ଚୋରି ହୋଇଗଲା ମିରାଜ ଯୁଦ୍ଧ ବିମାନର ଟାୟାର, ଏଫଆଇଆର ରୁଜୁ

ଲକ୍ଷ୍ନୌ: ଭାରତୀୟ ସେନା ବ୍ୟବହାର କରୁଥିବା ମିରାଜ ଯୁଦ୍ଧ ବିମାନର ଗୋଟିଏ ଟାୟାର ଚୋରି ହୋଇଯାଇଛି। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଥିବା ବକ୍ସି-କା-ତଲାବ ଏୟାରବେସ୍‌ରୁ ଟ୍ରକ୍‌ ଯୋଗେ ଯୋଧପୁର ଯାଉଥିବା ବେଳେ ଅଧା ବାଟରୁ ଏପରି ଟାୟାର ଚୋରି ଘଟଣା ଘଟିଛି। ଅଜଣା ଦୁର୍ବୃତ୍ତମାନେ ଟ୍ରକ୍‌ ଭିତରୁ ମିରାଜ ଯୁଦ୍ଧ ବିମାନର ଗୋଟିଏ ଟାୟାର ଚୋରି କରି ନେଇ ଯାଇଥିବାରୁ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୨୭ ବିଳମ୍ବିତ ରାତିରେ […]

Mirage

Mirage

Hemant Lenka
  • Published: Friday, 03 December 2021
  • Updated: 03 December 2021, 09:17 AM IST

Sports

Latest News

ଲକ୍ଷ୍ନୌ: ଭାରତୀୟ ସେନା ବ୍ୟବହାର କରୁଥିବା ମିରାଜ ଯୁଦ୍ଧ ବିମାନର ଗୋଟିଏ ଟାୟାର ଚୋରି ହୋଇଯାଇଛି। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଥିବା ବକ୍ସି-କା-ତଲାବ ଏୟାରବେସ୍‌ରୁ ଟ୍ରକ୍‌ ଯୋଗେ ଯୋଧପୁର ଯାଉଥିବା ବେଳେ ଅଧା ବାଟରୁ ଏପରି ଟାୟାର ଚୋରି ଘଟଣା ଘଟିଛି। ଅଜଣା ଦୁର୍ବୃତ୍ତମାନେ ଟ୍ରକ୍‌ ଭିତରୁ ମିରାଜ ଯୁଦ୍ଧ ବିମାନର ଗୋଟିଏ ଟାୟାର ଚୋରି କରି ନେଇ ଯାଇଥିବାରୁ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୨୭ ବିଳମ୍ବିତ ରାତିରେ ଏପରି ଘଟଣା ଘଟିଛି। ଲକ୍ଷ୍ନୌରେ ଥିବା ଶହୀଦ ପଥ ଦେଇ ଟ୍ରକଟି ଯାଉଥିବା ବେଳେ ମିରାଜ ଯୁଦ୍ଧ ବିମାନର ଟାୟାର ଚୋରି ହୋଇଛି। ଟ୍ରକ୍ ଡ୍ରାଇଭର ହେମ ସିଂହ ରାୱତ ଚୋରି କଥାକୁ ନିଶ୍ଚିତ କରିଛନ୍ତି।

ତାଙ୍କ କହିବା ଅନୁଯାୟୀ, ଶହୀଦ ପଥରେ ବେଶ ଟ୍ରାଫିକ ଜାମ ହୋଇଥିଲା। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଗୋଟିଏ ସ୍କୋପ୍ରିଓ ଯୋଗେ କନସାଇନମେଣ୍ଟ ଯାଉଥିବା ଟ୍ରକ୍‌ ନିକଟରେ ପହଞ୍ଚିଥିଲେ। ଏହାପରେ ଟାୟାର ବନ୍ଧା ଯାଇଥିବା ଷ୍ଟ୍ରାପକୁ କାଟି ଏହାକୁ ଚୋରି କରି ନେଇଥିଲେ।

ଟ୍ରକ୍‌ ଡ୍ରାଇଭର ହେମ ସିଂହ ରାୱତ ଏହା ଜାଣିବା ପୂର୍ବରୁ ଚୋରମାନେ ସେଠାରୁ ଖସି ଚାଲି ଯିବାକୁ ସକ୍ଷମ ହୋଇଥିଲେ। ଏହାପରେ ସେ ତୁରନ୍ତ ପୁଲିସ୍‌କୁ ଫୋନ କରିଥିଲେ। ପୁଲିସ୍‌ ଉକ୍ତ ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାତି ୧୨.୩୦ରୁ ୧ଟା ମଧ୍ୟରେ ଏପରି ଘଟଣା ଘଟିଛି।

ଟ୍ରାଫିକ ଜାମ ଯୋଗୁ ଟ୍ରକ୍‌ଟି ଧୀରେଧୀରେ ଯାଉଥିଲା। ତେଣୁ ଦୁର୍ବୃତ୍ତମାନେ ଟାୟାର ଷ୍ଟ୍ରାପକୁ କାଟିବାକୁ ସକ୍ଷମ ହୋଇଥିଲେ। ଘଟଣା ନଭେମ୍ବର ୨୭ରେ ଘଟିଥିବା ବେଳେ ଡିସେମ୍ବର ୧ରେ ଏନେଇ ଏଫଆଇଆର ରୁଜୁ କରାଯାଇଛି।

ଏବେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ରେଡ୍ କରୁଛି। ମିରାଜ ୨୦୦୦ ଯୁଦ୍ଧ ବିମାନର ୫ଟି ଟାୟାର ଲକ୍ଷ୍ନୌରୁ ଯୋଧପୁର ଯାଉଥିଲା। ଏହା ମଧ୍ୟରୁ ଗୋଟିଏ ଟାୟାର ଚୋରି ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos