ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଟ୍ୟୁସନ ସାର୍‌ଙ୍କୁ ୨୦ ବର୍ଷ ଜେଲ

ଥାନେ: ଗୁରୁ ଭଳି ପବିତ୍ର ଶବ୍ଦରେ ଦାଗ ଲଗାଇଥିବା ଜଣେ ଟ୍ୟୁସନ ସାର୍‌ଙ୍କୁ ମିଳିଛି ଦଣ୍ଡ। ନଭି ମୁମ୍ବାଇରେ କୋଚିଂ ସେଣ୍ଟର ଖୋଲି ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ୪୪ ବର୍ଷୀୟ ସାର୍‌ଙ୍କୁ ୨୦ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ବୁଧବାର ନଭି ମୁମ୍ବାଇର ଜିଲ୍ଲା କୋର୍ଟ ଏହି ରାୟ ଶୁଣାଇଥିଲେ। ଆଡିସନାଲ ସେସନ୍ସ ଜଜ୍‌ ମାହେଶ୍ୱରୀ ବି ପଟୱାରୀ ଟ୍ୟୁସନ ସାର୍‌ ସଞ୍ଜୟ ବାଗଚନ୍ଦାନିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡବିଧାନ କରିଛନ୍ତି। ସରକାରୀ […]

stop-rape

stop-rape

Hemant Lenka
  • Published: Saturday, 17 September 2022
  • Updated: 17 September 2022, 07:13 AM IST

Sports

Latest News

ଥାନେ: ଗୁରୁ ଭଳି ପବିତ୍ର ଶବ୍ଦରେ ଦାଗ ଲଗାଇଥିବା ଜଣେ ଟ୍ୟୁସନ ସାର୍‌ଙ୍କୁ ମିଳିଛି ଦଣ୍ଡ। ନଭି ମୁମ୍ବାଇରେ କୋଚିଂ ସେଣ୍ଟର ଖୋଲି ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ୪୪ ବର୍ଷୀୟ ସାର୍‌ଙ୍କୁ ୨୦ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ବୁଧବାର ନଭି ମୁମ୍ବାଇର ଜିଲ୍ଲା କୋର୍ଟ ଏହି ରାୟ ଶୁଣାଇଥିଲେ।

ଆଡିସନାଲ ସେସନ୍ସ ଜଜ୍‌ ମାହେଶ୍ୱରୀ ବି ପଟୱାରୀ ଟ୍ୟୁସନ ସାର୍‌ ସଞ୍ଜୟ ବାଗଚନ୍ଦାନିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡବିଧାନ କରିଛନ୍ତି। ସରକାରୀ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ ପୀଡ଼ିତାଙ୍କ ବୟସ ୧୭ ବର୍ଷ ହୋଇଥିବା ବେଳେ ସେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିଲେ। ୨୦୧୯ ମସିହା ଅକ୍ଟୋବର ମାସରେ ପୂରା ଘଟଣା ଘଟିଥିଲା।

କ୍ଲାସ ଶେଷ ହେବା ପରେ ସଞ୍ଜୟ ସାର୍‌ ଛାତ୍ରୀଙ୍କୁ ସ୍ୱତନ୍ତ୍ର ନୋଟ ଦେବା ନାଁରେ ଏକୁଟିଆ ରହିବାକୁ କହିଥିଲେ। ଏହାପରେ ସେ ଛାତ୍ରୀଙ୍କୁ ନିଜ ଘରକୁ ନେଇଥିଲେ। ସେଠାରେ ସେ ତାଙ୍କୁ ଦୁଷ୍କର୍ମ କରିବା ସହ ଘଟଣାର ଭିଡିଓ ରେକର୍ଡ କରିଥିଲେ।

୨୦୨୦ ମସିହାରେ ଏକାଧିକ ଥର ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ସେ ଛାତ୍ରୀଙ୍କୁ ନିଜ ଘରକୁ ଡାକୁଥିଲେ ଓ ତାଙ୍କୁ ଦୁଷ୍କର୍ମ କରୁଥିଲେ। ଯେତେବେଳେ ଛାତ୍ରୀ ଜଣଙ୍କ ଏହାକୁ ବିରୋଧ କରୁଥିଲେ ସେତେବେଳେ ସେ ତାଙ୍କୁ ଧମକଚମକ ଦେଇ ଚୁପ କରି ଦେଉଥିଲେ।

ଶେଷରେ ସହିବାର ସୀମା ଟପି ଯିବାରୁ ଛାତ୍ରୀ ଜଣଙ୍କ ସବୁ କଥା ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକ ପୁଲିସ୍‌ରେ ଏନେଇ ଅଭିଯୋଗ କରିବା ପରେ ଟ୍ୟୁସନ ସାର୍‌ଙ୍କୁ ପୁଲିସ୍‌ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos