ସଡ଼କ ଦୁର୍ଘଟଣାରେ ସାବଧାନ ଇଣ୍ଡିଆର ଦୁଇ ସଦସ୍ୟ ମୃତ

ମୁମ୍ବାଇ: ଲୋକପ୍ରିୟ ଟିଭି ଶୋ’ ସାବଧାନ ଇଣ୍ଡିଆରର ଦୁଇ ଜଣ ସଦସ୍ୟ ଆଜି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେମାନେ ଷ୍ଟାର ଭାରତ ଶୋ’ର ଶୁଟିଂ ସେଟ୍‌ରୁ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁଇ ଜଣ ଯାକ ଦୀର୍ଘ ୨୦ ଘଣ୍ଟା ଧରି ସେଟରେ କାମ କରିବା ପରେ ଫେରୁଥିଲେ।

ଇ-ଟାଇମ୍ସ ଟିଭିରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ସାବଧାନ ଇଣ୍ଡିଆ କାର୍ଯ୍ୟକ୍ରମର ଆସିସଷ୍ଟାଣ୍ଟ ନିର୍ଦ୍ଦେଶ ଭାବେ କାମ ପ୍ରମୋଦ କାମ କରନ୍ତି। ସେ ଆଜି ଭୋର୍‌ ସମୟରେ ଶୁଟିଂ ସେଟ୍‌ରୁ ତାଙ୍କ ଜଣେ ସହଯୋଗୀଙ୍କୁ ଧରି ବାଇକ୍‌ରେ ଘରକୁ ଫେରୁଥିଲେ। ତେବେ ଭୋର ୪.୩୦ରେ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ତୁରନ୍ତ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

ଶୁକ୍ରବାର ୭.୩୦ରୁ ସାବଧାନ ଇଣ୍ଡିଆ କାର୍ଯ୍ୟକ୍ରମର ଶୁଟିଂ ଆରମ୍ଭ ହୋଇଥିଲା। ଏହା ତା’ ପରଦିନ ଭୋର ୩.୩୦ ଯାଏ ଚାଲିଥିଲା। ଶୁଟିଂ ଶେଷ ହେବା ପରେ ପ୍ରମୋଦ ବାଇକ ଧରି ଘରକୁ ବାହାରିଥିଲେ। ହେଲେ କେମିତି ଦୁର୍ଘଟଣା ଘଟିଲା, ସେକଥା ଜଣାପଡ଼ିନି ବୋଲି ଆର୍ଟ ଡିରେକ୍ଟର୍ସ ଆସୋସିଏସନର ପୂର୍ବତନ ସାଧାରଣ ସମ୍ପାଦକ ଦିଲୀପ ପିଥୱା କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।