୨୬୧୧ ନମ୍ବର ପାଇଁ ଅତିରିକ୍ତ ୫ ହଜାର ଟଙ୍କା ଦେଇଥିଲା ଉଦୟପୁର ହତ୍ୟାକାରୀ

ଜୟପୁର: ରାଜସ୍ଥାନ ଉଦୟପୁରରେ ଜଣେ ଟେଲରଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଦୁଇ ହତ୍ୟାକାରୀଙ୍କ ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଦୁଇ ହତ୍ୟାକାରୀଙ୍କ ଲିଙ୍କ ପାକିସ୍ତାନ ସହ ଥିବା ତଦନ୍ତ ବେଳେ ପୁଲିସ୍‌ ଜାଣିବାକୁ ପାଇଥିଲା। ଏବେ ସେମାନଙ୍କ ସମ୍ପର୍କରେ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଟେଲର କହ୍ନେୟା ଲାଲଙ୍କ ହତ୍ୟା ଘଟଣାରେ ପୁଲିସ୍‌ ଗସ ମହମ୍ମଦ ଓ ମହମ୍ମଦ ରିୟାଜ ଅନସାରୀକୁ ଗିରଫ କରିଛି। ଏମାନଙ୍କ ମଧ୍ୟରୁ ରିୟାଜ ତା’ ବାଇକ […]

2611

2611

Hemant Lenka
  • Published: Friday, 01 July 2022
  • Updated: 01 July 2022, 06:03 PM IST

Sports

Latest News

ଜୟପୁର: ରାଜସ୍ଥାନ ଉଦୟପୁରରେ ଜଣେ ଟେଲରଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଦୁଇ ହତ୍ୟାକାରୀଙ୍କ ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଦୁଇ ହତ୍ୟାକାରୀଙ୍କ ଲିଙ୍କ ପାକିସ୍ତାନ ସହ ଥିବା ତଦନ୍ତ ବେଳେ ପୁଲିସ୍‌ ଜାଣିବାକୁ ପାଇଥିଲା। ଏବେ ସେମାନଙ୍କ ସମ୍ପର୍କରେ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।

ଟେଲର କହ୍ନେୟା ଲାଲଙ୍କ ହତ୍ୟା ଘଟଣାରେ ପୁଲିସ୍‌ ଗସ ମହମ୍ମଦ ଓ ମହମ୍ମଦ ରିୟାଜ ଅନସାରୀକୁ ଗିରଫ କରିଛି। ଏମାନଙ୍କ ମଧ୍ୟରୁ ରିୟାଜ ତା’ ବାଇକ ପାଇଁ ୨୬୧୧ ନମ୍ବର ହାସଲ କରିବାକୁ ଅତିରିକ୍ତ ୫ ହଜାର ଟଙ୍କା ଖର୍ଚ୍ଚ କରିଥିଲା। ୨୦୦୮ ମସିହା ୨୬/୧୧ରେ ମୁମ୍ବାଇରେ ଭୟଙ୍କର ଆତଙ୍କୀ ହମଲା ହୋଇଥିଲା। ଏହା ୨୬/୧୧ ନାଁରେ ଜଣାଣୁଣା। ତେଣୁ ରିୟାଜ ୨୬୧୧ ନମ୍ବର ହାସଲ କରିବାକୁ ଟଙ୍କା ଖର୍ଚ୍ଚ କରିଥିବା ପୁଲିସ୍‌ ଆଶଙ୍କା କରିଛି।

କହ୍ନେୟା ଲାଲଙ୍କୁ ଗଳା କାଟି ହତ୍ୟା କରିବା ପରେ ଗସ ମହମ୍ମଦ ଓ ରୟାଜ ଗୋଟିଏ ବାଇକରେ ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ପୁଲିସ୍‌ ସେମାନଙ୍କୁ ଗିରଫ କରିବା ସହ ବାଇକ ଜବତ କରିଥିଲା। ଏହି ବାଇକର ନମ୍ବର ହେଉଛି ‘ଆରଜେ ୨୭ଏଏସ୍‌ ୨୬୧୧”। ବର୍ତ୍ତମାନ ଏହି ଗାଡ଼ିଟି ଉଦୟପୁରର ଧନ ମଣ୍ଡି ପୁଲିସ ଷ୍ଟେସନରେ ପଡ଼ି ରହିଛି।

ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି ଯେ ରିୟାଜ ଗାଡ଼ି ନମ୍ବର ୨୬୧୧ ରଖିବାକୁ ଜାଣିଶୁଣି ଚାହୁଁଥିଲା। ତେଣୁ ସେ ନମ୍ବର ପ୍ଲେଟ ପାଇଁ ଅତିରିକ୍ତ ୫ ହଜାର ଟଙ୍କା ମଧ୍ୟ ଦେଇଥିଲା। ଏହି ନମ୍ବର ପ୍ଲେଟ ହିଁ ଆତଙ୍କବାଦ ଓ ଅପରାଧ ସହ ସେ କେଉଁ ଭଳି ଜଡ଼ିତ ରହିବାକୁ ଚାହୁଁଥିଲା, ସେକଥା ସ୍ପଷ୍ଟ କରୁଛି।

ଏହି ନମ୍ବର ପ୍ଲେଟ ଦ୍ୱାରା ୨୦୧୪ ବେଳେ ତା’ ମୁଣ୍ଡରେ କ’ଣ ଚାଲିଥିଲା, ସେକଥା ମଧ୍ୟ ଜଣାପଡ଼ିବ। କାରଣ ୨୦୧୪ରେ ରିୟାଜ ନେପାଳ ଯାଇଥିବା ତା’ର ପାସପୋର୍ଟରୁ ଜଣାପଡ଼ିଛି। ସେହିପରି ମୋବାଇଲ ଡାଟାରୁ ସେ ପାକିସ୍ତାନକୁ ଏକାଧିକ ଥର କଲ କରିଥିବା ପୁଲିସ୍‌ ଜାଣିବାକୁ ପାଇଛି।

୨୦୧୩ରେ ରିୟାଜ ଏଚଡିଏଫସିରୁ ଲୋନ ନେଇ ଏହି ବାଇକ କିଣିଥିଲା। ୨୦୧୪ ମାର୍ଚ୍ଚରୁ ଗାଡ଼ିର ଇନସ୍ୟୁରାନ୍ସ ସରି ଯାଇଛି। ଏହାକୁ ସେ ଆଉ ପୁନଃନବୀକରଣ କରିନାହିଁ। ତା’ ଗାଡ଼ି ନମ୍ବର ଦେଖି ପୁଲିସ୍‌ ଯାଞ୍ଚ ଆରମ୍ଭ କରିଥିଲା। ଏହି ସମୟରେ ହିଁ ଏପରି ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି।

କହ୍ନେୟା ଲାଲଙ୍କୁ ହତ୍ୟା କରିବା ଘଟଣାରେ ରିୟାଜ ଓ ଗସ ମହମ୍ମଦକୁ ଗତକାଲି କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଉଭୟ କୋର୍ଟରେ ହାଜର ହେବା ପରେ ଲୋକମାନେ ଭିଡ଼ ଜମାଇ ସେମାନଙ୍କ ବିରୋଧରେ ନାରାବାଜୀ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos