ଟିଏମସି କର୍ମୀଙ୍କୁ ଛୁରୀ ଭୁଷି ହତ୍ୟା, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

କୋଲକାତା: ପୁଣିଥରେ ଅଶାନ୍ତ ହୋଇଛି ପଶ୍ଚିମବଙ୍ଗ। ବେଙ୍ଗଲର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ କ୍ଷମତାସୀନ ଟିଏମସିର ଜଣେ କର୍ମୀଙ୍କୁ କିଛି ଦୁର୍ବୃତ୍ତ ମାଡ଼ ମାରିବା ସହ ଛୁରୀ ଭୁଷି ହତ୍ୟା କରିଛନ୍ତି। ପ୍ରାଣ ହରାଇଥିବା ଟିଏମସି କର୍ମୀ ଜଣଙ୍କ ହେଲେ ଜାଲେ ଆଲାମ ଗାଜି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସ୍ଥିତିକୁ ଦେଖି ପୁଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ୍‌ କହିଛି ଯେ ଗାଜିଙ୍କୁ ବାସନ୍ତୀରେ ଥିବା […]

death

death

Hemant Lenka
  • Published: Saturday, 20 August 2022
  • Updated: 20 August 2022, 08:27 PM IST

କୋଲକାତା: ପୁଣିଥରେ ଅଶାନ୍ତ ହୋଇଛି ପଶ୍ଚିମବଙ୍ଗ। ବେଙ୍ଗଲର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ କ୍ଷମତାସୀନ ଟିଏମସିର ଜଣେ କର୍ମୀଙ୍କୁ କିଛି ଦୁର୍ବୃତ୍ତ ମାଡ଼ ମାରିବା ସହ ଛୁରୀ ଭୁଷି ହତ୍ୟା କରିଛନ୍ତି। ପ୍ରାଣ ହରାଇଥିବା ଟିଏମସି କର୍ମୀ ଜଣଙ୍କ ହେଲେ ଜାଲେ ଆଲାମ ଗାଜି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସ୍ଥିତିକୁ ଦେଖି ପୁଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପୁଲିସ୍‌ କହିଛି ଯେ ଗାଜିଙ୍କୁ ବାସନ୍ତୀରେ ଥିବା ଭରତପୁର ଅଞ୍ଚଳରେ ଆକ୍ରମଣ କରାଯିବା ସହ ହତ୍ୟା କରାଯାଇଛି। ତାଙ୍କ ଛାତି ଓ ପେଟରେ ଗଭୀର କ୍ଷତ ଚିହ୍ନ ରହିଛି। ଘଟଣା ସମ୍ପର୍କରେ ଲୋକଙ୍କ ଠାରୁ ଖବର ପାଇ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିବା ଗାଜିଙ୍କୁ ହସ୍ପିଟାଲ ନେଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ହତ୍ୟା ପଛର କାରଣ ଏଯାଏ ଜଣାପଡ଼ି ନାହିଁ। ଅଟକ ଥିବା ୪ ଯୁବକଙ୍କୁ ପୁଲିସ୍‌ ଜେରା କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି।

ଅନ୍ୟପକ୍ଷରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗାଜିଙ୍କ ସମର୍ଥକ। ସେହିପରି ଟିଏମସିର କର୍ମୀମାନେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ଗୋଟିଏ ଗୋଷ୍ଠୀର ଲୋକଙ୍କୁ ଏଥିପାଇଁ ଦାୟୀ କରି ନାରାବାଜୀ କରିଛନ୍ତି। ସ୍ଥିତି ବିଗିଡ଼ିବାର ଆଶଙ୍କା ଥିବାରୁ ଭରତପୁର ଅଞ୍ଚଳରେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story