ଛୋଟ ଛୁଆର ଜୀବନ ବଞ୍ଚାଇବାକୁ ଏକାଠି ହେଲା ବିଶ୍ୱ, ୬ ଦିନରେ ସଂଗ୍ରହ ହେଲା ୧୮ କୋଟି

କୋଚି: ଦୁନିଆ ବଡ଼ ସ୍ୱାର୍ଥ ପର। ଆପେ ବଞ୍ଚିଲେ ବାପାର ନାଁ। ଏଭଳି ଅନେକ ନୀତି କଥାକୁ ବେଳେବେଳେ ଭୁଲ ପ୍ରମାଣ କରିଛି ଏ ମଣିଷ ଜାତି। କିଛି ଲୋକ ସ୍ୱାର୍ଥପର ହୋଇ ପାରନ୍ତି। ହେଲେ ଆଜି ବି ଦୁନିଆରେ ମାନବିକତା ବଞ୍ଚିଛି। ଏପରି ଏକ ମାନବିକତାର ପରିଚୟ ଦେଇଛନ୍ତି ପୂରା ବିଶ୍ୱବାସୀ। କେରଳର ଜଣେ ଦେଢ଼ ବର୍ଷର ଛୁଆର ଜୀବନ ବଞ୍ଚାଇବାକୁ ସାରା ବିଶ୍ୱ ଏକାଠି ହୋଇଛି। ମାତ୍ର ୬ ଦିନ ମଧ୍ୟରେ କେରଳ ସମେତ […]

Kannur

Kannur

Hemant Lenka
  • Published: Tuesday, 06 July 2021
  • Updated: 06 July 2021, 01:12 PM IST

Sports

Latest News

କୋଚି: ଦୁନିଆ ବଡ଼ ସ୍ୱାର୍ଥ ପର। ଆପେ ବଞ୍ଚିଲେ ବାପାର ନାଁ। ଏଭଳି ଅନେକ ନୀତି କଥାକୁ ବେଳେବେଳେ ଭୁଲ ପ୍ରମାଣ କରିଛି ଏ ମଣିଷ ଜାତି। କିଛି ଲୋକ ସ୍ୱାର୍ଥପର ହୋଇ ପାରନ୍ତି। ହେଲେ ଆଜି ବି ଦୁନିଆରେ ମାନବିକତା ବଞ୍ଚିଛି। ଏପରି ଏକ ମାନବିକତାର ପରିଚୟ ଦେଇଛନ୍ତି ପୂରା ବିଶ୍ୱବାସୀ।

କେରଳର ଜଣେ ଦେଢ଼ ବର୍ଷର ଛୁଆର ଜୀବନ ବଞ୍ଚାଇବାକୁ ସାରା ବିଶ୍ୱ ଏକାଠି ହୋଇଛି। ମାତ୍ର ୬ ଦିନ ମଧ୍ୟରେ କେରଳ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତର ବଦାନ୍ୟ ବ୍ୟକ୍ତିମାନେ ୧୮ କୋଟି ଟଙ୍କା ସଂଗ୍ରହ କରି ଶିଶୁଟିର ଚିକିତ୍ସା ପାଇଁ ଦାନ କରିଛନ୍ତି। ଏହି ଦେଢ଼ ବର୍ଷର ଶିଶୁପୁତ୍ରଟି ବିରଳ ସ୍ପାଇନାଲ ମସ୍କୁଲାର ଅଟ୍ରୋଫି(ଏସ୍‌ଏମଏ) ରୋଗରେ ପୀଡ଼ିତ।

ଛୋଟ ଶିଶୁଟିର ନାଁ ମହମ୍ମଦ। ସେ ପିକେ ରଫିକ ଓ ମାରିୟୁମ୍ମାଙ୍କ ସନ୍ତାନ। ତାଙ୍କ ବଡ଼ ଭଉଣୀ ୧୫ ବର୍ଷୀୟ ଅଫ୍ରା ମଧ୍ୟ ସମାନ ଜେନିଟିକାଲ ରୋଗରେ ପୀଡ଼ିତ। ସେ ନିଜ ଭାଇର ଜୀବନ ରକ୍ଷା କରିବା ପାଇଁ ସୋଶାଲ ମିଡିଆରେ ଆର୍ଥିକ ସହାୟତା ଦାବି କରିଥିଲେ।

ଅଫ୍ରାଙ୍କୁ ଅର୍ଥ ଅଭାବରୁ ଠିକ୍‌ ସମୟରେ ଚିକିତ୍ସା ମିଳିଥିଲା। ଏବେ ସେ ହ୍ୱିଲ ଚେୟାରରେ ଜୀବନ କାଟୁଛନ୍ତି। କିନ୍ତୁ ତାଙ୍କ ଭାଇ ସମାନ ଦଶା ନ ଭୋଗନ୍ତୁ ବୋଲି ସେ ଚିନ୍ତା କରି ସୋଶାଲ ମିଡିଆରେ ସହଯୋଗ ଭିକ୍ଷା କରିଥିଲେ।

ଏହି ପ୍ରଚାର ଅଭିଯାନକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ମାତ୍ତୋଲ ଗ୍ରାମ ପଞ୍ଚାୟତ ପକ୍ଷରୁ ଗୋଟିଏ କମିଟି ଗଠନ କରାଯାଇଥିଲା। ଏହି କମିଟି ମହମ୍ମଦଙ୍କ ପାଇଁ ଆର୍ଥିକ ସହାୟତା ଉଦ୍ଦେଶ୍ୟରେ ପ୍ରଚାର ଅଭିଯାନ ଆରମ୍ଭ କରିଥିଲା। ମତ୍ତୋଲ ଗ୍ରାମ ପଞ୍ଚାୟତର ସଭାପତି ଫରିଶା ଅବିଦ କହିଛନ୍ତି, ସୋମବାର ମହମ୍ମଦଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ ହୋଇ ଯାଇଛି।

ଏବେ ଆମେ ସୋଶାଲ ମିଡିଆରେ ତାଙ୍କର ଶୁଭକାଂକ୍ଷୀ ମାନଙ୍କୁ ଆଉ ଆର୍ଥିକ ସହାୟତା ନ ଦେବାକୁ କହିଛୁ। ଆମେ ସମସ୍ତେ ମିଳିମିଶି ଛୋଟ ଶିଶୁର ଜୀବନ ବଞ୍ଚାଇବାକୁ ଅର୍ଥ ଯୋଗାଡ଼ କରିପାରିଛୁ। ଏଥିପାଇଁ ଗୋଟିଏ ଆକାଉଣ୍ଟ ତିଆରି କରାଯାଇଥିଲା। ଆଉ ଲୋକମାନେ ଏହି ଆକାଉଣ୍ଟକୁ ଟଙ୍କା ପଠାଇବା ଦରକାର ନାହିଁ। ଜୀବନ ରକ୍ଷା କରିବା ପାଇଁ ଆର୍ଥିକ ସହାୟତା କରିଥିବା ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ବୋଲି ସେ କହିଛନ୍ତି।

ମହମ୍ମଦ ଏସଏମଏର ଟାଇପ-୩ରେ ପୀଡ଼ିତ। ଏହା ମାଂସପେଶୀକୁ ଦୁର୍ବଳ କରିବା ସହ ଜଣେ ବ୍ୟକ୍ତିଙ୍କ ଚାଲିବା ଶକ୍ତିକୁ ହ୍ରାସ କରି ଦେଇଥାଏ। ଠିକଣା ସମୟରେ ଏହାର ଚିକିତ୍ସା ନ କଲେ ରୋଗୀମାନେ ଜୀବନରେ ଆଉ କେବେ ହେଲେ ଛଡ଼ା ହୋଇପାରନ୍ତି ନାହିଁ। ଏହି ରୋଗରେ ପୀଡ଼ିତ ହେଉଥିବା ପିଲାଙ୍କୁ ୨ ବର୍ଷ ପୂରିବା ଆଗରୁ ସ୍ୱତନ୍ତ୍ର ଚିକିତ୍ସା କରିବାକୁ ପଡ଼ିଥାଏ।

ଏଥିପାଇଁ ଆବଶ୍ୟକ ମେଡିସିନର ଦାମ ବହୁତ ଅଧିକ। ତେଣୁ ମହମ୍ମଦଙ୍କ ଚିକିତ୍ସା ପାଇଁ ପ୍ରାୟ ୧୮ କୋଟି ଟଙ୍କା ଦରକାର ହେଉଥିବାରୁ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ସହାୟତାର ହାତ ବଢ଼ିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story