୨ ବର୍ଷର ଶିଶୁଙ୍କ ସମେତ ପରିବାରର ୫ ଜଣଙ୍କୁ ବୀଭତ୍ସ ହତ୍ୟା

ପ୍ରୟାସଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜଣେ ୨ ବର୍ଷର ଶିଶୁଙ୍କ ସମେତ ଗୋଟିଏ ପରିବାରର ୫ ଜଣଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଜିଲ୍ଲାର ଖ୍ୱାଜାପୁର ଅଞ୍ଚଳରେ ଏହି ଲୋମହର୍ଷକାରୀ ଘଟଣା ଆଜି ସକାଳୁ ଘଟିଛି। ସମସ୍ତଙ୍କୁ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଘରେ ନିଆଁ ଲଗାଇବାକୁ ମଧ୍ୟ ଚେଷ୍ଟା କରିଥିଲେ। ତେବେ ନିଆଁ ଭୟଙ୍କର ରୂପ ଧାରଣ କରିବା ପୂର୍ବରୁ ଅଗ୍ନିଶମ ବାହିନୀ ଏହାକୁ ଆୟତ୍ତ କରିନେଇଛି। ରାମ କୁମାର ଯାଦବ(୫୫), ତାଙ୍କ ପତ୍ନୀ […]

UP

UP

Hemant Lenka
  • Published: Saturday, 23 April 2022
  • Updated: 23 April 2022, 02:01 PM IST

Sports

Latest News

ପ୍ରୟାସଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜଣେ ୨ ବର୍ଷର ଶିଶୁଙ୍କ ସମେତ ଗୋଟିଏ ପରିବାରର ୫ ଜଣଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଜିଲ୍ଲାର ଖ୍ୱାଜାପୁର ଅଞ୍ଚଳରେ ଏହି ଲୋମହର୍ଷକାରୀ ଘଟଣା ଆଜି ସକାଳୁ ଘଟିଛି। ସମସ୍ତଙ୍କୁ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଘରେ ନିଆଁ ଲଗାଇବାକୁ ମଧ୍ୟ ଚେଷ୍ଟା କରିଥିଲେ। ତେବେ ନିଆଁ ଭୟଙ୍କର ରୂପ ଧାରଣ କରିବା ପୂର୍ବରୁ ଅଗ୍ନିଶମ ବାହିନୀ ଏହାକୁ ଆୟତ୍ତ କରିନେଇଛି।

ରାମ କୁମାର ଯାଦବ(୫୫), ତାଙ୍କ ପତ୍ନୀ କୁସମ ଦେବୀ (୫୨), ଝିଅ ମନୀଷା (୨୫), ବୋହୂ ସବିତା(୨୭) ଓ ନାତୁଣୀ ମୀନାକ୍ଷୀ(୨) ହତ୍ୟାର ଶିକାର ହୋଇଛନ୍ତି। ତେବେ ରାମ କୁମାରଙ୍କ ଆଉ ଜଣେ ନାତୁଣୀ ସାକ୍ଷୀ(୫) ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଘଟଣା ବେଳେ ରାମ କୁମାରଙ୍କ ପୁଅ ସୁନୀଲ(୩୦) ଘରେ ନଥିଲେ। ଏବେ ସେ ପୂରା ଘଟଣା ଦେଖି ସ୍ତବ୍ଧ ହୋଇଯାଇଛନ୍ତି।

ବରିଷ୍ଠ ପୁଲିସ୍‌ ଅଧିକାରୀ ଅଜୟ କୁମାର କହିଛନ୍ତି, କ୍ଷତ ଚିହ୍ନରୁ ଜଣାପଡ଼ିଛି ଯେ ସମସ୍ତଙ୍କୁ ଲୁହା ରଡ୍‌ରେ ଆକ୍ରମଣ କରାଯାଇଛି। ସମସ୍ତଙ୍କ ମୁଣ୍ଡରେ ଆଘାତ ଲାଗିଛି। ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି ଓ ଏହି ଲୋମହର୍ଷଣକାରୀ ଘଟଣାର ତଦନ୍ତ ପାଇଁ ୭ଟି ଟିମ୍‌ ଗଠନ କରାଯାଇଛି। ସନ୍ଧାନୀକାରୀ କୁକୁର ଓ ଫରେନ୍ସିକ ଟିମ୍‌ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ବୋଲି ସେ କହିଛନ୍ତି।

ଅପରାଧର ସୂଚନା ପାଇ ଜିଲ୍ଲା ମାଜିଷ୍ଟ୍ରେଟ ସଞ୍ଜୟ କୁମାର ଖତ୍ରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ କହିଛନ୍ତି, “ଘରେ ନିଆଁ ଲାଗିଥିବା ନେଇ ପ୍ରଥମେ ପୁଲିସ୍‌କୁ ସୂଚନା ଦିଆଯାଇଥିଲା। ପୁଲିସ୍‌ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଘର ମଧ୍ୟରୁ ଧୂଆଁ ବାହାରୁ ଥିଲା। ତେଣୁ ତୁରନ୍ତ ଏହାକୁ ଆୟତ୍ତ କରାଯାଇଥିଲା। ଏହାପରେ ଘର ଭିତରୁ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିବା ୫ଟି ମୃତଦେହକୁ ଠାବ କରାଯାଇଥିଲା।

ପ୍ରଥମେ ନିଆଁ ଲାଗିଥିବା ପ୍ରକୋଷ୍ଠ ନିକଟରେ ଛୋଟ ଶିଶୁ ଓ ତାଙ୍କ ମା’ଙ୍କ ମୃତଦେହ ମିଳିଥିଲା। ଏହାପରେ ରାମ କୁମାର ଓ କୁସମ ଦେବୀଙ୍କ ମୃତଦେହ ଗୋଟିଏ ଦୌଡ଼ି ଖଟରୁ ଉଦ୍ଧାର କରାଯାଇଥିଲା। ଶେଷରେ ମନୀଷାଙ୍କ ମୃତଦେହ ମିଳିଥିଲା। ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାରର ପୂର୍ବ ଶତ୍ରୁତା ପାଇଁ ହତ୍ୟା କରାଯାଇଛି ବୋଲି ଜଣାପଡ଼ିନି। ସେହିପରି ଲୁଟ୍‌ ଉଦ୍ଦେଶ୍ୟରେ ହତ୍ୟାକାଣ୍ଡ ଘଟିଛି କି ନାହିଁ, ତା’ ମଧ୍ୟ ଯାଞ୍ଚ କରୁଛି। ପୁଲିସ୍‌ ସବୁ ଦିଗକୁ ବିଚାରକୁ ନେଇ ତଦନ୍ତ କରୁଛି।”

ଘଟଣାର ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ସେମାନେ ପୁଲିସ୍‌ ନିକଟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ପୁଲିସ୍‌ ଲୋକଙ୍କୁ ବୁଝାସୁଝା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story