କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ହେବେ କି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ?

ବେଙ୍ଗାଲୁରୁ: କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପା ଆସନ୍ତା ୨୬ ତାରିଖରେ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଜଣେ କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରାଧିକାରୀ ହେବେ ବୋଲି କୁହାଯାଉଛି। ବର୍ତ୍ତମାନ ମୋଦି ସରକାରେ କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ କାମ କରୁଥିବା ପ୍ରହ୍ଲାଦ ଯୋଶୀ କର୍ଣ୍ଣାଟକାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ଏ ସମ୍ପର୍କରେ ଶ୍ରୀ ଯୋଶୀ କିଛି ଜାଣି ନଥିବା କହିଛନ୍ତି। […]

Karnataka

Karnataka

Hemant Lenka
  • Published: Saturday, 24 July 2021
  • Updated: 24 July 2021, 05:48 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପା ଆସନ୍ତା ୨୬ ତାରିଖରେ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଜଣେ କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରାଧିକାରୀ ହେବେ ବୋଲି କୁହାଯାଉଛି। ବର୍ତ୍ତମାନ ମୋଦି ସରକାରେ କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ କାମ କରୁଥିବା ପ୍ରହ୍ଲାଦ ଯୋଶୀ କର୍ଣ୍ଣାଟକାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ତେବେ ଏ ସମ୍ପର୍କରେ ଶ୍ରୀ ଯୋଶୀ କିଛି ଜାଣି ନଥିବା କହିଛନ୍ତି। ବିଜେପିର ଶୀର୍ଷ ନେତାମାନେ ତାଙ୍କ ସହ ବିଏସ୍ ୟେଦ୍ଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସମ୍ପର୍କରେ କିଛି ବି କଥା ହୋଇନାହାନ୍ତି। ସେହିପରି ସେ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ସମ୍ପର୍କରେ କେହି ବି ତାଙ୍କୁ କିଛି କହି ନଥିବା ଶ୍ରୀ ଯୋଶୀ ଆଜି କହିଛନ୍ତି।

ସେ କହିଛନ୍ତି, “କେବଳ ମିଡିଆ ହିଁ ଏସବୁ ପ୍ରସଙ୍ଗରେ ଆଲୋଚନା କରୁଛି। କେନ୍ଦ୍ରୀୟ ନେତାମାନେ ୟେଦ୍ଦ୍ୟୁରପ୍ପାଙ୍କୁ ଇସ୍ତଫା ଦେବା ସମ୍ପର୍କରେ କିଛି ସୂଚନା ଦେଇନାହାନ୍ତି। ମୁଁ ତାଙ୍କର ଉତ୍ତରାଧିକାରୀ ହେବେ ବି ବୋଲି ମୋତେ କହି କହିନାହାନ୍ତି। କେବଳ ମିଡିଆ ହିଁ ଏସବୁ ବିଷୟରେ ଆଲୋଚନା କରୁଛି। ମୋ ସହ କେହି ଏ ବିଷୟରେ ଆଲୋଚନା କରି ନଥିବାରୁ, ଏହା ଉପରେ ପ୍ରତିକ୍ରିୟା ଦେବାର କୌଣସି ଆବଶ୍ୟକ ନାହିଁ।”

ତାଙ୍କୁ ସାମ୍ବାଦିକମାନେ ପଚାରିଥିଲେ ଯେ ଯଦି ସେ ମୁଖ୍ୟମନ୍ତ୍ରୀ ହୁଅନ୍ତି, ତା’ହେଲେ କ’ଣ ହେବ? କେନ୍ଦ୍ରମନ୍ତ୍ରୀ ଏହାର ଜବାବରେ କହିଛନ୍ତି, “ମୁଁ କେବେ ହେଲେ ଏମିତି ଅତିରଞ୍ଜିତ ଓ ଯଦି କିମ୍ବା କିନ୍ତୁ ପ୍ରଶ୍ନର ଉତ୍ତର ଦିଏ ନାହିଁ।” ଆଉ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବିଜେପିରେ କେହି ବି ହାଇକମାଣ୍ଡ ନାହାନ୍ତି। ହଁ ଜାତୀୟ ନେତୃବୃନ୍ଦ ରହିଛନ୍ତି।

ଆମେ ସମୟ ଅନୁସାରେ ଭିନ୍ନଭିନ୍ନ ନେତା ପାଇଛୁ। ପ୍ରଥମେ ରାଜନାଥ ସିଂହ ଥିଲେ। ଏହାପରେ ନୀତୀନ ଗଡ଼କରୀ ଓ ପରେ ଅମିତ ଶାହ ଅଧ୍ୟକ୍ଷ ହୋଇଥିଲେ। ଏବେ ଜେପି ନଡ୍ଡା ବିଜେପିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଆମର ସୁପ୍ରିମ ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେମାନେ ହିଁ ଏହା ଉପରେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀ ଯୋଶୀ ୨୦୦୪ରୁ ଧରୱାଡରୁ ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି। ସେ କର୍ଣ୍ଣାଟକାର ବିଜେପି ସଭାପତି ଭାବେ ୨୦୧୨ ଜୁଲାଇରୁ ୨୦୧୬ ମସିହା ଜାନୁଆରୀ ଯାଏ କାର୍ଯ୍ୟ କରିସାରିଛନ୍ତି। ଏବେ କର୍ଣ୍ଣାଟକାରେ ଦଳୀୟ ଅସନ୍ତୋଷ ଦେଖାଯାଇଛି।

ଶାସକ ଦଳରେ ଥିବା କିଛି ବିଧାୟକ ୟେଦ୍ଦ୍ୟୁରପ୍ପାଙ୍କୁ ବିରୋଧ କରୁଛନ୍ତି। ଏହି କାରଣରୁ ଦଳୀୟ ନେତୃବୃନ୍ଦ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ କହିଥିବା ଜଣାପଡ଼ିଛି। ଜୁଲାଇ ୨୬ରେ କର୍ଣ୍ଣାଟକାରେ କ୍ଷମତାସୀନ ବିଜେପି ସରକାରକୁ ଦୁଇ ବର୍ଷ ପୂରୁଛି। ଏଥିପାଇଁ ବିଧାୟକ ଦଳ ବୈଠକ ବସିବ। ଏହି ସମୟରେ ହିଁ ୟେଦ୍ଦ୍ୟୁରପ୍ପା ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos