କେଉଁ ଟିକାର ମୂଲ୍ୟ କେତେ? ଦର ନିର୍ଦ୍ଧାରଣ କଲା କେନ୍ଦ୍ର

ନୂଆଦିଲ୍ଲୀ: ଘରୋଇ ହସ୍ପିଟାଲଗୁଡ଼ିକ ଲୋକଙ୍କ ଟିକାକରଣ କରିବା ପରେ କେଉଁ ଟିକା ବାବଦରେ କେତେ ଟଙ୍କା ନେବେ, ତା’ର ମୂଲ୍ୟ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଧାରଣ କରିଛି। ଗତକାଲି ମାଗଣା ଟିକା କଥା ଘୋଷଣା କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘରୋଇ ହସ୍ପିଟାଲଗୁଡ଼ିକ କମ୍ପାନୀ ଠାରୁ ୨୫% ଟିକା ସିଧାସଳଖ କିଣିପାରିବେ ବୋଲି କହିଥିଲେ। ଏଥିସହ ହସ୍ପିଟାଲଗୁଡ଼ିକ ସର୍ଭିସ ଚାର୍ଜ ବାବଦରେ ୧୫୦ ଟଙ୍କା ଲୋକଙ୍କ ଠାରୁ ନେବେ। ଏହି ଘୋଷଣାର ୨୪ ଘଣ୍ଟା ପରେ […]

Vaccine123

Vaccine123

Hemant Lenka
  • Published: Tuesday, 08 June 2021
  • Updated: 08 June 2021, 09:28 PM IST

Sports

Latest News

ନୂଆଦିଲ୍ଲୀ: ଘରୋଇ ହସ୍ପିଟାଲଗୁଡ଼ିକ ଲୋକଙ୍କ ଟିକାକରଣ କରିବା ପରେ କେଉଁ ଟିକା ବାବଦରେ କେତେ ଟଙ୍କା ନେବେ, ତା’ର ମୂଲ୍ୟ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଧାରଣ କରିଛି। ଗତକାଲି ମାଗଣା ଟିକା କଥା ଘୋଷଣା କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘରୋଇ ହସ୍ପିଟାଲଗୁଡ଼ିକ କମ୍ପାନୀ ଠାରୁ ୨୫% ଟିକା ସିଧାସଳଖ କିଣିପାରିବେ ବୋଲି କହିଥିଲେ।

ଏଥିସହ ହସ୍ପିଟାଲଗୁଡ଼ିକ ସର୍ଭିସ ଚାର୍ଜ ବାବଦରେ ୧୫୦ ଟଙ୍କା ଲୋକଙ୍କ ଠାରୁ ନେବେ। ଏହି ଘୋଷଣାର ୨୪ ଘଣ୍ଟା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଭିନ୍ନ ଟିକାର ଦର ନିର୍ଦ୍ଧାରଣ କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ, ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା କୋଭିସିଲ୍ଡ ଟିକାର ଗୋଟିଏ ଡୋଜର ଦର ବାବଦରେ ଘରୋଇ ହସ୍ପିଟାଲ ଗୁଡ଼ିକ ସର୍ବାଧିକ ୭୮୦ ଟଙ୍କା ଲୋକଙ୍କ ଠାରୁ ନେଇପାରିବେ। ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକାର ସର୍ବାଧିକ ଦର ୧୪୧୦ ଟଙ୍କା ରହିଛି।

ସେହିପରି ରୁଷ ଟିକା ସ୍ପୁଟନିକ ଭିର ଗୋଟିଏ ଡୋଜ୍‌ର ଦାମ ୧୧୪୫ ଟଙ୍କା ରଖା ଯାଇଛି। ଏହାଠାରୁ ଅଧିକ ଦାମ କୌଣସି ଘରୋଇ ହସ୍ପିଟାଲ ନେଇ ପାରିବେ ନାହିଁ ବୋଲି ମନ୍ତ୍ରଣାଳୟ କହିଛି।

ମନ୍ତ୍ରଣାଳୟ କହିଛି ଯେ, କୋଭିସିଲ୍ଡର ଡୋଜ ପିଛା ଦର କମ୍ପାନୀ ୬୦୦ ଟଙ୍କା ରଖିଛି। ଏଥିରେ ୩୦ ଟଙ୍କା ଜିଏସ୍‌ଟି ଓ ସର୍ଭିସ ଚାର୍ଜ ବାବଦରେ ୧୫୦ ଟଙ୍କା ଲାଗିବ। ଅର୍ଥାତ ଏହାର ଗୋଟିଏ ଡୋଜ୍‌ର ମୂଲ୍ୟ ୭୮୦ ଟଙ୍କା ରହିଛି।

ସେହିପରି କୋଭାକ୍ସିନର ଡୋଜ ପିଛା ଦାମ କମ୍ପାନୀ ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ୧୨ଶହ ଟଙ୍କା ରଖିଛି। ଏଥିରେ ଜିଏସ୍‌ଟି ୬୦ ଟଙ୍କା ଓ ସର୍ଭିସ ଚାର୍ଜ ୧୫୦ ଟଙ୍କା ମିଶାଇଲେ ଏହାର ଦାମ ୧୪୧୦ ଟଙ୍କା ହେଉଛି।

ରୁଷ ଟିକାର ଦାମ ୯୪୮ ଟଙ୍କା ରହିଥିବା ବେଳେ ଏହା ଉପରେ ଜିଏସଟି ୪୮ ଟଙ୍କା ଲାଗୁ ହେବ। ଏଥିସହ ସର୍ଭିସ ଚାର୍ଜ ମଧ୍ୟ ୧୫୦ ଟଙ୍କା ଲାଗିବ। ଏହାକୁ ମିଶାଇଲେ ଗୋଟିଏ ଡୋଜ୍‌ର ମୂଲ୍ୟ ୧୧୪୫ ଟଙ୍କା ହେଉଛି।  ସବୁ ଟିକା ଉପରେ ୫% ଜିଏସ୍‌ଟି ଲାଗୁଥିବା କେନ୍ଦ୍ର ସରକାର କହିଛନ୍ତି। ଏହା ଠାରୁ ଅଧିକ ଦାମ କେହି ବି ଚାର୍ଜ କରିପାରିବେ ନାହିଁ।

ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ସବୁଦିନ ଏହାକୁ ଚେକ୍‌ କରାଯିବ ଓ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଘରୋଇ ହସ୍ପିଟାଲ ଉପରେ ନଜର ରଖିବାକୁ କହିଛନ୍ତି। ସେମାନେ ଯେମିତି ସର୍ଭିସ ଚାର୍ଜ ବାବଦରେ ୧୫୦ ଟଙ୍କାରୁ ଅଧିକ ନନେବେ, ତା’ ନିଶ୍ଚିତ କରିବାକୁ ରାଜ୍ୟ ସରକାରମାନେ ପଦକ୍ଷେପ ନେବେ।

ଏହି ଦର କେବଳ ଘରୋଇ ହସ୍ପିଟାଲଗୁଡ଼ିକରେ ଲାଗୁ ହେବ। ସରକାରୀ ଟିକାକରଣ କେନ୍ଦ୍ରରେ ଲୋକମାନେ ମାଗଣାରେ ଡୋଜ୍‌ ନେଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos