ମାଓବାଦୀଙ୍କ କବଜାରେ ନିଖୋଜ ଯବାନ! ମୋଦିଙ୍କୁ ଏମିତି ନିବେଦନ କଲେ ପତ୍ନୀ

ବିଜାପୁର: ନକ୍ସଲଙ୍କ ସହ ଏନକାଉଣ୍ଟର ବେଳେ ନିଖୋଜ ୩୫ ବର୍ଷୀୟ ସିଆରପିଏଫ କନଷ୍ଟେବଲ ରାକେଶ୍ୱର ସିଂହ ମାନହାସ କେଉଁଠି ଅଛନ୍ତି, ତା’ର ପତ୍ତା ମିଳୁନାହିଁ। ତାଙ୍କୁ ଠାବ କରିବା ପାଇଁ ଛତିଶଗଡ଼ର ବିଜାପୁର ସ୍ଥିତ ଏନକାଉଣ୍ଟ ସ୍ଥଳର ଆଖ ପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି। ଏସବୁ ଭିତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ଏନକାଉଣ୍ଟର ବେଳେ ନିଖୋଜ ହୋଇଥିବା ରାକେଶ୍ୱରଙ୍କୁ ମାଓବାଦୀମାନେ ପଣବନ୍ଦୀ କରି ରଖିଛନ୍ତି। ମାଓବାଦୀମାନେ ତାଙ୍କୁ […]

CRPF-jawan-Rakeshwar-Singh-Manhas

CRPF-jawan-Rakeshwar-Singh-Manhas

Hemant Lenka
  • Published: Monday, 05 April 2021
  • Updated: 05 April 2021, 06:08 PM IST

Sports

Latest News

ବିଜାପୁର: ନକ୍ସଲଙ୍କ ସହ ଏନକାଉଣ୍ଟର ବେଳେ ନିଖୋଜ ୩୫ ବର୍ଷୀୟ ସିଆରପିଏଫ କନଷ୍ଟେବଲ ରାକେଶ୍ୱର ସିଂହ ମାନହାସ କେଉଁଠି ଅଛନ୍ତି, ତା’ର ପତ୍ତା ମିଳୁନାହିଁ। ତାଙ୍କୁ ଠାବ କରିବା ପାଇଁ ଛତିଶଗଡ଼ର ବିଜାପୁର ସ୍ଥିତ ଏନକାଉଣ୍ଟ ସ୍ଥଳର ଆଖ ପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି। ଏସବୁ ଭିତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ରିପୋର୍ଟ ସାମ୍ନାକୁ ଆସିଛି।

ରିପୋର୍ଟ ଅନୁସାରେ ଏନକାଉଣ୍ଟର ବେଳେ ନିଖୋଜ ହୋଇଥିବା ରାକେଶ୍ୱରଙ୍କୁ ମାଓବାଦୀମାନେ ପଣବନ୍ଦୀ କରି ରଖିଛନ୍ତି। ମାଓବାଦୀମାନେ ତାଙ୍କୁ ଅପହରଣ କରି ନେଇଥିବା ଖବର ମିଳିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି। ସିଆରପିଏଫ ଅପହରଣ ସମ୍ପର୍କ ରିପୋର୍ଟକୁ ଖାରଜ କରିନାହିଁ। କିନ୍ତୁ ମାଓବାଦୀମାନେ ତାଙ୍କୁ ଛାଡ଼ିବା ପାଇଁ ଏଯାଏ କୌଣସି ଦାବି ରଖିନଥିବାରୁ ଏଥିରେ କେତେ ସତ୍ୟତା ରହିଛି, ତାହା ଜଣାପଡ଼ିନି।

ସ୍ଥାନୀୟ ଅଞ୍ଚଳର କିଛି ସାମ୍ବାଦିକଙ୍କୁ ଅଜଣା ନମ୍ବରରୁ ଫୋନ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣକ ରାକେଶ୍ୱର ମାଓବାଦୀଙ୍କ କବଜାରେ ଥିବା ଦାବି କରିଛି। ଏହି ବ୍ୟକ୍ତି ଜଣଙ୍କ କିଏ ଓ କାହିଁକି ସେ ସାମ୍ବାଦିକମାନଙ୍କୁ ଫୋନ କଲା, ତାହା ମଧ୍ୟ ଜଣାପଡ଼ିନାହିଁ। ସୋମବାର ଫୋନ ପାଇଥିବା ଜଣେ ସାମ୍ବାଦିକ କହିଛନ୍ତି, “କୁଖ୍ୟାତ ମାଓବାଦୀ ହିଡମା ନାଁରେ ଅଜଣା ନମ୍ବରରୁ ଫୋନ ଆସିଥିଲା। ଫୋନରେ ବ୍ୟକ୍ତି ଜଣଙ୍କ ନିଖୋଜ ରାକେଶ୍ୱର ମାଓବାଦୀଙ୍କ କବଜାରେ ଅଛନ୍ତି ବୋଲି କହିଥିଲେ। ସେହିପରି ସେ ସଂପୂର୍ଣ୍ଣ ସୁରକ୍ଷିତ ଥିବା ମଧ୍ୟ ଜଣାଇଛନ୍ତି। ହେଲେ ସେ ତାଙ୍କୁ ଛାଡ଼ିବା ପାଇଁ କୌଣସି ଦାବି ଉପସ୍ଥାପନ କରି ନଥିଲେ।”

[caption id="" align="aligncenter" width="1200"] ରାକେଶ୍ୱରଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ସିଆରପିଏଫ ଅଧିକାରୀ[/caption]

ଅନ୍ୟପକ୍ଷରେ ଜମ୍ମୁରେ ରହୁଥିବା ରାକେଶ୍ୱରଙ୍କ ପତ୍ନୀ ଓ ପରିବାର ଲୋକଙ୍କୁ ସିଆରପିଏଫର ଗୋଟିଏ ଟିମ୍ ଭେଟିଛି। ଟିମ୍‌ରେ ଥିବା ଅଧିକାରୀମାନେ ପରିବାର ଲୋକଙ୍କୁ ଭେଟି ପଣବନ୍ଦୀ ସମ୍ପର୍କିତ ଖବରକୁ ଯାଞ୍ଚ କରାଯାଉଛି ଓ ମାଓବାଦୀଙ୍କ କବଳରୁ ରାକେଶ୍ୱରଙ୍କୁ ଉଦ୍ଧାର କରିବା ପାଇଁ ସବୁ ପ୍ରକାରର ଉଦ୍ୟମ ହେଉଛି ବୋଲି ଜଣାଇଛନ୍ତି।

ସିଆରପିଏଫ ଅଧିକାରୀ ଓ ରାକେଶ୍ୱରଙ୍କ ପତ୍ନୀ ମୀନୁ ମାନହାସ ଉକ୍ତ ଟିଭି ସାମ୍ବାଦିକଙ୍କ ସହ ଫୋନରେ କଥା ହୋଇଛନ୍ତି। ରାକେଶ୍ୱରଙ୍କୁ ମାଓବାଦୀମାନେ ଛାଡ଼ି ଦିଅନ୍ତୁ ବୋଲି ନିବେଦନ କରି ତାଙ୍କ ପତ୍ନୀ ଗୋଟିଏ ଭିଡିଓ ଜାରି କରନ୍ତୁ ବୋଲି ମଧ୍ୟ ସାମ୍ବାଦିକ ଜଣଙ୍କ ପରାମର୍ଶ ଦେଇଛନ୍ତି।

ମୀନୁ ମାନହାସ ପଣବନ୍ଦୀ ଖବର ପାଇବା ପରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ରାକେଶ୍ୱରଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, “ଆପଣ ଯେମିତି ପାକିସ୍ତାନରୁ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ସୁରକ୍ଷିତ ସ୍ୱଦେଶ ଆଣିଥିଲେ, ଠିକ୍‌ ସେହିପରି ମୋ ସ୍ୱାମୀଙ୍କୁ ମାଓବାଦୀଙ୍କ କବଳରୁ ଉଦ୍ଧାର କରି ଆଣନ୍ତୁ।”

ଶନିବାର ସୁକମା ଓ ବିଜାପୁର ସୀମାରେ ମାଓବାଦୀମାନେ ରକ୍ତର ହୋଲି ଖେଳିଥିଲେ। ଏଠାରେ ସୁରକ୍ଷାକର୍ମୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ୨୨ ଜଣ ଯବାନ ସହିଦ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos