ଘାଟିରୁ ଖସିଲା କାର୍, ୩ ମହିଳାଙ୍କ ସହ ୬ ଜଣଙ୍କ ଜୀବନ ଗଲା

ଜମ୍ମୁ: ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ଆଜି ସନ୍ଧ୍ୟାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ କାର୍ ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସିପଡ଼ିବାରୁ ୩ ଜଣ ମହିଳା ଓ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ଡୋଡା ଏସଏସପି ମୁମତାଜ ଅହମଦ କହିଛନ୍ତି, ରାଗି ନାଲ୍ଲା ଠାରେ ସନ୍ଧ୍ୟା ପ୍ରାୟ ୭.୧୦ରେ ଏହି ଦୁର୍ଘଟଣା ଘଟିଛି। ଡୋଡା ସହର ଠାରୁ ଦୁର୍ଘଟଣା ସ୍ଥଳଟି ପ୍ରାୟ ୨୦ କିମି ଦୂର। ଏହି ଘରୋଇ କାର୍‌ଟିରେ ଅସ୍ଥାୟୀ […]

accident

accident

Hemant Lenka
  • Published: Monday, 15 February 2021
  • Updated: 15 February 2021, 10:22 PM IST

Sports

Latest News

ଜମ୍ମୁ: ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ଆଜି ସନ୍ଧ୍ୟାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ କାର୍ ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସିପଡ଼ିବାରୁ ୩ ଜଣ ମହିଳା ଓ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ଡୋଡା ଏସଏସପି ମୁମତାଜ ଅହମଦ କହିଛନ୍ତି, ରାଗି ନାଲ୍ଲା ଠାରେ ସନ୍ଧ୍ୟା ପ୍ରାୟ ୭.୧୦ରେ ଏହି ଦୁର୍ଘଟଣା ଘଟିଛି। ଡୋଡା ସହର ଠାରୁ ଦୁର୍ଘଟଣା ସ୍ଥଳଟି ପ୍ରାୟ ୨୦ କିମି ଦୂର।

ଏହି ଘରୋଇ କାର୍‌ଟିରେ ଅସ୍ଥାୟୀ ପଞ୍ଜୀକରଣ ନମ୍ବର ଲାଗିଥିଲା। ଏହାର ବୈଧ ମାର୍ଚ୍ଚ ୪ରେ ସରିଥାଆନ୍ତା। କାର୍‌ରେ ଥିବା ଲୋକମାନେ ଡୋଡାରୁ ବାଟୋଟେ ଯାଉଥିଲେ। ହେଲେ ରାଗି ନଲ୍ଲା ନିକଟରେ ଡ୍ରାଇଭର ଜଣଙ୍କ କାର୍‌ ଉପରକୁ ଭାରସାମ୍ୟ ହରାଇଥିଲେ।

ଫଳରେ ଏହା ଘାଟିରୁ ସିଧା ତଳକୁ ଖସି ପଡ଼ିଥିଲା। ଖବର ପାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଏଥିରେ ପୁଲିସ୍‌ ସହ ସ୍ଥାନୀୟ ଅଞ୍ଚଳର ସ୍ୱେଚ୍ଛାସେବୀ ସାମିଲ ହୋଇଛନ୍ତି। ଗାଡ଼ି ମଧ୍ୟରୁ ୬ ଜଣଙ୍କ ମୃତଦେହ ମିଳିଛି।

ପ୍ରାଣ ହରାଇଥିବା ୫ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ରାକେଶ କୁମାର, ତାଙ୍କ ପତ୍ନୀ ମମତା ଦେବୀ, ଝିଅ ସମରିତା ଦେବୀ ଓ ବବଲୀ ଦେବୀ। ଏମାନେ ସମସ୍ତେ ଗନିକା ଗାଁରେ ରହୁଥିଲେ। ସେହିପରି ନଗ୍ରୀ ଗାଁର ଚନ୍ଦ୍ର ରେଖା ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶିଶୁଟିର ପରିଚୟ ମିଳିପାରି ନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos