ସ୍ଥିତି ସଂଗୀନ: ଗୋଟିଏ ବେଡ୍‌ରେ ଦୁଇ ଜଣ କରୋନା ରୋଗୀଙ୍କ ଚିକିତ୍ସା

ନୂଆଦିଲ୍ଲୀ: ପ୍ରଥମ ଲହର ତୁଳନାରେ ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ପ୍ରଥମେ କେବଳ ମହାରାଷ୍ଟ୍ରର କରୋନା ସ୍ଥିତି ଅସମ୍ଭାଳ ହେଉଥିବା ବେଳେ ଏବେ ଏହା ଦିଲ୍ଲୀ ଠାରୁ ପଞ୍ଜାବ ଯାଏ ମାଡ଼ି ଗଲାଣି। ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ଏତେ ମାତ୍ରାରେ ବୃଦ୍ଧି ପାଉଛି ଯେ ଚିକିତ୍ସା ପାଇଁ ବେଡ୍‌ର ଅଭାବ ଦେଖାଗଲାଣି। ଗତକାଲି ୧୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜଧାନୀରେ ୧୬ ହଜାରରୁ ଅଧିକ ସଂକ୍ରମିତ […]

LNJP

LNJP

Hemant Lenka
  • Published: Thursday, 15 April 2021
  • Updated: 15 April 2021, 10:24 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଥମ ଲହର ତୁଳନାରେ ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ପ୍ରଥମେ କେବଳ ମହାରାଷ୍ଟ୍ରର କରୋନା ସ୍ଥିତି ଅସମ୍ଭାଳ ହେଉଥିବା ବେଳେ ଏବେ ଏହା ଦିଲ୍ଲୀ ଠାରୁ ପଞ୍ଜାବ ଯାଏ ମାଡ଼ି ଗଲାଣି। ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ଏତେ ମାତ୍ରାରେ ବୃଦ୍ଧି ପାଉଛି ଯେ ଚିକିତ୍ସା ପାଇଁ ବେଡ୍‌ର ଅଭାବ ଦେଖାଗଲାଣି।

ଗତକାଲି ୧୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜଧାନୀରେ ୧୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ଦ୍ଧିତ କରୋନା ସଂକ୍ରମଣର ମୁକାବିଲା ପାଇଁ ହସ୍ପିଟାଲରେ ଦିଲ୍ଲୀ ସରକାର ବେଡ୍‌ ସଂଖ୍ୟା ବୃଦ୍ଧି କରୁଛନ୍ତି। ତଥାପି ବେଡ୍‌ର ଅଭାବ ଦେଖାଗଲାଣି।

ଦିଲ୍ଲୀରେ ଦୁଇ ଜଣ କରୋନା ରୋଗୀ କେମିତି ଗୋଟିଏ ବେଡ୍‌ରେ ଚିକିତ୍ସିତ ହେଉଛନ୍ତି, ତା’ର ଫଟୋ ସାମ୍ନାକୁ ଆସିଛି। ଉଭୟଙ୍କ ମୁହଁରେ ଅମ୍ଳଜାନ ଲାଗିଥିବା ବେଳେ ଉଭୟ ଗୋଟିଏ ବେଡ୍‌ରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଏହି ଫଟୋକୁ ଦେଇ ଦିଲ୍ଲୀରେ କରୋନା ସ୍ଥିତି କେତେ ଗମ୍ଭୀର ହୋଇଛି, ତାହା ସ୍ପଷ୍ଟ ଅନୁମେୟ ହେଉଛି।

ସୂଚନା ଅନୁସାରେ, ଦିଲ୍ଲୀର ସବୁଠାରୁ ବଡ଼ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲ(ଏଲଏନଜେପି) ହସ୍ପିଟାଲର କାଜୁଆଲିଟିରୁ ଏପରି ଘଟଣା ସାମ୍ନାକୁ ଆସିଛି। ଏଠାରେ ସ୍ୱତନ୍ତ୍ର ଭାବେ କୋଭିଡ୍‌ ଚିକିତ୍ସା ପାଇଁ ୧୫ଶହ ବେଡ୍‌ର ବ୍ୟବସ୍ଥା କରାଯାଇଛି। ତଥାପି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଲୋକଙ୍କୁ କାଜୁଆଲିଟିରେ ରଖା ଯାଇ ଗୋଟିଏ ବେଡ୍‌ରେ ଚିକିତ୍ସା ଦିଆଯାଉଛି।

ଗୁରୁବାର ଏକାଧିକ ଆମ୍ବୁଲାନ୍ସ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ଧାଡ଼ିରେ ଲାଗିଥିବା ମଧ୍ୟ ଦୃଶ୍ୟ ସାମ୍ନାକୁ ଆସିଛି। କିଛି କରୋନା ଆକ୍ରାନ୍ତ ଆମ୍ବୁଲାନ୍ସରେ ଆସୁଥିବା ବେଳେ ଆଉ କିଛି ବସ୍‌ ଓ ଅଟୋରେ ମଧ୍ୟ ଆସୁଛନ୍ତି। କେବଳ ଏହି ଦୁଇ ବ୍ୟକ୍ତି ନୁହନ୍ତି। ଜଣେ ପୁରୁଷ ଓ ଜଣେ ମହିଳା କରୋନା ଆକ୍ରାନ୍ତ ମଧ୍ୟ ଏଲଏନଜେପି ହସ୍ପିଟାଲର ଗୋଟିଏ ବେଡରେ ମୁହଁରେ ଅମ୍ଳଜାନ ଲଗାଇ ଚିକିତ୍ସିତ ହେଉଥିବା ଫଟୋ ସାମ୍ନାକୁ ଆସିଛି।

[caption id="" align="aligncenter" width="650"]fhhnotqg ଗୋଟିଏ ବେଡ୍‌ରେ ଦୁଇ କରୋନା ଆକ୍ରାନ୍ତ[/caption]

ହସ୍ପିଟାଲର ମେଡିକାଲ ଡାଇରେକ୍ଟର ସୁରେଶ କୁମାର କହିଛନ୍ତି, ନିଶ୍ଚିତ ଭାବେ କ୍ଷମତା ଠାରୁ ଅଧିକ ଚାପ ଆମ ଉପରେ ରହିଛି। ଆମେ ଏବେଠାରୁ ହିଁ ପୂର୍ଣ୍ଣ ଧାର୍ଯ୍ୟ କ୍ଷମତାରେ କାମ କରୁଛୁ। ପ୍ରଥମେ ହସ୍ପିଟାଲରେ ୫୪ଟି ଗୁରୁତର ରୋଗୀଙ୍କ ପାଇଁ ବେଡ୍‌ ଥିଲା। ଏହାକୁ ୩୦୦କୁ ବୃଦ୍ଧି କରାଯାଇଛି। ତଥାପି ଏହି ବେଡ୍‌ ମଧ୍ୟ ନିଅଣ୍ଟ ହେଲାଣି। ଆଜି ଆମ ପାଖକୁ ୧୫୮ ଜଣ କରୋନା ରୋଗୀ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କେବଳ ସଂକ୍ରମିତଙ୍କ ସଂଖ୍ୟା ନୁହେଁ, ମୃତ୍ୟୁସଂଖ୍ୟା ମଧ୍ୟ ଦିଲ୍ଲୀରେ ବଢ଼ୁଛି। ଏତେ ଲୋକ ଦୈନିକ ପ୍ରାଣ ହରାଉଛନ୍ତି ଯେ ଶବାଗାର ଫୁଲ ହୋଇଗଲାଣି। ୱାର୍ଡ ବାହାରେ ଦୀର୍ଘ ସମୟ ଧରି ମୃତଦେହ ଗୁଡ଼ିକ ମଧ୍ୟ ପଡ଼ି ରହୁଛି। ମୃତଦେହ ସଂଖ୍ୟା ଏତେ ମାତ୍ରାରେ ବଢ଼ି ଯାଇଛି ଯେ ନିଜ ପ୍ରିୟଜନଙ୍କ ଶବ ନେବାକୁ ପରିବାର ଲୋକ ଦୀର୍ଘ ସମୟ ଧରି ଶବାଗାର ବାହାରେ ଅପେକ୍ଷା କରୁଛନ୍ତି। ବେଡ୍ ପୂର୍ଣ୍ଣ ହୋଇଯିବାରୁ ବ୍ରୋକରମାନେ ମଧ୍ୟ ସକ୍ରିୟ ହୋଇ ଉଠିଛନ୍ତି। ସେମାନେ ଲୋକଙ୍କୁ ଠାରୁ ଟଙ୍କା ନେଇ ହସ୍ପିଟାଲରେ ବେଡ୍ ବ୍ୟବସ୍ଥା ମଧ୍ୟ କରୁଥିବା ଖବର ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos