ପାରିତ ହେଲା ବିଲ୍‌: ମେଡିକାଲ ପାଠ୍ୟକ୍ରମ ପାଇଁ ନିଟ୍‌କୁ ନା

ଚେନ୍ନାଇ: ଦୀର୍ଘ ଦିନ ହେଲା ମେଡିକାଲ ପାଠ୍ୟକ୍ରମ ପାଇଁ ନିଟ୍‌ ପ୍ରବେଶିକା ପରୀକ୍ଷାକୁ ବିରୋଧ କରୁଥିବା ତାମିଲନାଡୁ ସରକାର ଆଜି ବଡ଼ ପଦକ୍ଷେପ ନେଇଛନ୍ତି। ନିଟ୍‌କୁ ଅଦରକାରୀ ଘୋଷଣା କରିବା ପାଇଁ ତାମିଲନାଡୁ ବିଧାନସଭାରେ ସ୍ୱତନ୍ତ୍ର ବିଲ୍‌ ପାରିତ ହୋଇଛି। Tamil Nadu Admission to Undergraduate Medical Degree Courses Bill ଜରିଆରେ ମେଡିକାଲ ପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ଆଉ ନିଟ୍‌ର ଆବଶ୍ୟକ ନାହିଁ ବୋଲି କୁହାଯାଇଛି। ବିଲ୍‌ର ବ୍ୟବସ୍ଥା ଅନୁଯାୟୀ, ରାଜ୍ୟର ଛାତ୍ରଛାତ୍ରୀମାନେ […]

NEET

NEET

Hemant Lenka
  • Published: Monday, 13 September 2021
  • Updated: 13 September 2021, 06:23 PM IST

Sports

Latest News

ଚେନ୍ନାଇ: ଦୀର୍ଘ ଦିନ ହେଲା ମେଡିକାଲ ପାଠ୍ୟକ୍ରମ ପାଇଁ ନିଟ୍‌ ପ୍ରବେଶିକା ପରୀକ୍ଷାକୁ ବିରୋଧ କରୁଥିବା ତାମିଲନାଡୁ ସରକାର ଆଜି ବଡ଼ ପଦକ୍ଷେପ ନେଇଛନ୍ତି। ନିଟ୍‌କୁ ଅଦରକାରୀ ଘୋଷଣା କରିବା ପାଇଁ ତାମିଲନାଡୁ ବିଧାନସଭାରେ ସ୍ୱତନ୍ତ୍ର ବିଲ୍‌ ପାରିତ ହୋଇଛି। Tamil Nadu Admission to Undergraduate Medical Degree Courses Bill ଜରିଆରେ ମେଡିକାଲ ପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ଆଉ ନିଟ୍‌ର ଆବଶ୍ୟକ ନାହିଁ ବୋଲି କୁହାଯାଇଛି।

ବିଲ୍‌ର ବ୍ୟବସ୍ଥା ଅନୁଯାୟୀ, ରାଜ୍ୟର ଛାତ୍ରଛାତ୍ରୀମାନେ ମେଡିକାଲ ପାଇଁ ଆଉ ନିଟ୍‌ର ସମ୍ମୁଖୀନ ହେବେ ନାହଁ। ପିଲାମାନଙ୍କ ଦ୍ୱାଦଶ ଶ୍ରେଣୀ ମାର୍କ ଆଧାରରେ ସେମାନଙ୍କୁ ମେଡିକାଲ ପାଠ୍ୟକ୍ରମରେ ନାଁ ଲେଖାଇବାକୁ ସୁଯୋଗ ମିଳିବ।

ଆଜି ବିଧାନସଭାରେ ବିଜେପିକୁ ଛାଡ଼ି ଆଉ ସବୁ ରାଜନୀତିକ ଦଳ ବିଲ୍‌କୁ ସମର୍ଥନ କରିଥିଲେ। ଏହି ବିଲ୍‌ କେନ୍ଦ୍ରୀୟ ଆଇନକୁ ଚ୍ୟାଲେଞ୍ଜ କରିଛି। ତେଣୁ ଏହା ଉପରେ ରାଷ୍ଟ୍ରପତି ମୋହର ମାରିବା ଜରୁରୀ। ଅନ୍ୟଥା ଏହା ଆଇନରେ ପରିଣତ ହୋଇପାରିବ ନାହିଁ।

ବିଲ୍‌ ପାରିତ ହେବା ପୂର୍ବରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଜୁନ୍‌ ୫ରେ ଗୋଟିଏ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। କମିଟିର ଅଧ୍ୟକ୍ଷତା କରୁଥିବା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏକେ ରଞ୍ଜନଙ୍କୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ନିଟ୍‌ର ପ୍ରଭାବ ଓ କୋଚିଂ ସେଣ୍ଟରଗୁଡ଼ିକ ଉପରେ ତର୍ଜମା କରିବାକୁ କହିଥିଲେ। କମିଟିର ରିପୋର୍ଟ ପରେ ତାମିଲନାଡୁ ସରକାର ତୁରନ୍ତ ନିଟ୍‌କୁ ଉଚ୍ଛେଦ କରିବାକୁ ପ୍ରସ୍ତାବ ଦେଇଥିଲେ।

କମିଟି କହିଥିଲା ଯେ ନିଟ୍‌ କେବଳ ଧନୀ ଓ ଆଭିଜାତ୍ୟ ବର୍ଗଙ୍କୁ ସୁହାଉଛି। ମେଡିକାଲ ପାଠ୍ୟକ୍ରମରେ ନାଁ ଲେଖାଇବାକୁ ସ୍ୱପ୍ନ ଦେଖୁଥିବା ଗରିବ ଓ ପଛୁଆ ବର୍ଗର ପିଲାମାନଙ୍କ ସ୍ୱପ୍ନକୁ ଧୂଳିସାତ କରିଦେଉଛି। ନିଟ୍‌ ଗ୍ରାମାଞ୍ଚଳ ଓ ସହାରାଞ୍ଚଳର ଗରିବ ଛାତ୍ରଛାତ୍ରୀଙ୍କୁ ଗୁରୁତର ଭାବେ ପ୍ରଭାବିତ କରୁଛି। ବିଶେଷ କରି ସରକାରୀ ଓ ତାମିଲ ମିଡିୟମ ସ୍କୁଲରେ ପଢ଼ୁଥିବା ଗରିବ ପିଲାମାନେ ଅଧିକ ପ୍ରଭାବିତ ହେଉଛନ୍ତି।

ନିଟ୍‌ ଆଦୌ ମେରିଟ୍‌ କିମ୍ବା ଷ୍ଟାଣ୍ଡାର୍ଡକୁ ନିଶ୍ଚିତ କରୁନି। ଏହା କେବଳ ଆଖି ଦୃଶିଆ ପ୍ରଦର୍ଶନ କରୁ ନଥିବା ଶିକ୍ଷାର୍ଥୀଙ୍କୁ ଏମବିବିଏସ୍‌ରେ ନାଁ ଲେଖାଇବାକୁ ଏକ ମାଧ୍ୟମ। ଯଦି ନିଟ୍‌ ଜାରି ରହିବ, ତା’ହେଲେ ରାଜ୍ୟରେ ଡାକ୍ତରଙ୍କ ଅଭାବରୁ ସ୍ୱାସ୍ଥ୍ୟ ସେବା ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ଥିବା କମିଟି ସରକାରଙ୍କୁ କହିଥିଲା।

ଦୀର୍ଘ ଦଶନ୍ଧି ଧରି ମେଡିକାଲ ଆଡମିସନ ପାଇଁ ତାମିଲନାଡୁରେ କୌଣସି ପ୍ରକାରର ପ୍ରବେଶିକା ପରୀକ୍ଷାର ବ୍ୟବସ୍ଥା ନଥିଲା। ୟୁପିଏ ଶାସନ ସମୟରେ ଏହାର ସହଯୋଗୀ ଡିଏମକେ ପ୍ରବେଶିକା ପରୀକ୍ଷା ବିରୋଧୀ ବିଲ୍‌ ପାସ କରାଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରାଇ ଦେଇଥିଲା। କିନ୍ତୁ ଏଆଇଏଡିଏମକେ ତା’ର ସହଯୋଗୀ ବିଜେପି ଶାସନ ସମୟରେ ଏପରି କରିବାକୁ ଅକ୍ଷମ ହୋଇଥିଲା। ସୁପ୍ରିମକୋର୍ଟ ମଧ୍ୟ ନିଟ୍‌ ସପକ୍ଷରେ ରାୟ ଦେଇଥିଲେ।

ଏବେ ଡିଏମକେ ଶାସନ ସମୟରେ ନିଟ୍‌ ବିରୋଧରେ ଆସିଥିବା ବିଲ୍‌କୁ ଏଆଇଏଡିଏମକେ ମଧ୍ୟ ସମର୍ଥନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story