କିନ୍ନରଙ୍କୁ ପିଟିଲେ, କାଟିଲେ ଚୁଟି: ୨ ଗିରଫ

ଚେନ୍ନାଇ: କିନ୍ନରଙ୍କୁ ବିଚ୍ ରାସ୍ତାରେ ମାର୍‌ପିଟ୍ । କବେଳ ମାର୍‌ପିଟ୍ ନୁହେଁ ଜୋରଜବରଦସ୍ତି କାଟିଦେଲେ ଚୁଟି । ଏଭଳି ଏକ ବିଚଳିତ କଲା ଭଳି ଘଟଣା ଘଟିଛି ତାମିଲନାଡୁର ତୁତିକୋରିନ୍‌ରେ । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଦୁଇ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି ।

ଟ୍ରାନ୍ସଜେଣ୍ଡର ଅଧିକାର କର୍ମୀ ଗ୍ରେସ୍ ବାନୋ ଏକ ୧୯ ସେକେଣ୍ଡର ଭିଡିଓ ଶେଆର କରିଛନ୍ତି। ଭିଡିଓରେ ଜଣେ ଯୁବକ ରେଜର ସାହାଯ୍ୟରେ ପୀଡିତାଙ୍କ ଲମ୍ବା କେଶ କାଟୁଛନ୍ତି। ଏହାପରେ ଚାଷ ଜମିରେ କେଶ ଫୋପାଡି ତାଙ୍କୁ ଦୁର୍ବ୍ୟବହାର କରିରୁଥିବା ଦେଖିବାକୁ ମିଳିଛି। ଏସବୁ ଭିତରେ ଆଉ ଜଣେ କିନ୍ନର ମଧ୍ୟ ପାଖରେ ବସିଥିବା ନଜର ଆସିଛନ୍ତି ।

ଅନ୍ୟପଟେ ମାରପିଟ୍ କରିଥିବା ସମ୍ପୃକ୍ତ ଯୁବକଙ୍କୁ ଗିରଫ କରାଯାଇଥିବା ନେଇ ତାମିଲନାଡୁ ସାଉଥ ଜୋନ୍ ପୁଲିସ ଟ୍ୱିଟ୍ କରି ସୂଚନା ଦେଇଛି। ଗିରଫ ଅଭିଯୁକ୍ତଙ୍କ ପରିଚୟ ନୋହ ଓ ବିଜୟ ବୋଲି ଜଣାପଡିଛି।

ତୁତିକୋରିନ୍ ପୁଲିସ ଅଧୀକ୍ଷକଙ୍କ କହିବା ମୁତାବକ, ଏହି ଦୁଇ ଗିରଫ ଯୁବକ ଉଭୟ କିନ୍ନରଙ୍କୁ ଭଲଭାବେ ପୂର୍ବରୁ ଜାଣନ୍ତି। ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ (କିନ୍ନର) ସହ ସମ୍ପର୍କ ରଖିଥିଲେ, କିନ୍ତୁ ପରେ ଦୁହେଁ ଅଲଗା ହୋଇଥିଲେ। ଏହି ମାମଲାରେ ଏବେ ତଦନ୍ତ ଜାରି ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।