ଗୁଜରାଟରେ ବିଜେପି ୩୧ଟି, ହିମାଚଳରେ ୭ଟି ଆସନରେ ଜିତିଲାଣି

ନୂଆଦିଲ୍ଲୀ: ଗୁଜରାଟ ଓ ହିମାଚଳ ପ୍ରଦେଶରେ ଭୋଟ ଗଣତି ଆଗେଇ ଚାଲିଛି। ବର୍ତ୍ତମାନ ସୁଦ୍ଧା କିଛି ସ୍ଥାନରେ ଭୋଟ ଗଣତି ଶେଷ ହୋଇଥିବା ବେଳେ ଆଉ କିଛି ସ୍ଥାନରେ କାଉଣ୍ଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚି। ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା ରେଜଲ୍ଟ ଅନୁସାରେ, ଗୁଜରାଟର ୧୮୨ଟି ବିଧାନସଭା ଆସନରୁ ବିଜେପି ୩୧ଟିରେ ଜିତି ସାରିଲାଣି। ସେହିପରି ଆଉ ୧୨୩ଟି ସ୍ଥାନରେ କ୍ଷମତାସୀନ ବିଜେପି ଲିଡ୍‌ କରୁଛି। ଏପରି ଜାରି ରହିଲେ ବିଜେପି ରେକର୍ଡ ୧୫୪ ଆସନରେ ବାଜିମାତ […]

BJP

BJP

Hemant Lenka
  • Published: Thursday, 08 December 2022
  • Updated: 08 December 2022, 01:21 PM IST

ନୂଆଦିଲ୍ଲୀ: ଗୁଜରାଟ ଓ ହିମାଚଳ ପ୍ରଦେଶରେ ଭୋଟ ଗଣତି ଆଗେଇ ଚାଲିଛି। ବର୍ତ୍ତମାନ ସୁଦ୍ଧା କିଛି ସ୍ଥାନରେ ଭୋଟ ଗଣତି ଶେଷ ହୋଇଥିବା ବେଳେ ଆଉ କିଛି ସ୍ଥାନରେ କାଉଣ୍ଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚି। ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା ରେଜଲ୍ଟ ଅନୁସାରେ, ଗୁଜରାଟର ୧୮୨ଟି ବିଧାନସଭା ଆସନରୁ ବିଜେପି ୩୧ଟିରେ ଜିତି ସାରିଲାଣି। ସେହିପରି ଆଉ ୧୨୩ଟି ସ୍ଥାନରେ କ୍ଷମତାସୀନ ବିଜେପି ଲିଡ୍‌ କରୁଛି। ଏପରି ଜାରି ରହିଲେ ବିଜେପି ରେକର୍ଡ ୧୫୪ ଆସନରେ ବାଜିମାତ କରିବ।

ଦଳ ଏଠାରେ ୧୫୦ରୁ ଅଧିକ ଆସନ ଜିତିବ ବୋଲି ଦମ୍ଭୋକ୍ତି କରିଥିଲା। ଏହି ଦମ୍ଭୋକ୍ତି ମଧ୍ୟ ସତ ହେବାକୁ ଯାଉଛି। ୨୦୧୭ରେ ୭୭ଟି ଆସନ ଜିତିଥିବା କଂଗ୍ରେସ ଏଯାଏ ୧୯ଟି ଆସନରେ ଲିଡ କରୁଥିବା ବେଳେ କେବଳ ଗୋଟିଏ ସ୍ଥାନରେ ଜିତିଛି। ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ କେବଳ ୫ଟି ଆସନରେ ଲିଡ୍‌ କରୁଛି। ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗରେ ଅଛନ୍ତି। ଗୁଜରାଟରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୯୨।

ଅନ୍ୟପକ୍ଷରେ ହିମାଚଳ ପ୍ରଦେଶରେ ବିଜେପି ହାତରୁ କ୍ଷମତା ଚାଲି ଯିବାର ସମ୍ଭାବନା ସୃଷ୍ଟି ହୋଇଛି। ରାଜ୍ୟର ୬୮ଟି ବିଧାନସଭା ଆସନରୁ ବିଜେପି ଏଯାଏ ୭ଟିରେ ଜିତିଥିବା ବେଳେ ଆଉ ୧୯ଟିରେ ଲିଡ୍‌ କରୁଛି। ଏହାକୁ ମିଶାଇଲେ ଦଳ ୨୬ଟି ଆସନରେ ଜିତିପାରେ। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୫। କଂଗ୍ରେସ ମଧ୍ୟ ୭ଟି ଆସନ ଜିତିଥିବା ବେଳେ ୩୨ଟିରେ ଲିଡ୍ କରୁଛି। ତେଣୁ ଦଳ ୩୯ଟି ଆସନରେ ଜିତିପାରେ। ଆପ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିବା ବେଳେ ଅନ୍ୟାନ୍ୟ ଦଳ ୨ଟିରେ ଲିଡ୍ କରୁଛନ୍ତି ଗୋଟିଏ ଆସନରେ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos