ହୁ’ ମୁଖ୍ୟଙ୍କ ନାଁ ତୁଳସୀ ଭାଇ ରଖିଲେ ମୋଦି

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଅଧନୋମ ଘେବ୍ରିୟସଙ୍କୁ ଆଜି ଗୋଟିଏ ଗୁଜରାଟୀ ନାଁରେ ନାମିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟେଡ୍ରୋସଙ୍କ ଅନୁରୋଧ କ୍ରମେ ମୋଦି ତାଙ୍କ ନାଁ ତୁଳସୀ ଭାଇ ରଖିଛନ୍ତି। “ମୁଁ ଆପଣଙ୍କୁ ତୁଳସୀ ଭାଇ ଡାକିବାକୁ ପସନ୍ଦ କରିବି” ବୋଲି ମୋଦି କହିଛନ୍ତି। ଗାନ୍ଧି ନଗରରେ ଆୟୋଜିତ ବିଶ୍ୱ ଆୟୁଶ ଇନଭେଷ୍ଟମେଣ୍ଟ ଓ ଇନୋଭେସନ ସମ୍ମିଳନୀରେ ଯୋଗ ଦେବାକୁ ଟେଡ୍ରୋସ ଆସିଛନ୍ତି। ଏତିକି ବେଳେ ମୋଦି […]

WHO

WHO

Hemant Lenka
  • Published: Wednesday, 20 April 2022
  • Updated: 20 April 2022, 04:40 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଅଧନୋମ ଘେବ୍ରିୟସଙ୍କୁ ଆଜି ଗୋଟିଏ ଗୁଜରାଟୀ ନାଁରେ ନାମିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟେଡ୍ରୋସଙ୍କ ଅନୁରୋଧ କ୍ରମେ ମୋଦି ତାଙ୍କ ନାଁ ତୁଳସୀ ଭାଇ ରଖିଛନ୍ତି।

“ମୁଁ ଆପଣଙ୍କୁ ତୁଳସୀ ଭାଇ ଡାକିବାକୁ ପସନ୍ଦ କରିବି” ବୋଲି ମୋଦି କହିଛନ୍ତି। ଗାନ୍ଧି ନଗରରେ ଆୟୋଜିତ ବିଶ୍ୱ ଆୟୁଶ ଇନଭେଷ୍ଟମେଣ୍ଟ ଓ ଇନୋଭେସନ ସମ୍ମିଳନୀରେ ଯୋଗ ଦେବାକୁ ଟେଡ୍ରୋସ ଆସିଛନ୍ତି। ଏତିକି ବେଳେ ମୋଦି ତାଙ୍କ ନାଁ ତୁଳସୀ ଭାଇ ରଖିଛନ୍ତି।

ମୋଦି କହିଛନ୍ତି, “ହୁ’ର ମହାନିର୍ଦ୍ଦେଶ ଟେଡ୍ରୋସ ମୋର ଜଣେ ଭଲ ବନ୍ଧୁ। ସେ ସବୁବେଳେ ମୋତେ କୁହନ୍ତି ଯେ ତାଙ୍କୁ ଭାରତୀୟ ଶିକ୍ଷକମାନେ ପଢ଼ାଇଛନ୍ତି ଓ ସେମାନଙ୍କ ପାଇଁ ସେ ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି। ଆଜି ଟେଡ୍ରୋସ ମୋତେ କହିଛନ୍ତି ସେ ପକା ଗୁଜରାଟୀ ହୋଇଯାଇଛନ୍ତି। ତାଙ୍କ ପାଇଁ ମୁଁ କିଛି ନାଁ ଠିକ କରିଛି କି ସେ ମୋତେ ପ୍ରଶ୍ନ କରିଥିଲେ। ମୁଁ ତାଙ୍କୁ କହିବାକୁ ଚାହେଁ ଯେ ଜଣେ ଗୁଜରାଟୀ ଭାବେ ମୁଁ ତାଙ୍କୁ ତୁଳସୀ ଭାଇ ଭାବେ ଡାକିବାକୁ ବେଶୀ ପସନ୍ଦ କରିବି। ତୁଳସୀ ଏମିତି ଏକ ଗଛ, ଯାହାକୁ ଆଧୁନିକ ପିଢ଼ି ଭୁଲି ଗଲେଣି। ପୂର୍ବ ପିଢ଼ିମାନେ ତୁଳସୀକୁ ପୂଜା କରୁଥିଲେ। ବାହାଘର ବେଳେ ଆମେ ତୁଳସୀ ପ୍ଲାଣ୍ଟର ବ୍ୟବହାର କରୁ। ଆପଣ ଏବେ ଆମ ସହ ରହିଛନ୍ତି। ତେଣୁ ମୁଁ ଆପଣଙ୍କୁ ତୁଳସୀ ଭାଇ ବୋଲି ଡାକିବି।” ଏହା ଶୁଣି ଟେଡ୍ରୋସ ମଧ୍ୟ ସ୍ମିତ ହାସ୍ୟ ଦେଇଥିଲେ।

ଗୁଜରାଟରେ ୩ ଦିନିଆ ବିଶ୍ୱ ଆୟୁଶ ଇନଭେଷ୍ଟମେଣ୍ଟ ଓ ଇନୋଭେସନ ସମ୍ମିଳନୀକୁ ମୋଦି ଆଜି ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଟେଡ୍ରୋସଙ୍କ ବ୍ୟତୀତ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନାଥ ମଧ୍ୟ ଉପସ୍ଥିତ ରହିଥିଲେ। ଭାରତରେ ପାରମ୍ପରିକ ମେଡିସିନ ଓ ଚିକିତ୍ସା ପାଇଁ ଆଗ୍ରହୀ ଥିବା ବିଦେଶୀ ନାଗରିକଙ୍କ ପାଇଁ ଖୁବଶୀଘ୍ର ଆୟୁଶ ଭିସା ଆରମ୍ଭ କରାଯିବ ବୋଲି ମୋଦି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos