୧୪୪ରୁ ୧୩୪ ଆସନ ପୋଛି ନେଲେ ଦିଦି, ବିରୋଧୀ ଜଳକା

କୋଲକାତା: ପଶ୍ଚିମବଙ୍ଗରେ ପୁଣିଥରେ ଯାଦୁ ଦେଖାଇଛନ୍ତି ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବେଙ୍ଗଲ ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ ଓ ପରେ ଭବାନୀପୁର ଉପ ନିର୍ବାଚନରେ ବିଜୟ ହାସଲ କରିଥିବା ଦିଦିଙ୍କ ଟିଏମସି ଏବେ ପୌର ନିର୍ବାଚନରେ ଏକତରଫା ବାଜିମାତ କରିଛି। କୋଲକାତା ପୌର ନିର୍ବାଚନ(କେଏମସି)ରେ ଟିଏମସି ୧୪୪ଟି ଆସନରୁ ଏକାକୀ ୧୩୪ଟିରେ ଜିତିଛି। ଟିଏମସିର ଏପରି ଲ୍ୟାଣ୍ଡସ୍ଲାଇଡ୍‌ ବିଜୟକୁ ଦେଖି ବିରୋଧୀ ପୂରା ଜଳକା ହୋଇଯାଇଛନ୍ତି। ମମତା ମଧ୍ୟ ବିଜୟ ପ୍ରାର୍ଥୀ ଓ ଲୋକଙ୍କୁ […]

TMC

TMC

Hemant Lenka
  • Published: Tuesday, 21 December 2021
  • Updated: 21 December 2021, 04:18 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗରେ ପୁଣିଥରେ ଯାଦୁ ଦେଖାଇଛନ୍ତି ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବେଙ୍ଗଲ ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ ଓ ପରେ ଭବାନୀପୁର ଉପ ନିର୍ବାଚନରେ ବିଜୟ ହାସଲ କରିଥିବା ଦିଦିଙ୍କ ଟିଏମସି ଏବେ ପୌର ନିର୍ବାଚନରେ ଏକତରଫା ବାଜିମାତ କରିଛି।

କୋଲକାତା ପୌର ନିର୍ବାଚନ(କେଏମସି)ରେ ଟିଏମସି ୧୪୪ଟି ଆସନରୁ ଏକାକୀ ୧୩୪ଟିରେ ଜିତିଛି। ଟିଏମସିର ଏପରି ଲ୍ୟାଣ୍ଡସ୍ଲାଇଡ୍‌ ବିଜୟକୁ ଦେଖି ବିରୋଧୀ ପୂରା ଜଳକା ହୋଇଯାଇଛନ୍ତି। ମମତା ମଧ୍ୟ ବିଜୟ ପ୍ରାର୍ଥୀ ଓ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ କୋଲକାତାବାସୀ ନିଜର ମତାଧିକାର ଜରିଆରେ ଦେଶବାସୀଙ୍କୁ ଉଚିତ ରାସ୍ତା ଦେଖାଇଛନ୍ତି ବୋଲି ସେ କହିଛନ୍ତି।

କେଏମସିର ୧୪୪ଟି ଆସନ ପାଇଁ ଭୋଟିଂ ହୋଇଥିବା ବେଳେ ଆଜି ରେଜଲ୍ଟ ପ୍ରକାଶ ପାଇଛି। ଏହି ନିର୍ବାଚନରେ ଟିଏମସିର ୧୩୪ ଜଣ ପ୍ରାର୍ଥୀ ଜିତିଛନ୍ତି। ୨୦୧୫ରେ ଦଳ ୧୧୩ଟି ଆସନ ଜିତିଥିଲା। କିନ୍ତୁ ଏଥର ଟିଏମସି ତା’ର ପୁରୁଣା ରେକର୍ଡ ଭାଙ୍ଗି ଦେଇଛି। ଏଥିସହ ସମସ୍ତ ୧୬ ନଗର ପାଳିକା ଟିଏମସି ଖାତାକୁ ଯାଇଛି।

ପୌର ପାଳିକା ନିର୍ବାଚନ ପୂର୍ବରୁ ଟିଏମସିକୁ ବିଜେପି ବେଶ ଚ୍ୟାଲେଞ୍ଜ ଦେବ ବୋଲି ଆଶା କରାଯାଉଥିଲା। ଦଳ ମଧ୍ୟ ଘନଘନ ପ୍ରଚାର କରୁଥିଲା। କିନ୍ତୁ ବିଜେପି ମାତ୍ର ୩ଟି ଆସନରେ ଜିତି ପାରିଛି। ସେହିପରି କଂଗ୍ରେସ ଓ ବାମଦଳ ୨ଟି ଲେଖାଏ ଆସନ ପାଇଛନ୍ତି। ୩ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବାଜିମାତ କରିଛନ୍ତି।

୨୦୧୫ କଥାକୁ ବିଚାରକୁ ନେଲେ ବିଜେପି ୭ଟି ଆସନ ପାଇଥିବା ବେଳେ କଂଗ୍ରେସ ୫, ବାମଦଳ ୧୫ ଓ ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନ ଜିତିଥିଲେ। ଏବେ କିନ୍ତୁ ସମସ୍ତଙ୍କୁ ଦିଦିଙ୍କ ଟିଏମସି ପଛରେ ପକାଇ ଦେଇଛି।

ବିପୁଳ ସଫଳତା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, “ଏହା ଲୋକଙ୍କ ବିଜୟ। ସେମାନେ ବିକାଶ ସପକ୍ଷରେ ମତାଧିକାର ସାବ୍ୟସ୍ତ କରିଛନ୍ତି। ୨୦୧୧ ଠାରୁ ଟିଏମସି ରାଜ୍ୟରେ କରିଥିବା ବିକାଶମୂଳକ କାର୍ଯ୍ୟ ସପକ୍ଷରେ ଲୋକମାନେ ଭୋଟ ଦେଇଛନ୍ତି। ଏହା ବିକାଶର ବିଜୟ।

ଲୋକମାନେ ନିଜ ହୃଦୟରୁ ଭୋଟ ଦେଇଛନ୍ତି। ଏହା ଗଣତନ୍ତ୍ରର ବିଜୟ। ସହରରେ ଲୋକଙ୍କ ବିକାଶରେ ଏପରି ଜନମତ ଅଧିକ କାମ କରିବା ପାଇଁ ପ୍ରେରଣା ଯୋଗାଇବ। ଏହି ବିଜୟ ଜାତୀୟ ସ୍ତରରେ ମଧ୍ୟ ବେଶ ଗୁରୁତ୍ୱବହନ କରୁଛି। କାରଣ ବିଜେପି, କଂଗ୍ରେସ ଓ ବାମଦଳ ଭଳି ଜାତୀୟ ରାଜନୀତିକ ଦଳକୁ ଲୋକମାନେ ଜନମତ ଦ୍ୱାରା ପରାସ୍ତ କରିଛନ୍ତି।

ଆମେ ରାଜ୍ୟର ବିକାଶ ପାଇଁ ନିରବଚ୍ଛିନ୍ନ ଭାବେ କାମ କରିଛୁ। କୋଲକାତାର ସୌନ୍ଦ୍ୟର୍ଯ୍ୟକରରଣ ଶେଷ ହୋଇଛି। ଆମେ ତୃଣମୂଳ ସ୍ତରରେ ରହୁଛୁ ଓ ରାତିରେ ଅନ୍ୟତ୍ର ଉଡ଼ି ଯାଉନୁ। ଆମେ ଅର୍ବାନ ଓ ସେମି ଅର୍ବାନ ଅଞ୍ଚଳର ମଧ୍ୟ ବିକାଶ କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story