ଗର୍ଭବତୀ ଅଛନ୍ତି ନୁସରତ ଜାହାନ! ସାମ୍ନାକୁ ଆସିଲା ବେବି ବମ୍ପ ଫଟୋ

ମୁମ୍ବାଇ: ଟିଏମସି ସାଂସଦ ନୁସରତ ଜାହାନ ଗର୍ଭବତୀ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ସତ। ଏବେ ନୁସରତଙ୍କ ଗୋଟିଏ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ନିଜ ସାଙ୍ଗ ମାନଙ୍କ ସହ ଛିଡ଼ା ହୋଇଛନ୍ତି। ଏଥିରେ ତାଙ୍କର ବେବି ବମ୍ପ ଦେଖିବାକୁ ମିଳିଛି। ବ୍ୟବସାୟୀ ନିଖିଲ ଜୈନଙ୍କ ସହ ବିବାହ ବିଚ୍ଛେଦ ଓ ଅଭିନେତା ୟଶ ଦାସଗୁପ୍ତଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ନୁସରତଙ୍କ ଏହି ଫଟୋ ସାମ୍ନାକୁ […]

Nusrat

Nusrat

Hemant Lenka
  • Published: Saturday, 12 June 2021
  • Updated: 12 June 2021, 05:50 PM IST

Sports

Latest News

ମୁମ୍ବାଇ: ଟିଏମସି ସାଂସଦ ନୁସରତ ଜାହାନ ଗର୍ଭବତୀ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ସତ। ଏବେ ନୁସରତଙ୍କ ଗୋଟିଏ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ନିଜ ସାଙ୍ଗ ମାନଙ୍କ ସହ ଛିଡ଼ା ହୋଇଛନ୍ତି। ଏଥିରେ ତାଙ୍କର ବେବି ବମ୍ପ ଦେଖିବାକୁ ମିଳିଛି।

ବ୍ୟବସାୟୀ ନିଖିଲ ଜୈନଙ୍କ ସହ ବିବାହ ବିଚ୍ଛେଦ ଓ ଅଭିନେତା ୟଶ ଦାସଗୁପ୍ତଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ନୁସରତଙ୍କ ଏହି ଫଟୋ ସାମ୍ନାକୁ ଆସିବା ପରେ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଛି। ପୂର୍ବରୁ ନୁସରତ ଗର୍ଭବତୀ ଥିବା କୁହାଯାଉଥିଲା। କିନ୍ତୁ ନିଖିଲ ଏହି ଖବର ବିଷୟରେ ସେ କିଛି ଜାଣି ନଥିବା କହିଥିଲେ।

କାରଣ ୬ ମାସ ହେଲେ ନୁସରତଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିଲା। ଯଦି ସେ ଗର୍ବବତୀ ଅଛନ୍ତି, ତା’ହେଲେ ସେ ପିଲା ତାଙ୍କର ନୁହେଁ ବୋଲି ନିଖିଲ କହିଥିଲେ।

ଏବେ ଭାଇରାଲ ହେଉଥିବା ନୁସରତଙ୍କ ବେବି ବମ୍ପ ଫଟୋରେ ସେ ଗୋଟିଏ ଧଳା ଡ୍ରେସ ପିନ୍ଧିଛନ୍ତି। ଏଥିରେ ବେଙ୍ଗଲୀ ଅଭିନେତ୍ରୀ ସରବନ୍ତୀ ଚାଟାର୍ଜୀ ମଧ୍ୟ ରହିଛନ୍ତି। ସେ ନୁସରତଙ୍କ ଭଲ ବନ୍ଧୁ। ଚଳିତ ସପ୍ତାହରେ ନୁସରତ ତାଙ୍କ ସ୍ୱାମୀ ନିଖିଲ ଜୈନଙ୍କ ଠାରୁ ଅଲଗା ହୋଇଯାଇଥିବା ଘୋଷଣା କରିଥିଲେ। ଏବେ ନୁସରତଙ୍କ ଏକାଧିକ ଫ୍ୟାନ କ୍ଲବ ଆକାଉଣ୍ଟରୁ ତାଙ୍କ ବେବି ବମ୍ପ ପୋଜ୍‌ର ଫଟୋ ଶେୟାର କରାଯାଇଛି। ପ୍ରକୃତରେ ଏହି ଫଟୋରେ କେତେ ସତ୍ୟତା ଅଛି, ସେକଥା ଜଣାପଡ଼ିନି। କିନ୍ତୁ ସୋଶାଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି।


ଜୁନ୍‌ ୯ରେ ନୁସରତ ଗୋଟିଏ ବିବୃତି ଜାରି କରି ନିଖିଲଙ୍କ ଠାରୁ ଅଲଗା ରହୁଥିବା କଥା କହିଥିଲେ। ତୁର୍କୀ ଆଇନ ଅନୁସାରେ ତାଙ୍କର ବିବାହ ହୋଇଥିବାରୁ ଭାରତରେ ଏହା ବୈଧ ନୁହେଁ।

ତେଣୁ ଛାଡ଼ପତ୍ରର ପ୍ରଶ୍ନ ଉଠୁନି। ଉଭୟ ଆପେଆପେ ଅଲଗା ହୋଇଯାଇଥିବା ନୁସରତ କହିଥିଲେ। ଏଥିସହ ନିଖିଲଙ୍କ ପାଖରେ ତାଙ୍କ ସୁନା ଅଳଙ୍କାର ଓ ଟଙ୍କା ସବୁ ରହିଛି ବୋଲି ନୁସରତ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos