ଭୋଟିଂ ବେଳେ ଟିଏମସିର ମହିଳା ପ୍ରାର୍ଥୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

କୋଲାକାତା: ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ଜଣେ ମହିଳା ପ୍ରାର୍ଥୀଙ୍କୁ କିଛି ଲୋକ ମତଦାନ କେନ୍ଦ୍ରରୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି। ପ୍ରାର୍ଥୀ ଜଣଙ୍କ ବୁଥରେ ଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଥିଲା। ସେ ଭୟରେ ନିକଟରେ ଥିବା ଗୋଟିଏ କ୍ଷତ ମଧ୍ୟକୁ ଦୌଡ଼ିଥିଲେ ହେଁ ହାତରେ ଲାଠି ଧରିଥିବା କିଛି ଲୋକଙ୍କ ତାଙ୍କ ପିଛା କରିଥିଲେ। କ୍ଷେତ ମଧ୍ୟରେ ତାଙ୍କ ମୁଣ୍ଡକୁ ଲାଠିରେ ଆକ୍ରମଣ ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ପ୍ରାର୍ଥୀ ଜଣଙ୍କ […]

TMC

TMC

Hemant Lenka
  • Published: Tuesday, 06 April 2021
  • Updated: 06 April 2021, 03:53 PM IST

Sports

Latest News

କୋଲାକାତା: ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ଜଣେ ମହିଳା ପ୍ରାର୍ଥୀଙ୍କୁ କିଛି ଲୋକ ମତଦାନ କେନ୍ଦ୍ରରୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି। ପ୍ରାର୍ଥୀ ଜଣଙ୍କ ବୁଥରେ ଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଥିଲା। ସେ ଭୟରେ ନିକଟରେ ଥିବା ଗୋଟିଏ କ୍ଷତ ମଧ୍ୟକୁ ଦୌଡ଼ିଥିଲେ ହେଁ ହାତରେ ଲାଠି ଧରିଥିବା କିଛି ଲୋକଙ୍କ ତାଙ୍କ ପିଛା କରିଥିଲେ। କ୍ଷେତ ମଧ୍ୟରେ ତାଙ୍କ ମୁଣ୍ଡକୁ ଲାଠିରେ ଆକ୍ରମଣ ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି।

ଆକ୍ରମଣର ଶିକାର ହୋଇଥିବା ପ୍ରାର୍ଥୀ ଜଣଙ୍କ ହେଉଛନ୍ତି ସୁଜାତା ମଣ୍ଡଳ ଖାନ। ସେ ଚଳିତ ବିଧାନସଭାରେ ଅରମବାଗ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଆଜି ଏଠାରେ ବୋଟିଂ ହେଉଥିବା ବେଳେ ତାଙ୍କୁ ବିଜେପି କର୍ମୀମାନେ ବୁଥ ମଧ୍ୟରୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଖୋଦ୍‌ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି।

ମମତା ବାନାର୍ଜୀ କହିଛନ୍ତି, ଅରମବାଗର ଅରନ୍ଧି ଅଞ୍ଚଳରେ ଥିବା ଗୋଟିଏ ବୁଥରେ ଏଭଳି ଘଟଣା ଘଟିଛି। ଭୋଟିଂ ବେଳେ ବିଜେପି କର୍ମୀମାନେ ଅରମବାଗର ବିଭିନ୍ନ ବୁଥରେ ଏକାଠି ହୋଇ ଲୋକଙ୍କୁ ଧମକ ଦେଇଥିଲେ। ସେମାନେ ଆମର ଅନୁସୂଚିତ ଜାତିର ପ୍ରାର୍ଥୀ ସୁଜାତା ମଣ୍ଡଳଙ୍କୁ ଲାଠିରେ ଆକ୍ରମଣ କରିଛନ୍ତି।

ସେ ବୁଥକୁ ବୁଲିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି। ଖାନାକୁଲ ଠାରେ ମଧ୍ୟ ବିଜେପି ସମର୍ଥକମାନେ ଆଉ ଜଣେ ଟିଏମସି ପ୍ରାର୍ଥୀଙ୍କୁ ଆକ୍ରମଣ କରିଛନ୍ତି। କାନ୍ନିଙ୍ଗ ଇଷ୍ଟରେ ସୁରକ୍ଷାକର୍ମୀମାନେ ଆମ ନୋମିନି ସୌକତ ମୋଲ୍ଲାଙ୍କୁ ବୁଥ ଭିତରେ ପ୍ରବେଶ କରିବାକୁ ଦେଇନାହାନ୍ତି।

ସେମାନେ(ବିଜେପି) ରାଜ୍ୟର ବିଭିନ୍ନ ସ୍ଥାନରେ ଆମ ପ୍ରାର୍ଥୀ ଓ କର୍ମୀମାନଙ୍କୁ ଆକ୍ରମଣ କରିବାରେ ଲାଗିଛନ୍ତି। ଆଜି ସକାଳୁ ବିଭିନ୍ନ ସ୍ଥାନରେ ୧୦୦ରୁ ଅଧିକ ଆକ୍ରମଣ ଘଟଣା ଘଟିଛି। ଏ ବିଷୟରେ ଟିଏମସି ପକ୍ଷରୁ ନିର୍ବାଚନ କମିଶନକୁ ଜଣାଇ ଦିଆଯାଇଥିଲା। ହେଲେ ଏଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ମମତା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ସୁଜାତା ମଣ୍ଡଳ ଖାନ କହିଛନ୍ତି, “ବାଟାନାଲରେ ଥିବା ବୁଥ ନଂ ୪୫ରେ ଲୋକମାନେ ଟିଏମସିକୁ ଭୋଟ ଦେଉଥିଲେ ହେଁ ଏହା ବିଜେପି ଖାତାକୁ ଯାଉଛି। ମୁଁ ଆଶା ରଖିଛି ଯେ ମୋତେ ଲୋକଙ୍କ ଆଶୀର୍ବାଦ ମିଳିବ। ଅରନ୍ଧିରେ ଆମ କର୍ମୀମାନଙ୍କୁ ମାଡ଼ ମରାଯାଇଛି। ବିଜେପି ଭାବୁଛି ଯେ ସେମାନେ ହିଂସା ସୃଷ୍ଟି କରି ଅରମବାଗ ଆସନ ଦଖଲ କରିନେବେ। ହେଲେ ସେମାନଙ୍କ ଭାବନା ଭୁଲ। ମୁଁ ଏମିତି ଗୋଟିଏ ମହିଳା, ଯିଏ ମରିବାକୁ କେବେ ବି ଡରେନାହିଁ।”

ସୂଚନାଯୋଗ୍ୟ, ଆଜି ବେଙ୍ଗଲରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ୩୧ଟି ଆସନରେ ହେଉଥିବା ଭୋଟିଂ ପ୍ରକ୍ରିୟାରେ ଲୋକମାନେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story