ଅଳ୍ପକେ ବର୍ତ୍ତିଗଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ, କାର ଚଢ଼ାଇ ଦେବାକୁ ହୋଇଥିଲା ଉଦ୍ୟମ

ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ତାଙ୍କ ଉପରେ କାର୍‌ ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ ହେଉଥିବା ବେଳେ ସେ ଶେଷ ମୁହୂର୍ତ୍ତରେ ଏଥିରୁ ରକ୍ଷା ପାଇଯାଇଛନ୍ତି। ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନାଁରେ ହତ୍ୟା ପାଇଁ ଉଦ୍ୟମ ଦଫା ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଗୁରୁବାର ଶ୍ୟାମାପ୍ରସାଦ ମୁଖାର୍ଜୀ ଲେନ୍‌ ନିକଟରେ ଥିବା ତାଙ୍କ ସରକାରୀ ବାସଭବନରୁ ସନ୍ଧ୍ୟା […]

Biplab Dev

Biplab Dev

Hemant Lenka
  • Published: Saturday, 07 August 2021
  • Updated: 07 August 2021, 03:28 PM IST

Sports

Latest News

ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ତାଙ୍କ ଉପରେ କାର୍‌ ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ ହେଉଥିବା ବେଳେ ସେ ଶେଷ ମୁହୂର୍ତ୍ତରେ ଏଥିରୁ ରକ୍ଷା ପାଇଯାଇଛନ୍ତି। ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନାଁରେ ହତ୍ୟା ପାଇଁ ଉଦ୍ୟମ ଦଫା ଲାଗିଛି।

ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଗୁରୁବାର ଶ୍ୟାମାପ୍ରସାଦ ମୁଖାର୍ଜୀ ଲେନ୍‌ ନିକଟରେ ଥିବା ତାଙ୍କ ସରକାରୀ ବାସଭବନରୁ ସନ୍ଧ୍ୟା ବେଳେ ଚାଲିବା ପାଇଁ ବାହାରକୁ ବାହାରିଥିଲେ। ନିୟମ ଅନୁସାରେ, ଏଠାରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା କର୍ଡନ କରାଯାଇଛି।

ତେବେ ସେ ଇଭିନିଂ ୱାକ କରୁଥିବା ବେଳେ ହଠାତ୍‌ ୩ ଜଣ ଯୁବକ ଗୋଟିଏ କାର୍‌ ଧରି ସୁରକ୍ଷା କର୍ଡନକୁ ଭେଦ କରିଥିଲେ। ଏହାପରେ ସେମାନେ ପଛ ପଟୁ ବିପ୍ଳବ ଦେବଙ୍କ ଉପରେ କାର୍‌ ଚଢ଼ାଇ ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ସେ କାର ଆଗରୁ ସାଇଡକୁ ଡେଇଁ ପଡ଼ିଥିଲେ। ଫଳରେ କାର୍‌ଟି ତାଙ୍କର ଜଣେ ସୁରକ୍ଷାକର୍ମୀଙ୍କୁ ଧକ୍କା ଦେଇଥିଲା। ଘଟଣା ପରେ ସୁରକ୍ଷାକର୍ମୀମାନେ କାର୍‌ଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇ ନଥିଲା। ତେବେ ପୁଲିସ୍‌ ବିଭିନ୍ନ ସ୍ଥାନରେ ରେଡ୍‌ କରି କାର୍‌ ସହ ୩ ଜଣ ଯୁବକଙ୍କୁ ଗିରଫ କରିଛି।

ପୁଲିସ ସେମାନଙ୍କୁ କୋର୍ଟରେ ହାଜର କରିବା ପରେ ୨ ଦିନ ପାଇଁ ରିମାଣ୍ଡରେ ଆଣିବାକୁ ଚାହିଁଥିଲା। ହେଲେ କୋର୍ଟ ସମସ୍ତଙ୍କୁ ୧୪ ଦିନି ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ପୁଲିସ୍‌ ଏବେ ଜେଲକୁ ଯାଇ ଅଭିଯୁକ୍ତମାନଙ୍କୁ ଜେରା କରିପାରିବ। ଏହି ସମୟରେ ସେମାନେ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ, ସେକଥା ପୁଲିସ୍‌ ଅଭିଯୁକ୍ତଙ୍କ ଠାରୁ ଆଦାୟ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos