରେ ମହାମାରୀ କରୋନାର ତୃତୀୟ ଲହର ଆରମ୍ଭ ହୋଇ ସାରିଥିବା ଆଶଙ୍କା ପ୍ରକାଶ ପାଇଛି। କିଛି ରାଜ୍ୟ ସଂକ୍ରମଣ ହ୍ରାସ ପାଉଥିବାରୁ ଅନଲକ ପ୍ରକ୍ରିୟା ଆପଣାଉଥିବା ବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଏପରି ସତର୍କ ସୂଚନା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କେରଳରେ ତୃତୀୟ ଲହର ସମ୍ଭବତଃ ଆରମ୍ଭ ହୋଇ ସାରିଥିବା କହିଛନ୍ତି।

କେରଳରେ ପ୍ରତିଦିନ ସଂକ୍ରମଣ ବଢ଼ୁଥିବାରୁ ଏହା ତୃତୀୟ ୱେଭର ପଦଧ୍ୱନୀ ବୋଲି କୁହାଯାଉଛି। ଅବଶ୍ୟ ରାଜ୍ୟ ସରକାର କିମ୍ବା କେନ୍ଦ୍ର ପକ୍ଷରୁ କେରଳରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଥିବା ଘୋଷଣା କରାଯାଇନାହିଁ। ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ରାଜ୍ୟର ସଂକ୍ରମଣ ସ୍ଥିତି ଦେଖି ତୃତୀୟ ୱେଭର ସତର୍କ ସୂଚନା ଜାରି କରିଛନ୍ତି।

ସେମାନେ କହିଛନ୍ତି ଯେ ମହାମାରୀ କରୋନା ଦ୍ୱିତୀୟ ୱେଭର ପ୍ରଭାବ ହ୍ରାସ ପାଇବା ପରେ କେରଳରେ ପ୍ଲାଟୋ ସ୍ଥିତି ସୃଷ୍ଟି ହୋଇଥିଲା। ଜୁନ୍‌ ୪ରୁ ଜୁଲାଇ ଶେଷ ସପ୍ତାହ ଯାଏ ଦୈନିକ ସଂକ୍ରମଣ ୧୨ରୁ ୧୪ ହଜାର ମଧ୍ୟରେ ରହୁଥିଲା। କିନ୍ତୁ ଗତ ୬ ଦିନ ହେଲା ଦୈନିକ ସଂକ୍ରମଣ ୨୨ରୁ ୨୪ ହଜାର ମଧ୍ୟରେ ରହୁଛି। ଏଥିସହ ରାଜ୍ୟର ପଜିଟିଭିଟି ରେଟ୍‌ ମଧ୍ୟ ୧୨% ଉପରେ। ତେଣୁ ଏସବୁ ତୃତୀୟ ୱେଭର ସଙ୍କେତ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା ରମଣ କୁଟ୍ଟୀ କହିଛନ୍ତି, “କେରଳରେ ସଂକ୍ରମଣ ବୃଦ୍ଧି ତୃତୀୟ ୱେଭର ସଙ୍କେତ ଦେଉଛି। ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ। ସରକାରଙ୍କୁ କରୋନାର ବିଭିନ୍ନ ଲହରୀକୁ ରୋକିବାକୁ ହେଲେ ଦୀର୍ଘ କାଳୀନ ଭିତ୍ତିରେ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ।” ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳରୁ ୫୧% ରୋଗୀ ରହିଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଦୈନିକ ୦.୬୦% ବୃଦ୍ଧି ପାଉଥିବା ବେଳେ ଦେଶରେ ଏହା ୦.୧୩% ରହିଛି।

ୱାୟନାଡର କୋଭିଡ କଣ୍ଟ୍ରୋଲ ରୁମ ଦାୟିତ୍ୱରେ ଥିବା ଡା ଏ ସୁକୁମାରନ କହିଛନ୍ତି, ସାଧାରଣ ଭାବେ ଯେକୌଣସି ଭାଇରାଲ ସଂକ୍ରମଣର ଏକାଧିକ ଲହରୀ ଆସିଥାଏ। ସଂକ୍ରମଣ ଆଶଙ୍କା ଥିବା ଲୋକ ସଂଖ୍ୟା ଅଧିକ ରହିଲେ ଏପରି ସ୍ଥିତି ସୃଷ୍ଟି ହୋଇଥାଏ। କେରଳ ମଧ୍ୟ ଏକାଧିକ ୱେଭ ଦେଖିବାର ଆଶଙ୍କା ରହିଛି। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା। ସ୍ପାଇନିସ ଫ୍ଲୁ ବେଳେ ୪ଟି ଲହର ଆସିବା ପରେ ଏହାର ପ୍ରଭାବ ହ୍ରାସ ପାଇଥିଲା। କିନ୍ତୁ କରୋନା ଭାଇରସର ମ୍ୟୁଟେସନ ହେଉଥିବାରୁ ଆମକୁ ଅନେକ ୱେଭର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ସେ କହିଛନ୍ତି।

ପ୍ରଥମ ୱେଭ ବେଳେ କେରଳରେ ଦୀର୍ଘ ସମୟ ଧରି କରୋନାର ପ୍ଲାଟୋ ସ୍ଥିତି ଦେଖିବାକୁ ମିଳିଥିଲା। ଏପ୍ରିଲ ମାସରେ ଏହା ବଢ଼ିବା ସହ ଦ୍ୱିତୀୟ ୱେଭର ସଙ୍କେତ ମିଳିଥିଲା। ଦ୍ୱିତୀୟ ୱେଭ ବେଳେ ମଧ୍ୟ କେରଳରେ ୭ ସପ୍ତାହରୁ ଅଧିକ ଦିନ ହେଲା କରୋନାର ପ୍ଲାଟୋ ସ୍ଥିତି ରହିଥିଲା। ଏବେ କେସ୍‌ ବଢ଼ୁଥିବାରୁ ଏହାକୁ ତୃତୀୟ ୱେଭର ସଙ୍କେତ ଭାବେ ବିବେଚନା କରାଯାଉଛି।

କେରଳରେ ୫୦%ରୁ ଅଧିକ ଲୋକଙ୍କ ପ୍ରତି ଏବେ ବି ସଂକ୍ରମଣର ଭୟ ରହିଛି। କାରଣ କେବଳ ୧୭% ଲୋକ ହିଁ ଟିକାର ଦୁଇଟି ଯାକ ଡୋଜ୍‌ ନେଇଛନ୍ତି। ରାଜ୍ୟରେ ଡେଲ୍ଟା ଭାରିଏଣ୍ଟର ପ୍ରଭାବର ସବୁଠାରୁ ଅଧିକ ରହିଛି। ସଂକ୍ରମିତ ହେଉଥିବା ଲୋକଙ୍କ ମଧ୍ୟରୁ ୯୫%ଙ୍କ ଶରୀରରୁ ଏହି ଭାରିଏଣ୍ଟ ଠାବ ହୋଇଛି। ଏସବୁ ଘଟଣା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos