ସିଦ୍ଧୁଙ୍କ ପାଇଁ ବଢ଼ିଲା କଂଗ୍ରେସର ଅଡ଼ୁଆ, ମୁହଁ ଖୋଲିଲେ ଆଡଭୋକେଟ ଜେନେରାଲ

ଚଣ୍ଡିଗଡ଼: ପଞ୍ଜାବର ଆଡଭୋକେଟ ଜେନେରାଲ ଏପିଏସ୍‌ ଦେଓଲଙ୍କୁ ପଦରୁ ହଟାଇବା ପାଇଁ କଂଗ୍ରେସର ରାଜ୍ୟ ମୁଖ୍ୟ ନବୋଜତ ସିଂହ ସିଦ୍ଧୁ କରୁଥିବା ଜିଦି ଏବେ ନୂଆ ବିବାଦ ସୃଷ୍ଟି କରିଛି। ସିଦ୍ଧୁ ଏହି ଘଟଣାକୁ ନେଇ କିଛି ଦିନ ତଳେ କଂଗ୍ରେସର ପଞ୍ଜାବ ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ଗତକାଲି ସେ ନିଜର ଇସ୍ତଫାପତ୍ର ଫେରାଇ ଆଣିଛନ୍ତି। କିନ୍ତୁ ଶ୍ରୀ ଦେଓଲ ଆଡଭୋକେଟ ଜେନେରାଲ ପଦରୁ ବିଦା ନ ହେବା ଯାଏ ସେ କଂଗ୍ରେସ ଅଫିସକୁ […]

punjab

punjab

Hemant Lenka
  • Published: Saturday, 06 November 2021
  • Updated: 06 November 2021, 01:32 PM IST

Sports

Latest News

ଚଣ୍ଡିଗଡ଼: ପଞ୍ଜାବର ଆଡଭୋକେଟ ଜେନେରାଲ ଏପିଏସ୍‌ ଦେଓଲଙ୍କୁ ପଦରୁ ହଟାଇବା ପାଇଁ କଂଗ୍ରେସର ରାଜ୍ୟ ମୁଖ୍ୟ ନବୋଜତ ସିଂହ ସିଦ୍ଧୁ କରୁଥିବା ଜିଦି ଏବେ ନୂଆ ବିବାଦ ସୃଷ୍ଟି କରିଛି। ସିଦ୍ଧୁ ଏହି ଘଟଣାକୁ ନେଇ କିଛି ଦିନ ତଳେ କଂଗ୍ରେସର ପଞ୍ଜାବ ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ।

କିନ୍ତୁ ଗତକାଲି ସେ ନିଜର ଇସ୍ତଫାପତ୍ର ଫେରାଇ ଆଣିଛନ୍ତି। କିନ୍ତୁ ଶ୍ରୀ ଦେଓଲ ଆଡଭୋକେଟ ଜେନେରାଲ ପଦରୁ ବିଦା ନ ହେବା ଯାଏ ସେ କଂଗ୍ରେସ ଅଫିସକୁ ଯିବେନି ବୋଲି ଦଳ ଆଗରେ ସର୍ତ୍ତ ରଖିଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ଚନ୍ନି ଶପଥ ନେବା ପରେ ଦେଓଲ ରାଜ୍ୟର ଆଡଭୋକେଟ ଜେନେରାଲ ହୋଇଥିଲେ। କିନ୍ତୁ ୨୦୧୫ରେ ସେ ଦୁଇ ଜଣ ଅଭିଯୁକ୍ତ ପୁଲିସ୍‌ ଅଧିକାରୀଙ୍କ ପାଇଁ ମାମଲା ଲଢ଼ୁଥିବାରୁ ସିଦ୍ଧୁ ତାଙ୍କ ନିଯୁକ୍ତିକୁ ବିରୋଧ କରୁଛନ୍ତି।

ସୋମବାର ବିବାଦକୁ ଦୃଷ୍ଟିରେ ରଖି ଶ୍ରୀ ଦେଓଲ ନିଜର ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ପାଖକୁ ପଠାଇ ଦେଇଥିଲେ। ହେଲେ ଏହାକୁ ଏଯାଏ ସେ ଗ୍ରହଣ କରି ନାହାନ୍ତି। ଏସବୁ ଭିତରେ ସିଦ୍ଧୁ ପୁଣି ତାଙ୍କୁ ଟାର୍ଗେଟ କରିଥିବାରୁ ଆଜି ଶ୍ରୀ ଦେଓଲ ଏହାର ଜବାବ ଦେଇଛନ୍ତି।

ସେ କହିଛନ୍ତି, ଡ୍ରଗ ପ୍ରସଙ୍ଗ ଓ ଧର୍ମ ବିରୋଧୀ ଘଟଣାରେ ତ୍ୱରିତ ନ୍ୟାୟ ପ୍ରଦାନ କରିବାକୁ ରାଜ୍ୟ ସରକାର କରୁଥିବା ଉଦ୍ୟମକୁ ସିଦ୍ଧୁ ଲାଇନଚ୍ୟୁତ କରିବାକୁ ଚାହୁଁଛନ୍ତି। ସେ ସବୁ କିଛି ଝୁଲାଇ ରଖିବା ପାଇଁ ଉଦ୍ୟମ କରୁଛନ୍ତି। ସେ ବ୍ୟକ୍ତିଗତ ସ୍ୱାର୍ଥକୁ ପୂରଣ କରିବା ପାଇଁ ନିଜର ରାଜନୀତିକ ସହଯୋଗୀଙ୍କ ବିରୋଧରେ ମଧ୍ୟ ମିଥ୍ୟା ପ୍ରଚାର କରିବାରେ ଲାଗିଛନ୍ତି।

ସେ ସବୁବେଳେ ଲୋକଙ୍କୁ ବିଭ୍ରାନ୍ତ କରିଥାଆନ୍ତି। ଆସନ୍ତାବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ନିଜର ସ୍ୱାର୍ଥ ସାଧାନ ପାଇଁ କଂଗ୍ରେସ ପାର୍ଟିର କାର୍ଯ୍ୟକଳାପକୁ ତଳୁଆ କରି  ଦେଖାଇବାକୁ ଚେଷ୍ଟା କରାଯାଉଛି। ଖାସ ଏହି କାରଣ ପାଇଁ ସାମ୍ବିଧାନିକ ପଦରେ ରହିଥିବା ପଞ୍ଜାବର ଆଡଭୋକେଟ ଜେନେରାଲ ଅଫିସକୁ ମଧ୍ୟ ରାଜନୀତିକରଣ କରାଯାଉଛି। ଯାହା ଆଦୌ ଗ୍ରହଣୀୟ ନୁହେଁ। ସାମ୍ବିଧାନିକ ପଦଗୁଡ଼ିକ ରାଜନୀତିରୁ ଉପରେ ବୋଲି ସେ କହିଛନ୍ତି।

ସେପ୍ଟେମ୍ବର ମାସରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା କ୍ୟାପ୍ଟେନ ଅମରିନ୍ଦର ସିଂହ ଇସ୍ତଫା ଦେଇଥିଲେ। ଏହାପରେ ତାଙ୍କ ସହ ପଞ୍ଜାବର ଆଡଭୋକେଟ ଜେନେରାଲ ଭାବେ କାର୍ଯ୍ୟ କରୁଥିବା ଅତୁଲ ନନ୍ଦ ବି ପଦ ଛାଡ଼ିଥିଲେ। ଏହାପରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚନ୍ନି ଶପଥ ନେଇଥିଲେ। ଏଥିସହ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଏପିଏସ୍ ଦେଓଲଙ୍କୁ ରାଜ୍ୟର ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତ କରିଥିଲେ। କିନ୍ତୁ ଏହା ସିଦ୍ଧୁ ଗ୍ରହଣ କରିପାରୁ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos