୩ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ କାଲି କ୍ୟାବିନେଟରେ ଆସିବ ସ୍ୱତନ୍ତ୍ର ବିଲ୍‌

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ କେନ୍ଦ୍ର କ୍ୟାବିନେଟ। ଏହି ବୈଠକରେ ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଗୋଟିଏ ବିଲ୍‌ ଉପସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର ହେବ ବୋଲି ଘୋଷଣା କରିଥିଲେ। ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଚାଷୀଙ୍କୁ ଜଣାଇବା ପାଇଁ ଆସନ୍ତାକାଲି କ୍ୟାବିନେଟ ବୈଠକ ବସିବ। ବୈଠକରେ ୩ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ବିଲ୍‌ […]

Farmer.jpg1

Farmer.jpg1

Hemant Lenka
  • Published: Tuesday, 23 November 2021
  • Updated: 23 November 2021, 08:13 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ କେନ୍ଦ୍ର କ୍ୟାବିନେଟ। ଏହି ବୈଠକରେ ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଗୋଟିଏ ବିଲ୍‌ ଉପସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର ହେବ ବୋଲି ଘୋଷଣା କରିଥିଲେ। ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଚାଷୀଙ୍କୁ ଜଣାଇବା ପାଇଁ ଆସନ୍ତାକାଲି କ୍ୟାବିନେଟ ବୈଠକ ବସିବ। ବୈଠକରେ ୩ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ବିଲ୍‌ ଆସିବ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ କ୍ୟାବିନେଟ ବୈଠକ ବସିବ। ୩ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଆସିବାକୁ ଥିବା ଗୋଟିଏ ବିଲ୍‌କୁ କୃଷି ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା କରି ପ୍ରସ୍ତୁତ କରିଛି।

କ୍ୟାବିନେଟରେ ଏହି ବିଲ୍‌ ପାରିତ ହେବା ପରେ ଆସନ୍ତା ଶୀତ ଅଧିବେଶନରେ ଏହାକୁ ଗୃହରେ ଆଗତ କରାଯିବ। କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ହିଁ ଲୋକସଭାରେ ଏହାକୁ ପ୍ରଥମେ ଉପସ୍ଥାପନ କରିବେ। ପ୍ରସ୍ତାବିତ ବିଲ୍‌ରେ ଆଇନକୁ ଅକାମୀ କରିବାକୁ ସବୁ ପ୍ରକାରର ବ୍ୟବସ୍ଥା ରହିଛି।

କୃଷି ଆଇନ ଲାଗୁ ହେବା ପରେ ଦେଶରେ ଖୋଲିଥିବା ସମସ୍ତ ବୋର୍ଡକୁ ବନ୍ଦ କରିବା ପାଇଁ ପ୍ରସ୍ତାବିତ ବିଲରେ ଉଲ୍ଲେଖ କରାଯାଇଛି। ବୋର୍ଡ ଗୁଡ଼ିକ ନେଇଥିବା ନିଷ୍ପତ୍ତି ମଧ୍ୟ ପ୍ରସ୍ତାବିତ ବିଲ୍‌ ବଳରେ ଅସିଦ୍ଧ ଘୋଷଣା ହେବ। ଯଦି ନୂଆ କୃଷି ଆଇନ ବଳରେ କୌଣସି ଅଫିସ ଖୋଲିଥିବ, ତା’ହେଲେ ସେଗୁଡ଼ିକ ବି ବନ୍ଦ ହୋଇଯିବ। ତେଣୁ କେନ୍ଦ୍ର ସରକାର ୩ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଗୋଟିଏ ଉପଯୁକ୍ତ ବିଲ୍ ଆଣିବାକୁ ଯୋଜନା କରିଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ଦେଶକୁ ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ରେ ଆସିଥିବା ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଥିଲେ। ସେ କହିଥିଲେ, “ଆମେ କିଛି ଚାଷୀ ଭାଇଙ୍କୁ କୃଷି ଆଇନ ସମ୍ପର୍କରେ ବୁଝାଇବାକୁ ସକ୍ଷମ ହୋଇନୁ। ଏବେ କାହାକୁ ଦୋଷ ଦେବାର ସମୟ ନୁହେଁ। ମୁଁ ଆଜି ଆପଣମାନଙ୍କୁ କହୁଛି ଯେ ଆମେ ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ। ଏବେ ଆନ୍ଦୋଳନ କରୁଥିବା ଚାଷୀମାନେ ସେମାନଙ୍କ ଘର ଓ କ୍ଷେତକୁ ଫେରି ଯାଆନ୍ତୁ।”

ତେବେ ଚାଷୀମାନେ ଏହି ନିଷ୍ପତ୍ତିରେ ପୂରା ସନ୍ତୁଷ୍ଟ ହୋଇନାହାନ୍ତି। ସେମାନେ କୃଷି ଆଇନ ପ୍ରତ୍ୟାହାର ସହ ଏମଏସପି ଉପରେ ଆଇନଗତ ମାନ୍ୟତା ଦାବି କରୁଥିଲେ। କିନ୍ତୁ କେନ୍ଦ୍ର ସରକାର ଏଯାଏ ଏମଏସପି ଉପରେ ନିଷ୍ପତ୍ତି ନେଇ ନାହାନ୍ତି। ତେଣୁ ସେମାନେ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story