ଗୋଟିଏ ସ୍ଥାନରେ, ପୁଣି ଗୋଟିଏ ସମୟରେ ଏକାଠି ହେଲେ ଫଡନାଭିସ-ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଥିବା ବେଳେ ଗୋଟିଏ ସ୍ଥାନରେ ଓ ଗୋଟିଏ ସମୟରେ ଏକାଠି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ। କୋହ୍ଲାପୁରରେ ବନ୍ୟା କ୍ଷତିଗ୍ରସ୍ତଙ୍କ ଅବସ୍ଥା ବୁଝିବାକୁ ଗୋଟିଏ ସମୟରେ ଉଭୟ ପହଞ୍ଚିବାରୁ ପରସ୍ପରଙ୍କ ମଧ୍ୟରେ ଭେଟଘାଟ ହୋଇଛି। ଏକାଠି ଦେଖା ହେବା ପରେ ଉଭୟ ବନ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ପରସ୍ପର ସହ କଥା ହୋଇଛନ୍ତି। ଦୁଇ ଜଣ ମୁହାଁମୁହିଁ କଥା […]

BJP

BJP

Hemant Lenka
  • Published: Friday, 30 July 2021
  • Updated: 30 July 2021, 06:30 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଥିବା ବେଳେ ଗୋଟିଏ ସ୍ଥାନରେ ଓ ଗୋଟିଏ ସମୟରେ ଏକାଠି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ। କୋହ୍ଲାପୁରରେ ବନ୍ୟା କ୍ଷତିଗ୍ରସ୍ତଙ୍କ ଅବସ୍ଥା ବୁଝିବାକୁ ଗୋଟିଏ ସମୟରେ ଉଭୟ ପହଞ୍ଚିବାରୁ ପରସ୍ପରଙ୍କ ମଧ୍ୟରେ ଭେଟଘାଟ ହୋଇଛି।

ଏକାଠି ଦେଖା ହେବା ପରେ ଉଭୟ ବନ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ପରସ୍ପର ସହ କଥା ହୋଇଛନ୍ତି। ଦୁଇ ଜଣ ମୁହାଁମୁହିଁ କଥା ହେଉଥିବା ବେଳର ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଲୋକଙ୍କ ପାଇଁ ଉଭୟ ରାଜନୀତି ଛାଡ଼ି ସହଯୋଗ କରିବାକୁ ଆଗେଇ ଆସିଥିବାରୁ ଏହାକୁ ସବୁଆଡ଼େ ପ୍ରଶଂସା କରାଯାଇଛି।

ଭେଟଘାଟ ସମ୍ପର୍କରେ ଉଦ୍ଧବ ଠାକରେ କହିଛନ୍ତି, “ସେ(ଫଡନାଭିସ) ଏଠାକୁ ଆସିଥିବା ଜାଣି ମୁଁ ତାଙ୍କୁ କିଛି ସମୟ ରହିବାକୁ କହିଥିଲି। କାରଣ ମୁଁ ମଧ୍ୟ ଏଠାକୁ ଆସୁଥିଲି। ଆମେ ଏକାଠି ଲୋକଙ୍କୁ ସହଯୋଗ କରିବା ପାଇଁ କାମ କରୁଛୁ। ତେଣୁ ଏହାକୁ ରାଜନୀତି ସହ ଯୋଡ଼ିବା ଠିକ ନୁହେଁ। ସରକାରରେ ୩ଟି ଦଳ ରହିଛନ୍ତି ଓ ୪ର୍ଥ ଦଳକୁ ସେ ମଧ୍ୟ ପ୍ରତିନିଧିତ୍ୱ କରୁଛନ୍ତି। ଆମେ ବନ୍ୟା ସମ୍ପର୍କରେ ମୁମ୍ବାଇରେ ଗୋଟିଏ ବୈଠକ କରିବୁ। ମୁଁ ତାଙ୍କୁ କହିଛି ଯେ ଉକ୍ତ ବୈଠକକୁ ଆମେ ତାଙ୍କୁ ଡାକିବୁ।”

ଶ୍ରୀ ଫଡନାଭିସ ବନ୍ୟା ରିଲିଫର ଦୀର୍ଘକାଳୀନ ଯୋଜନା ସମ୍ପର୍କରେ ଉଦ୍ଧବ ଠାକରେଙ୍କ ସହ କଥା ହୋଇଥିବା କହିଛନ୍ତି। ସେ କହିଛନ୍ତି, “ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ ପରିସ୍ଥିତି ସମ୍ପର୍କରେ କଥା ହୋଇଛି। ସେ ଦୀର୍ଘ କାଳୀନ ଯୋଜନା ସମ୍ପର୍କରେ ଆମକୁ ଚିନ୍ତା କରିବାକୁ ପଡ଼ିବ ବୋଲି କହିଛନ୍ତି। ଏହି ଅଞ୍ଚଳର ଲୋକଙ୍କୁ ତତ୍କାଳୀନ ସହାୟତା ପ୍ରଦାନ କରିବାକୁ ମଧ୍ୟ ଆମେ କଥା ହୋଇଛୁ।”

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କିଛି ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ସୀତାରାମ କୁଣ୍ଟେଙ୍କୁ ଧରି ବନ୍ୟା ଅଞ୍ଚଳକୁ ଯାଇଥିଲେ। ଫଡନାଭିସ ବିଜେପି ନେତାମାନଙ୍କ ସହ ବନ୍ୟା ଅଞ୍ଚଳରେ ପହଞ୍ଚିଥିଲେ। ଉଦ୍ଧବ ଓ ଫଡନାଭିସ ଆଲୋଚନା କରୁଥିବା ବେଳେ ତାଙ୍କ ସମର୍ଥକମାନେ ଉଭୟଙ୍କୁ ଘେରି ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos