ବ୍ରିଟେନ ଷ୍ଟ୍ରେନ ପାଇଁ ରାଜଧାନୀରେ ଭୟଙ୍କର ହେଉଛି କରୋନା ସଂକ୍ରମଣ, ମିଳିଲା ପ୍ରମାଣ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନାର ଦ୍ରୁତ ସଂକ୍ରମଣ ପାଇଁ ଦାୟୀ ବ୍ରିଟେନ ଷ୍ଟ୍ରେନ। ବ୍ରିଟେନରେ ଦେଖାଯାଉଥିବା କରୋନାର ମାରାତ୍ମକ ତଥା ନୂଆ ରୂପ ରାଜଧାନୀର ସ୍ଥିତିକୁ ଅଧିକ ଜଟିଳ କରି ଦେଇଥିବା ପ୍ରମାଣ ଏବେ ବିଶେଷଜ୍ଞଙ୍କ ହାତରେ ଲାଗିଛି। ଏନସିଡିସି ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ, ଦିଲ୍ଲୀରୁ ପରୀକ୍ଷା ପାଇଁ ଆସିଥିବା ନମୁନା ଗୁଡ଼ିକ ମଧ୍ୟରୁ ୪୦୦ଟିରୁ ବ୍ରିଟେନ ଷ୍ଟ୍ରେନ ଓ ୭୬ଟିରୁ ଡବଲ ମ୍ୟୁଟାଣ୍ଟ ଭାଇରସ ଚିହ୍ନଟ କରାଯାଇଛି। ସେହିପରି ସମଗ୍ର ଭାରତରୁ […]

Delhi

Delhi

Hemant Lenka
  • Published: Friday, 23 April 2021
  • Updated: 23 April 2021, 08:26 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନାର ଦ୍ରୁତ ସଂକ୍ରମଣ ପାଇଁ ଦାୟୀ ବ୍ରିଟେନ ଷ୍ଟ୍ରେନ। ବ୍ରିଟେନରେ ଦେଖାଯାଉଥିବା କରୋନାର ମାରାତ୍ମକ ତଥା ନୂଆ ରୂପ ରାଜଧାନୀର ସ୍ଥିତିକୁ ଅଧିକ ଜଟିଳ କରି ଦେଇଥିବା ପ୍ରମାଣ ଏବେ ବିଶେଷଜ୍ଞଙ୍କ ହାତରେ ଲାଗିଛି। ଏନସିଡିସି ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ, ଦିଲ୍ଲୀରୁ ପରୀକ୍ଷା ପାଇଁ ଆସିଥିବା ନମୁନା ଗୁଡ଼ିକ ମଧ୍ୟରୁ ୪୦୦ଟିରୁ ବ୍ରିଟେନ ଷ୍ଟ୍ରେନ ଓ ୭୬ଟିରୁ ଡବଲ ମ୍ୟୁଟାଣ୍ଟ ଭାଇରସ ଚିହ୍ନଟ କରାଯାଇଛି।

ସେହିପରି ସମଗ୍ର ଭାରତରୁ ବ୍ରିଟେନ ଷ୍ଟ୍ରେନର ୧୬୪୪ଟି କେସ୍‌ ଠାବ ହୋଇଛି। ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ୧୧୨ ଜଣଙ୍କ ଶରୀରରେ, ଜଣଙ୍କ ଶରୀରରେ ବ୍ରାଜିଲ ଷ୍ଟ୍ରେନ ଓ ୭୩୨ ଜଣଙ୍କ ଶରୀରରୁ ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ ଠାବ କରାଯାଇଛି। ଏନସିଡିସି କହିଛି ଯେ ଦିଲ୍ଲୀର ବର୍ଦ୍ଧିତ ସଂକ୍ରମଣ ପଛରେ ବ୍ରିଟେନ ଷ୍ଟ୍ରେନର ବଳିଷ୍ଠ ଭୂମିକା ରହିଛି। ମାର୍ଚ୍ଚ ମାସ ତୁଳନାରେ ଦିଲ୍ଲୀରେ ଏବେ ବ୍ରିଟେନ ଷ୍ଟ୍ରେନର ସଂକ୍ରମିତ ମାମଲା ଦୁଇ ଗୁଣ ହୋଇଯାଇଛି। ମୋଟ ସଂକ୍ରମଣର ୫୦% ବ୍ରିଟେନ ଷ୍ଟ୍ରେନ ଯୋଗୁ ଘଟିଛି।

ଜେନମ ସିକ୍ୱେନ୍ସିଂ ଜରିଆରେ ଏହାକୁ ଠାବ କରାଯାଇଛି। ଦିଲ୍ଲୀ ବର୍ତ୍ତମାନ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ଆମେ ଏଠାରୁ ବ୍ରିଟେନ ଭାରିଆଣ୍ଟ ଓ ବି୧୬୧୭(ଡବଲ ମ୍ୟୁଟାଣ୍ଟ) ଭାରିଆଣ୍ଟ ଠାବ କରିଛୁ। ମାର୍ଚ୍ଚ ୨ରେ ବ୍ରିଟେନ ଷ୍ଟ୍ରେନରେ ସଂକ୍ରମିତଙ୍କ ସଂଖ୍ୟା ୨୮% ଥିବା ବେଳେ ମାର୍ଚ୍ଚ ଶେଷ ବେଳକୁ ଏହା ୫୦%ରେ ପହଞ୍ଚି ଯାଇଥିଲା। ୧୫,୧୩୫ଟି ନମୁନାର ଜେନମ ସିକ୍ୱେନ୍ସିଂ କରାଯାଇଥିଲା। ଏହା ମଧ୍ୟରୁ ୧୭୩୫ଟି ନମୁନାର ବିଭିନ୍ନ ପ୍ରକାରର ଷ୍ଟ୍ରେନ ଠାବ କରାଯାଇଛି।

ମହାରାଷ୍ଟ୍ରରେ ୬୪ଟି ବ୍ରିଟେନ ଷ୍ଟ୍ରେନ, ୬ଟି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ, ଗୋଟିଏ ବ୍ରାଜିଲ ଷ୍ଟ୍ରେନ ଓ ୪୨୭ଟି ଭାରତୀୟ ଡବଲ ମ୍ୟୁଟାଣ୍ଟ କେସ୍‌ ଠାବ ହୋଇଛି। ପଞ୍ଜାବରେ ୫୫୧ଟି ବ୍ରିଟେନ ଷ୍ଟ୍ରେନ, ଦକ୍ଷିଣ ଆଫ୍ରିକା ଷ୍ଟ୍ରେନର ୨ଟି ଓ ଗୋଟିଏ ଡବଲ ମ୍ୟୁଟାଣ୍ଟ କେସ୍‌ ଚିହ୍ନଟ ହୋଇଛି।

ତେଲେଙ୍ଗାନାରେ ୧୭୦ଟି ବ୍ରିଟେନ ଷ୍ଟ୍ରେନ, ୫୭ଟି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ଓ ୩ଟି ଡବଲ ମ୍ୟୁଟାଣ୍ଟ କେସ୍‌ ଠାବ ହୋଇଛି। ସେହିପରି ବେଙ୍ଗଲରେ ୪୦ଟି ବ୍ରିଟେନ ଷ୍ଟ୍ରେନ, ୯ଟି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ଓ ୧୨୪ଟି ଭାରତୀୟ ଡବଲ ମ୍ୟୁଟାଣ୍ଟ କେସ୍‌ ଚିହ୍ନଟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story