ପର୍ଯ୍ୟଟକ ଭର୍ତ୍ତି ଗାଡ଼ିକୁ ପଛରୁ ଟାଣିଲା ବାଘ, ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ: ସମସ୍ତଙ୍କୁ ବିଚଳିତ କରିବା ଭଳି ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ପ୍ରକୃତରେ ବାଘଟିଏ କେତେ ଶକ୍ତିଶାଳୀ, ତା’ର ଭିଡିଓ ଆପଣ ଦେଖିବା ପରେ ହିଁ ବିଶ୍ୱାସ କରିବେ। କାରଣ ସାମ୍ନାକୁ ଆସିଥିବା ଭିଡିଓରେ ଗୋଟିଏ ବିରାଟକାୟ ବାଘ ପର୍ଯ୍ୟଟକ ଭର୍ତ୍ତି ଗାଡ଼ିକୁ ନିଜ ପାଟି ଓ ଦାନ୍ତ ଦ୍ୱାରା ପଛକୁ ଟାଣି ନେଉଥିବା ଦେଖିବାକୁ ମିଳୁଛି। ଏହି ଘଟଣାଟି କର୍ଣ୍ଣାଟକାର ବାନ୍ନେରଘାଟ ନ୍ୟାଶନାଲ ପାର୍କରେ ଘଟିଛି। ଏହାକୁ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟର ଆକାଉଣ୍ଟରେ […]

Tiger

Tiger

Hemant Lenka
  • Published: Friday, 31 December 2021
  • Updated: 31 December 2021, 05:11 PM IST

Sports

Latest News

ବେଙ୍ଗାଲୁରୁ: ସମସ୍ତଙ୍କୁ ବିଚଳିତ କରିବା ଭଳି ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ପ୍ରକୃତରେ ବାଘଟିଏ କେତେ ଶକ୍ତିଶାଳୀ, ତା’ର ଭିଡିଓ ଆପଣ ଦେଖିବା ପରେ ହିଁ ବିଶ୍ୱାସ କରିବେ। କାରଣ ସାମ୍ନାକୁ ଆସିଥିବା ଭିଡିଓରେ ଗୋଟିଏ ବିରାଟକାୟ ବାଘ ପର୍ଯ୍ୟଟକ ଭର୍ତ୍ତି ଗାଡ଼ିକୁ ନିଜ ପାଟି ଓ ଦାନ୍ତ ଦ୍ୱାରା ପଛକୁ ଟାଣି ନେଉଥିବା ଦେଖିବାକୁ ମିଳୁଛି।

ଏହି ଘଟଣାଟି କର୍ଣ୍ଣାଟକାର ବାନ୍ନେରଘାଟ ନ୍ୟାଶନାଲ ପାର୍କରେ ଘଟିଛି। ଏହାକୁ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି। ବାଘଟି ଗୋଟିଏ ଏସୟୁଭିକୁ ପାଟି ଓ ଦାନ୍ତ ଦ୍ୱାରା ଭିଡ଼ୁ ଥିବା ବେଳେ ମୋବାଇଲ ଫୋନରେ ଆଉ ଏକ ଗାଡ଼ିରେ ଥିବା ପର୍ଯ୍ୟଟକମାନେ ଏହାକୁ ରେକର୍ଡ କରିଛନ୍ତି। ବାଘଟି କାର୍‌କୁ ପାଟିରେ ଭିଡ଼ ନେଉଥିବା ବେଳେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହେଉଥିବା ଭିଡିଓରୁ ସ୍ପଷ୍ଟ ହୋଇଛି।

ଭିଡିଓରେ ବିଶାଳ କାୟ ବାଘଟି ପ୍ରଥମେ ମହିନ୍ଦ୍ରା ଜାୟେଲୋ ଏସ୍‌ୟୁଭର ପଛରେ ଥିବା ବମ୍ପରକୁ କାମୁଡ଼ିଥିଲା। ବାରମ୍ବାର କାମୁଡ଼ିବା ପରେ ସେ ବମ୍ପରର ଗୋଟିଏ ସ୍ଥାନରେ ନିଜ ଦାନ୍ତକୁ ଗ୍ରିପ୍‌ କରିବାରେ ସକ୍ଷମ ହୋଇଥିଲା। ଏହାପରେ ସେ ଏହାକୁ ପଛକୁ ଟାଣିବା ଆରମ୍ଭ କରିଥିଲା। ପାର୍କ ରାସ୍ତାରେ ଆଉ ଏକ କାର୍‌ରେ ଥିବା ପର୍ଯ୍ୟଟକମାନେ ବାଘର ଏପରି କାରନାମକୁ ରେକର୍ଡ କରିଥିଲେ।


ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏହା ଭାଇରାଲ ହେବାରେ ଲାଗିଛି। ଏହା ଉପରେ ପ୍ରତିକ୍ରିୟା ଦେଇଥିବା ୟାଶ ଶାହ ସେଦିନ ଗାଡ଼ି ଭିତରେ ଥିବା ଦାବି କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହି ଘଟଣା ଗତବର୍ଷ ନଭେମ୍ବର ୨୨ରେ ଘଟିଥିଲା। ବାନ୍ନେରଘାଟ ନ୍ୟାଶନାଲ ପାର୍କରେ ଜାୟେଲୋ କାର୍‌ଟି ଖରାପ ହୋଇଯାଇଥିଲା। ଏହି ସମୟରେ ହିଁ ବାଘଟି ଏହାକୁ ପଛରୁ ଟାଣି ନେଇଥିଲା। ଶ୍ରୀ ଶାହ ବାଘଟି ଗାଡ଼ିକୁ ଟାଣିବା ବେଳର ଭିଡିଓକୁ ଆଉ ଏକ ଆଙ୍ଗେଲରେ ମଧ୍ୟ ଶୁଟ କରି ଶେୟାର କରିଛନ୍ତି।


ଗତକାଲି ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ୪ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos