ଉପ ରାଷ୍ଟ୍ରପତି ନିର୍ବାଚନ: କୌଣସି ପ୍ରାର୍ଥୀଙ୍କୁ ଭୋଟ ଦେବନି ମମତାଙ୍କ ଟିଏମସି

ନୂଆଦିଲ୍ଲୀ: ଉପ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କୁ ଲାଗିଛି ଶକ୍ତ ଝଟକା। ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ମଙ୍ଗ ସମ୍ଭାଳିଥିବା ମମତା ବାନାର୍ଜୀଙ୍କ ଟିଏମସି ଉପ ରାଷ୍ଟ୍ରପତି ନିର୍ବାଚନରେ ନିଜ ଆଭିମୁଖ୍ୟ ବଦଳାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରାମର୍ଶକ୍ରମେ ବିରୋଧୀ ଦଳଗୁଡ଼ିକ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ କରିଥିଲେ। ହେଲେ ଏବେ ମମତା କଂଗ୍ରେସ ଦ୍ୱାରା ଚୟନ ହୋଇଥିବା ଉପ ରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ସମର୍ଥନ କରିବେ ନାହିଁ। କଂଗ୍ରେସ ସମେତ ଅନ୍ୟ ବିରୋଧୀ […]

mamata

mamata

Hemant Lenka
  • Published: Thursday, 21 July 2022
  • Updated: 21 July 2022, 06:39 PM IST

ନୂଆଦିଲ୍ଲୀ: ଉପ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କୁ ଲାଗିଛି ଶକ୍ତ ଝଟକା। ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ମଙ୍ଗ ସମ୍ଭାଳିଥିବା ମମତା ବାନାର୍ଜୀଙ୍କ ଟିଏମସି ଉପ ରାଷ୍ଟ୍ରପତି ନିର୍ବାଚନରେ ନିଜ ଆଭିମୁଖ୍ୟ ବଦଳାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରାମର୍ଶକ୍ରମେ ବିରୋଧୀ ଦଳଗୁଡ଼ିକ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ କରିଥିଲେ।

ହେଲେ ଏବେ ମମତା କଂଗ୍ରେସ ଦ୍ୱାରା ଚୟନ ହୋଇଥିବା ଉପ ରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ସମର୍ଥନ କରିବେ ନାହିଁ। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଯେଉଁଭଳି ଉପ ରାଷ୍ଟ୍ରପତି ପ୍ରାର୍ଥୀ ବାଛିଲେ, ତାହା ମମତାଙ୍କୁ ବ୍ୟଥିତ କରିଛି। ଏଥିପାଇଁ ସେ ଉପ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ କିମ୍ବା ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ସମର୍ଥନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।

ଉପ ରାଷ୍ଟ୍ରପତି ନିର୍ବାଚନରେ ଟିଏମସିର ସାଂସଦମାନେ କୌଣସି ବି ପ୍ରାର୍ଥୀଙ୍କ ଭୋଟ ଦେବେ ନାହିଁ। ଭୋଟ ଦାନରୁ ଟିଏମସି ସାଂସଦମାନେ ଦୂରେଇ ରହିବେ ବୋଲି ଆଜି ଦଳ ବୈଠକରେ ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବିରୋଧୀ ଦଳର ସଦସ୍ୟମାନେ ମମତା ବାନାର୍ଜୀଙ୍କ ସହ ଆଲୋଚନା ନ କରି ମାର୍ଗାରେଟ ଆଲଭାଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି। ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ଉପରେ ମମତା ଖପ୍ପା ହୋଇଛନ୍ତି। ଆଲଭାଙ୍କ ସହ ମମତାଙ୍କ ସମ୍ପର୍କ ଭଲ। ହେଲେ ତାଙ୍କ ନାଁ ଘୋଷଣା ପୂର୍ବରୁ ଏନସିପି କିମ୍ବା କଂଗ୍ରେସର ନେତାମାନେ ମମତାଙ୍କୁ କିଛି ବି କହି ନଥିଲେ। ଏଥିପାଇଁ ତାଙ୍କ ଦଳ ଉପ ରାଷ୍ଟ୍ରପତି ନିର୍ବାଚନରେ ଆବସେଣ୍ଟ ରହିବାକୁ ନିଷ୍ପତ୍ତି ନେଇଛି।

ଟିଏମସିର ଜାତୀୟ ସମ୍ପାଦକ ତଥା ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ କହିଛନ୍ତି, “ଟିଏମସିକୁ ଅନ୍ଧାରରେ ରଖି ଯେଉଁଭଳି ଭାବେ ବିରୋଧୀ ମେଣ୍ଟର ପ୍ରାର୍ଥୀଙ୍କୁ ବଛା ଗଲା, ତାହା ଆଦୌ ଗ୍ରହଣୀୟ ନୁହେଁ। କେହି ବି ଆମ ସହ ଆଲୋଚନା କରି ନାହାନ୍ତି କିମ୍ବା ଆମ ମତାମତ ନେଇ ନାହାନ୍ତି। ତେଣୁ ଆମେ ବିରୋଧୀ ମେଣ୍ଟର ପ୍ରାର୍ଥୀଙ୍କୁ ସମର୍ଥନ କରିବୁ ନାହିଁ।

ଉଭୟ ଗୃହରେ ଆମର ୩୫ ଜଣ ସାଂସଦ ଅଛନ୍ତି। ତଥାପି ଆମ ସହ ଆଲୋଚନା ହେଲନି। ମମତା ବାନାର୍ଜୀଙ୍କ ସହ ଆଲଭାଙ୍କ ଭଲ ସମ୍ପର୍କ। କିନ୍ତୁ ଦେଶର ଉପ ରାଷ୍ଟ୍ରପତି ଜଣେ ବ୍ୟକ୍ତିଙ୍କ ସହ ଭଲ ସମ୍ପର୍କ ରଖି ନିର୍ବାଚିତ ହୋଇପାରିବେ ନାହିଁ। ଆମର ୮୫% ସାଂସଦ ଭୋଟ ଦାନରୁ ଦୂରେଇ ରହିବା ସପକ୍ଷରେ ମତ ରଖିଥିଲେ। ଶେଷରେ ସର୍ବସମ୍ମତିକ୍ରମେ ଆମେ ଉପ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ନ ଦେବାକୁ ନିଷ୍ପତ୍ତି ନେଇଛୁ। ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ସମର୍ଥନ କରିବାର ପ୍ରଶ୍ନ ଉଠୁନି। ଆମେ ଆବସେଣ୍ଟ ରହିବୁ।”

ସୂଚନାଯୋଗ୍ୟ, ଅଗଷ୍ଟ ୬ ତାରିଖରେ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ହେବ। ଅଗଷ୍ଟ ୧୦ରେ ଉପ ରାଷ୍ଟ୍ରପତି ଭାବେ କାମ କରୁଥିବା ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos