ସେନା ବାହିନୀରେ ମହିଳାଙ୍କ ବଡ଼ ବିଜୟ: ସୁପ୍ରିମକୋର୍ଟ ଦେଲେ ଏମିତି ରାୟ

ନୂଆଦିଲ୍ଲୀ: ଭାରତୀୟ ସେନା ବାହିନୀରେ ମହିଳାଙ୍କ ବଡ଼ ବିଜୟ ହୋଇଛି। ସେନା ବାହିନୀ ବିଶେଷ କରି ଆର୍ମିରେ ସ୍ଥାୟୀ କମିଶନ ପାଇଁ ମହିଳା ଅଫିସରଙ୍କ ପାଇଁ ଧାର୍ଯ୍ୟ ମେଡିକାଲ ଫିଟନେଶର ମାନଦଣ୍ଡ ତର୍କହୀନ ଓ ଏକପାଖିଆ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଆର୍ମିରେ ସ୍ଥାୟୀ କମିଶନ ପାଇଁ ଦାବି କରି ୮୦ ଜଣ ମହିଳା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନଙ୍କ ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ ଆଜି ଏଭଳି ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି, ଯେଉଁ ମହିଳାମାନଙ୍କୁ […]

Army

Army

Hemant Lenka
  • Published: Thursday, 25 March 2021
  • Updated: 25 March 2021, 12:37 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ସେନା ବାହିନୀରେ ମହିଳାଙ୍କ ବଡ଼ ବିଜୟ ହୋଇଛି। ସେନା ବାହିନୀ ବିଶେଷ କରି ଆର୍ମିରେ ସ୍ଥାୟୀ କମିଶନ ପାଇଁ ମହିଳା ଅଫିସରଙ୍କ ପାଇଁ ଧାର୍ଯ୍ୟ ମେଡିକାଲ ଫିଟନେଶର ମାନଦଣ୍ଡ ତର୍କହୀନ ଓ ଏକପାଖିଆ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଆର୍ମିରେ ସ୍ଥାୟୀ କମିଶନ ପାଇଁ ଦାବି କରି ୮୦ ଜଣ ମହିଳା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସେମାନଙ୍କ ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ ଆଜି ଏଭଳି ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି, ଯେଉଁ ମହିଳାମାନଙ୍କୁ ମେଡିକାଲ ଗ୍ରାଉଣ୍ଡରେ ଆର୍ମିର ସ୍ଥାୟୀ କମିଶନରୁ ବାଦ୍‌ ଦିଆଯାଇଛି, ମାସକ ମଧ୍ୟରେ ସେମାନଙ୍କ ଉପରେ ଆଉ ଥରେ ବିଚାର କରାଯାଉ। ଆମକୁ ଏଠାରେ ବିଚାର କରିବାକୁ ପଡ଼ୁଛି ଯେ ଏହି ସମାଜ କେବଳ ପୁରୁଷଙ୍କ ଦ୍ୱାରା ଓ ପୁରୁଷଙ୍କ ପାଇଁ ତିଆରି ହୋଇଛି।

ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏମଆର ଶାହଙ୍କ ଖଣ୍ଡପୀଠ କହିଛନ୍ତି, ମେଡିକାଲ ଗ୍ରାଉଣ୍ଡକୁ ଆଧାର କରିବା ଆଦୌ ଠିକ୍ ନୁହେଁ। ଏଭଳି ଆଚରଣ ଶର୍ଟ ସର୍ଭିସ କମିଶନ(ଏସଏସସି) ମହିଳା ଅଫିସରଙ୍କୁ ଆର୍ଥିକ ଓ ମାନସିକ ଆଘାତ ଦେଉଛି। ଆବେଦନ କରିଥିବା ମହିଳା ଅଫିସରମାନେ ଭଲ କାମ କରି ଏକାଧିକ ପୁରସ୍କାର ଜିତିଛନ୍ତି।

ସେହିପରି ଏକାଧିକ ମହିଳା ଅଫିସର ସେମାନଙ୍କୁ ବିଦେଶରେ ମିଳିଥିବା କାମକୁ ଠିକ ଭାବେ ସମ୍ପାଦନ କରିଛନ୍ତି। ଆମେ ଜାଣିବାକୁ ପାଇଛୁ ଯେ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରିଥିବା ମହିଳାଙ୍କୁ ମଧ୍ୟ ଅଣଦେଖା କରାଯାଇଛି। ଆମେ ରାୟରେ ମହିଳାମାନେ ହାସଲ କରିଥିବା ସଫଳତାର ବିସ୍ତୃତ ତଥ୍ୟ ଦେଉଛୁ।

ଆମକୁ ଲାଗୁଛି ବୋର୍ଡ ସିଲେକ୍ସନ ନୁହେଁ ବରଂ କେବଳ ରିଜେକ୍ଟ କରିବାକୁ ଗଠନ ହୋଇଛି। ସ୍ଥାୟୀ କମିଶନ ପାଇଁ ମହିଳାଙ୍କ ମେଡିକାଲ ଫିଟନେଶକୁ ଆଧାର କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ୨୦୧୦ ମସିହାରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ମହିଳାମାନଙ୍କୁ ସ୍ଥାୟୀ କମିଶନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ୨୮୪ ଜଣଙ୍କ ମଧ୍ୟରୁ କେବଳ ୧୬୧ ମହିଳାଙ୍କୁ ସ୍ଥାୟୀ କମିଶନ ଦିଆଯାଇଛି। ଅନ୍ୟମାନଙ୍କୁ ମେଡିକାଲ ଗ୍ରାଉଣ୍ଡ ଆଳରେ ସ୍ଥାୟୀ କମିଶନ ପ୍ରଦାନ କରାଯାଇ ନଥିଲା।

ଯେଉଁମାନଙ୍କୁ ରିଜେକ୍ଟ କରାଯାଇଛି, ସେମାନଙ୍କୁ ଆଉ ଗୋଟିଏ ସୁଯୋଗ ଦିଆଯାଉ। ସେନାର ମେଡିକାଲ ଫିଟନେଶ ମାନଦଣ୍ଡ ଠିକ ନୁହେଁ। ମହିଳାମାନଙ୍କ ପ୍ରତି ଏହା ଭେଦଭାବକୁ ଦର୍ଶାଉଛି। ଗୋଟିଏ ମାସ ମଧ୍ୟରେ ଏହି ମହିଳାମାନେ ପୁଣି ମେଡିକାଲ ଫିଟନେଶର ସମ୍ମୁଖୀନ ହେବେ। ସେହିପରି ଦୁଇମାସ ମଧ୍ୟରେ ଯଦି ସେମାନେ ମେଡିକାଲ ଟେଷ୍ଟରେ ଫିଟ୍ ଅଛନ୍ତି, ତା’ହେଲେ ସେମାନଙ୍କୁ ସ୍ଥାୟୀ କମିଶନ ଦିଆଯିବ ବୋଲି କୋର୍ଟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story