ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ଅଗରତାଲା: ତ୍ରିପୁରାରେ ରାଜନୈତିକ ହଟଚମଟ। ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଳବ କୁମାର ଦେବ ଆଜି ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ କରିଛନ୍ତି। ବିଜେପି ବିଧାୟକ ଦଳର ବୈଠକ ପରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ହେବା ନେଇ ସୂଚନା ମିଳିଛି। ବିଧାୟକ ଦଳର ବୈଠକକୁ ସଂଚାଳନ ପାଇଁ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦର ଯାଦବ, ବିଜେପି ସାଧାରଣ ସମ୍ପାଦକ ବିଶ୍ୱନାଥ ତାୱଡେଙ୍କୁ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ପଦରୁ  ବିପ୍ଳବ କୁମାର ଇସ୍ତଫା […]

biplab kumar deb

biplab kumar deb

Tapas Behera
  • Published: Saturday, 14 May 2022
  • Updated: 14 May 2022, 05:10 PM IST

Sports

Latest News

ଅଗରତାଲା: ତ୍ରିପୁରାରେ ରାଜନୈତିକ ହଟଚମଟ। ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଳବ କୁମାର ଦେବ ଆଜି ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ କରିଛନ୍ତି। ବିଜେପି ବିଧାୟକ ଦଳର ବୈଠକ ପରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ହେବା ନେଇ ସୂଚନା ମିଳିଛି। ବିଧାୟକ ଦଳର ବୈଠକକୁ ସଂଚାଳନ ପାଇଁ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦର ଯାଦବ, ବିଜେପି ସାଧାରଣ ସମ୍ପାଦକ ବିଶ୍ୱନାଥ ତାୱଡେଙ୍କୁ ଦାୟିତ୍ୱ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ପଦରୁ  ବିପ୍ଳବ କୁମାର ଇସ୍ତଫା ଦେବାର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ଆସନ୍ତା ବର୍ଷ ରାଜ୍ୟର ବିଧାନସଭା ନିର୍ବାଚନ ଥିବାରୁ ରାଜନୈତିକ ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି। ଆଜି ତ୍ରିପୁରା ରାଜ୍ୟପାଳଙ୍କୁ ଭେଟିବା ପରେ ତାଙ୍କ ଇସ୍ତଫା ସମ୍ପର୍କରେ ବିପ୍ଳବ କୁମାର ଘୋଷଣା କରିଥିଲେ।

ଗୁରୁବାର ଦିଲ୍ଲୀ ଗସ୍ତ କରି ବିପ୍ଳବ କୁମାର କେନ୍ଦ୍ର ଗୃହମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିଥିଲେ। ଏହି ଅବସରରେ ତ୍ରିପୁରାରେ ଦଳୀୟ ମାମଲା ନେଇ ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ ରାଜ୍ୟ ବିଜେପିରେ ତୀବ୍ର ଅନ୍ତଃକଳହ ଥିବା ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ତେବେ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟମନ୍ତ୍ରୀ ଭାବେ ଡେପୁଟି ମୁଖ୍ୟମନ୍ତ୍ରୀ ଥିବା ଜିଷ୍ଣୁଦେବ ବର୍ମାଙ୍କୁ ଦାୟିତ୍ୱ ମିଳିପାରେ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos