ରାଜ୍ୟପାଳଙ୍କ ପୂର୍ବରୁ ଜେପି ନଡ୍ଡାଙ୍କୁ ଇସ୍ତଫାପତ୍ର ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ: ଯାହା ଆଶା କରାଯାଉଥିଲା ସେଇଆ ହେଲା। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୪ ମାସ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେପି ନେତା ତୀରଥ ସିଂହ ରାୱତ। ସେ ରାଜ୍ୟପାଳ କିମ୍ବା ଗଣମାଧ୍ୟମ ଆଗରେ ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିବା ପୂର୍ବରୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଏହା ଜଣାଇଛନ୍ତି। ଏଥିସହ ସେ ନଡ୍ଡାଙ୍କୁ ଦିଲ୍ଲୀରେ ଇସ୍ତଫାପତ୍ର ଦେବା ପରେ ଡେରାଡୁନ ଫେରିଛନ୍ତି। ଆଜି ବଳମ୍ବିତ ରାତିରେ କିମ୍ବା ଆସନ୍ତାକାଲି […]

tirath-singh-rawat

tirath-singh-rawat

Hemant Lenka
  • Published: Friday, 02 July 2021
  • Updated: 02 July 2021, 10:45 PM IST

Sports

Latest News

ଡେରାଡୁନ: ଯାହା ଆଶା କରାଯାଉଥିଲା ସେଇଆ ହେଲା। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୪ ମାସ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେପି ନେତା ତୀରଥ ସିଂହ ରାୱତ। ସେ ରାଜ୍ୟପାଳ କିମ୍ବା ଗଣମାଧ୍ୟମ ଆଗରେ ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିବା ପୂର୍ବରୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଏହା ଜଣାଇଛନ୍ତି। ଏଥିସହ ସେ ନଡ୍ଡାଙ୍କୁ ଦିଲ୍ଲୀରେ ଇସ୍ତଫାପତ୍ର ଦେବା ପରେ ଡେରାଡୁନ ଫେରିଛନ୍ତି।

ଆଜି ବଳମ୍ବିତ ରାତିରେ କିମ୍ବା ଆସନ୍ତାକାଲି ସେ ରାଜ୍ୟପାଳ ବେବୀ ରାଣୀ ମୌର୍ଯ୍ୟଙ୍କୁ ଏ ସମ୍ପର୍କରେ ଅବଗତ କରାଇବେ ବୋଲି ଜଣାପଡ଼ିଛି। ଏବେ ସେ ରାଜ୍ୟ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଛନ୍ତି। ବୈଠକକୁ ଯିବା ପୂର୍ବରୁ ସାମ୍ବାଦିକମାନେ ତାଙ୍କୁ ଇସ୍ତଫା ସମ୍ପର୍କରେ ପଚାରିଥିଲେ ହେଁ ସେ କିଛି ବି କହି ନାହାନ୍ତି।

ଅନ୍ୟପକ୍ଷରେ ତୀରଥ ସିଂହ ରାୱତ ଇସ୍ତଫା ଦେଇଥିବାରୁ ବିଜେପି ଏବେ ଆଉ ଜଣଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ କରିପାରେ। ସେ ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ଯାଏ ଏହି ପଦରେ ରହିବେ। ଆସନ୍ତାକାଲି ଏହାର ନିଷ୍ପତ୍ତି ନେବାକୁ ବିଜେପି ବିଧାୟକ ଦଳ ବୈଠକ ବସିବ।

ଏହାକୁ ପରିଚାଳନା କରିବାକୁ ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଡେରାଡୁନରେ ପହଞ୍ଚିବେ। ଦଳୀୟ ହାଇକମାଣ୍ଡ ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି। କାଲି ସକାଳ ୧୧ଟା ସୁଦ୍ଧା ଦଳୀୟ ବିଧାୟକଙ୍କୁ ଡେରାଡୁନରେ ପହଞ୍ଚିବାକୁ କୁହାଯାଇଛି। ସେହିପରି ଅପରାହ୍ନ ୩ଟାରେ ବିଧାୟକ ଦଳ ବୈଠକ ବସିବ। ଏହାର ଅଧ୍ୟକ୍ଷତା ବିଜେପିର ରାଜ୍ୟ ମୁଖ୍ୟ ମଦନ କୌଶିକ କରିବେ। ବୈଠକରେ ହରକ ସିଂହ ରାୱତ, ସତପାଲ ମହାରାଜ ଓ ଧନ ସିଂହ ରାୱତଙ୍କ ମଧ୍ୟରୁ ଜଣଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଧିବଦ୍ଧ ନିଷ୍ପତ୍ତି ନିଆଯିବ।

ତୀରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାରୁ ୨୦୨୪ ଯାଏ ସାଂସଦ ଭାବେ କାର୍ଯ୍ୟ କରିବେ। ସେ ୨୦୧୯ ଲୋକସଭା ନିର୍ବାଚନରେ ପାଉରି ଘରୱାଲରୁ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ହୋଇଥିଲେ ହେଁ ସେ ଏହି ପଦରୁ ଏଯାଏ ଇସ୍ତଫା ଦେଇ ନଥିଲେ।

ମାର୍ଚ୍ଚ ୧୦ ତାରିଖରେ ତୀରଥ ସିଂହ ରାୱତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ସମୟରେ ସେ ଜଣେ ସାଂସଦ ଭାବେ କାର୍ଯ୍ୟ କରୁଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ପଦ ସୁରକ୍ଷିତ ରଖିବା ପାଇଁ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ଥିଲା।

ସେପ୍ଟେମ୍ବର ୧୦ରେ ଏହି ସମୟସୀମା ପୂରିବାକୁ ଯାଉଛି। ଏବେ କରୋନା ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଥିବାରୁ ଉପ ନିର୍ବାଚନ ଅନୁଷ୍ଠିତ ହେବାର ଆଶା କ୍ଷୀଣ। ଏସବୁ ଭିତରେ ସେ ବିଧାନସଭାକୁ ନିର୍ବାଚିତ ହେବାର ସମ୍ଭାବନା ମଧ୍ୟ ଫସର ଫାଟିଛି। ଏସବୁ ଦୃଷ୍ଟିରେ ରଖି ତୀରଥ ସିଂହ ରାୱତ ସାମ୍ବିଧାନିକ ସଙ୍କଟ ଏଡ଼ାଇବା ପାଇଁ ନିଜ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି।

ଇସ୍ତଫାପତ୍ର ନଡ୍ଡାଙ୍କୁ ଦେବା ପୂର୍ବରୁ ସେ ୩ ଦିନ ହେଲା ଦିଲ୍ଲୀରେ ବରିଷ୍ଠ ବିଜେପି ନେତାମାନଙ୍କ ସହ ଆଲୋଚନା କରିଥିଲେ। ଆଜି ମଧ୍ୟାହ୍ନରେ ସେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି କରୋନା କେଉଁଭଳି ଭାବେ ତାଙ୍କ ବିଧାନସଭାକୁ ନିର୍ବାଚିତ ହେବା ବାଟରେ କଣ୍ଟା ସାଜିଛି, ସେକଥା ଜଣାଇଥିଲେ।

ଏହାପରେ ସେ ନିଜର ଇସ୍ତଫାପତ୍ର ଜେପି ନଡ୍ଡାଙ୍କୁ ହସ୍ତାନ୍ତର କରିଥିଲେ। ନଡ୍ଡା ଏହାକୁ ଗ୍ରହଣ କରିବା ପରେ ସେ ରାଜ୍ୟପାଳଙ୍କ ଠାରୁ ସମୟ ମାଗିଥିଲେ। ରାଜ୍ୟପାଳ ସମୟ ଦେବା ପରେ ଆଜି ସନ୍ଧ୍ୟା ୮.୨୦ରେ ସେ ସ୍ୱତନ୍ତ୍ର ବିମାନ ଯୋଗେ ଡେରାଡୁନର ଜଲ୍ଲୀ ଗ୍ରାଣ୍ଟ ଏୟାରପୋର୍ଟରେ ଅବତରଣ କରିଥିଲେ। ସେଠାରୁ ସିଧା ରାଜ୍ୟ ସଚିବାଳୟକୁ ଯାଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ସାଂସଦ ଭାବେ କାର୍ଯ୍ୟ କରୁଥିବା ତୀରଥ ସିଂହ ରାୱତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ରାଜ୍ୟ ବିଜେପିରେ ଅସନ୍ତୋଷ ଯୋଗୁ ତ୍ରିବେନ୍ଦ୍ର ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ତୀରଥ ସିଂହ ରାୱତ ଦାୟିତ୍ୱ ନେଇଥିଲେ। ବିଜେପି ତୀରଥ ସିଂହ ରାୱତଙ୍କ ଜରିଆରେ ନିର୍ବାଚନ ପୂର୍ବରୁ ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ସେ ମଧ୍ୟ ଦଳ ମଧ୍ୟରେ ଚାଲିଥିବା କଳିକୁ ପ୍ରଶମିତ କରିବାରେ ବିଫଳ ହୋଇଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story