ଫେକ୍‌ ନ୍ୟୁଜ ପ୍ରସଙ୍ଗରେ ଟ୍ୱିଟର ଓ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ସୋଶାଲ ମିଡିଆ ପ୍ଲାଟଫର୍ମରେ ପ୍ରଚାର ହେଉଥିବା ଫେକ ନ୍ୟୁଜ, ଘୃଣାର ମେସେଜ, ଦେଶଦ୍ରୋହ ଓ ଅଶ୍ଳୀଳ କଣ୍ଟେଣ୍ଟକୁ ରୋକିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ହୋଇଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି। କୋର୍ଟ ଏହାର ଶୁଣାଣି କରି କେନ୍ଦ୍ର ସରକାର ଓ ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ନୋଟିସ କରିଛନ୍ତି। ଗତବର୍ଷ ମେ’ ମାସରେ ବିଜେପି ନେତା ବୀନିତ ଗୋଏଙ୍କା ଟ୍ୱିଟରରେ ପ୍ରଚାର ହେଉଥିବା କଣ୍ଟେଣ୍ଟକୁ ଯାଞ୍ଚ କରିବା ପାଇଁ ଗୋଟିଏ ବ୍ୟବସ୍ଥା କରିବାକୁ […]

Twitter

Twitter

Hemant Lenka
  • Published: Friday, 12 February 2021
  • Updated: 12 February 2021, 05:16 PM IST

Sports

Latest News

ନୂଆଦିଲ୍ଲୀ: ସୋଶାଲ ମିଡିଆ ପ୍ଲାଟଫର୍ମରେ ପ୍ରଚାର ହେଉଥିବା ଫେକ ନ୍ୟୁଜ, ଘୃଣାର ମେସେଜ, ଦେଶଦ୍ରୋହ ଓ ଅଶ୍ଳୀଳ କଣ୍ଟେଣ୍ଟକୁ ରୋକିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ହୋଇଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି। କୋର୍ଟ ଏହାର ଶୁଣାଣି କରି କେନ୍ଦ୍ର ସରକାର ଓ ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ନୋଟିସ କରିଛନ୍ତି।

ଗତବର୍ଷ ମେ’ ମାସରେ ବିଜେପି ନେତା ବୀନିତ ଗୋଏଙ୍କା ଟ୍ୱିଟରରେ ପ୍ରଚାର ହେଉଥିବା କଣ୍ଟେଣ୍ଟକୁ ଯାଞ୍ଚ କରିବା ପାଇଁ ଗୋଟିଏ ବ୍ୟବସ୍ଥା କରିବାକୁ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ତାଙ୍କ ଆବେଦନରେ କହିଥିଲେ ଯେ ବର୍ତ୍ତମାନ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାଁରେ ଫେକ୍‌ ଟ୍ୱିଟର ଓ ଫେସବୁକ ଆକାଉଣ୍ଟ ଖୋଲା ଯାଇଛି।

ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ଏଥିପାଇଁ ଦାବି ହୋଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ବିଭିନ୍ନ ରାଜନୀତିକ ଦଳ ଟ୍ୱିଟରକୁ ବ୍ୟବହାର କରି ସେମାନଙ୍କ ବିରୋଧୀଙ୍କ ନାଁରେ ଅପପ୍ରଚାର କରୁଛନ୍ତି। ବିଶେଷ କରି ନିର୍ବାଚନ ବେଳେ ଏପରି କରାଯାଉଥିବା ବିଜେପି ନେତା ଜଣଙ୍କ ତାଙ୍କ ଆବେଦନରେ କହିଥିଲେ।

ଅନ୍ୟପକ୍ଷରେ ଗଣତନ୍ତ୍ର ଦିବସ ହିଂସାକାଣ୍ଡ ପରେ ଭାରତ ସରକାର ଓ ଟ୍ୱିଟର ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ହିଂସାକୁ ଉସକାଇବାକୁ ପ୍ରୟାସ କରିଥିବା ୧୧ ଶହ ଆକାଉଣ୍ଟ ବନ୍ଦ କରିବାକୁ ଭାରତ ସରକାର ଟ୍ୱିଟରକୁ କହିଥିଲେ। ହେଲେ ଟ୍ୱିଟର ୫୦୦ଟି ଆକାଉଣ୍ଟ ବନ୍ଦ କରିଛି।

ସେହିପରି ବାକ୍‌ ସ୍ୱାଧୀନତା କଥା କହି ଅନ୍ୟ ଆକାଉଣ୍ଟ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି। ଏହାକୁ ନେଇ ଟ୍ୱିଟରକୁ ଭାରତ ସରକାର କଡ଼ା ଚେନାବନୀ ଦେଇଛନ୍ତି। ଭାରତରେ ବ୍ୟବସାୟ କରିବାକୁ ହେଲେ ଟ୍ୱିଟରକୁ ଭାରତୀୟ ଆଇନକୁ ମାନିବାକୁ ପଡ଼ିବ ବୋଲି ମଧ୍ୟ ସରକାର କହିଛନ୍ତି। ଏସବୁ ଭିତରେ ଆଜି ସୁପ୍ରିମକୋର୍ଟ ଫେକ ନ୍ୟୁଜ ପ୍ରସଙ୍ଗରେ ଟ୍ୱିଟର ଓ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos