ଭୋଟରଙ୍କୁ ଧମକ ଦେଇଥିବା ଟିଏମସି ବିଧାୟକଙ୍କ ପ୍ରଚାର ଉପରେ ଲାଗିଲା ବ୍ୟାନ୍‌

କୋଲକାତା: କ୍ୟାମେରା ସାମ୍ନାରେ ଭୋଟରଙ୍କୁ ଧମକ ଦେବା ଟିଏମସିର ଜଣେ ବିଧାୟକଙ୍କୁ ମହଙ୍ଗେ ପଡ଼ିଛି। ସେ ଟିଏମସି ବଦଳରେ ବିଜେପିକୁ ଭୋଟ ଦେଲେ ପରିମାଣ ଭୋଗିବାକୁ ପଡ଼ିବ ବୋଲି କହିଥିଲେ। ଏହାକୁ ନିର୍ବାଚନ କମିଶନ ଗୁରୁତର ସହ ନେଇ ବିଧାୟକ ନରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ପ୍ରଚାର ଉପରେ ରୋକ ଲଗାଇଛନ୍ତି। ବିଧାୟକ ଚକ୍ରବର୍ତ୍ତୀ ଆସନ୍ତା ୭ ଦିନ ପାଇଁ କୌଣସି ପ୍ରକାରର ବୈଠକ, ରାଲି କିମ୍ବା ରୋଡ ଶୋ’ କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନ କହିଛନ୍ତି। ଏହି […]

TMC

TMC

Hemant Lenka
  • Published: Wednesday, 30 March 2022
  • Updated: 30 March 2022, 05:55 PM IST

Sports

Latest News

କୋଲକାତା: କ୍ୟାମେରା ସାମ୍ନାରେ ଭୋଟରଙ୍କୁ ଧମକ ଦେବା ଟିଏମସିର ଜଣେ ବିଧାୟକଙ୍କୁ ମହଙ୍ଗେ ପଡ଼ିଛି। ସେ ଟିଏମସି ବଦଳରେ ବିଜେପିକୁ ଭୋଟ ଦେଲେ ପରିମାଣ ଭୋଗିବାକୁ ପଡ଼ିବ ବୋଲି କହିଥିଲେ। ଏହାକୁ ନିର୍ବାଚନ କମିଶନ ଗୁରୁତର ସହ ନେଇ ବିଧାୟକ ନରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ପ୍ରଚାର ଉପରେ ରୋକ ଲଗାଇଛନ୍ତି।

ବିଧାୟକ ଚକ୍ରବର୍ତ୍ତୀ ଆସନ୍ତା ୭ ଦିନ ପାଇଁ କୌଣସି ପ୍ରକାରର ବୈଠକ, ରାଲି କିମ୍ବା ରୋଡ ଶୋ’ କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନ କହିଛନ୍ତି। ଏହି ନିୟମ ମାର୍ଚ୍ଚ ୩୦ ତାରିଖ ସକାଳ ୧୦ଟାରୁ ଏପ୍ରିଲ ୬ ତାରିଖ ରାତି ୮ଟା ଯାଏ ଲାଗୁ ହେବ।

ଆଗକୁ ବେଙ୍ଗଲର ଆସନସୋଲ ଲୋକସଭା ପାଇଁ ଉପ ନିର୍ବାଚନ ହେବ। ଏଠାରେ ଟିଏମସିର ପ୍ରଚାର ମଙ୍ଗ ଧରିଛନ୍ତି ସ୍ଥାନୀୟ ବିଧାୟକ ଚକ୍ରବର୍ତ୍ତୀ। ହେଲେ ମଙ୍ଗଳବାର ସେ ନିଜ ନିର୍ବାଚନ ମଣ୍ଡଳୀର ବିଜେପି ସମର୍ଥକମାନଙ୍କୁ ଖୋଲାଖୋଲି ଧମକ ଦେଇଥିଲେ।

ପାଣ୍ଡବେଶ୍ୱରର ଟିଏମସି ବିଧାୟକ ଚକ୍ରବର୍ତ୍ତୀ କହିଥିଲେ ଯେ ବିଜେପି ସମର୍ଥକମାନେ ଘରୁ ବାହାରିବା ଉଚିତ ନୁହେଁ। ବିଜେପିକୁ ଭୋଟ୍ ଦେଲେ ଏଠାରେ ରହିବା କଷ୍ଟକର ହୋଇଯିବ ବୋଲି ସେ ଧମକ ଦେଇଥିଲେ। ଏହି ବୟାନର ଭିଡିଓକୁ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଶେୟାର କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos