ନୂଆବର୍ଷରୁ ନୂଆ ନିୟମ, ଟିକା ନେଇ ନଥିଲେ ସର୍ବସାଧାରଣ ସ୍ଥାନରେ ପ୍ରବେଶ ମନା

ଚଣ୍ଡିଗଡ଼: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟ ଡରାଉଥିବା ବେଳେ ଗୋଟିଏ ପରେ ଗୋଟିଏ ରାଜ୍ୟ କଟକଣା କଡ଼ାକଡ଼ି କରିବା ଆରମ୍ଭ କରିଛନ୍ତି। ଏହିକ୍ରମରେ ହରିଆଣା ସରକାର ନୂଆବର୍ଷ ଠାରୁ ରାଜ୍ୟରେ ନୂଆ ନିୟମ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଜାନୁଆରୀ ୧ ଠାରୁ ରାଜ୍ୟରେ ଟିକାକରଣ ବାଧ୍ୟତାମୂଳକ ହେବ। ଯେଉଁମାନେ ଟିକା ନେଇ ନଥିବେ, ସେମାନଙ୍କୁ ସର୍ବସାଧାରଣ ସ୍ଥାନରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏଥିସହ ହରିଆଣା ସରକାର ନାଇଟ କର୍ଫ୍ୟୁ ଲାଗୁ କରିବାକୁ ମଧ୍ୟ […]

corona

corona

Hemant Lenka
  • Published: Friday, 24 December 2021
  • Updated: 24 December 2021, 08:43 PM IST

Sports

Latest News

ଚଣ୍ଡିଗଡ଼: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟ ଡରାଉଥିବା ବେଳେ ଗୋଟିଏ ପରେ ଗୋଟିଏ ରାଜ୍ୟ କଟକଣା କଡ଼ାକଡ଼ି କରିବା ଆରମ୍ଭ କରିଛନ୍ତି। ଏହିକ୍ରମରେ ହରିଆଣା ସରକାର ନୂଆବର୍ଷ ଠାରୁ ରାଜ୍ୟରେ ନୂଆ ନିୟମ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଜାନୁଆରୀ ୧ ଠାରୁ ରାଜ୍ୟରେ ଟିକାକରଣ ବାଧ୍ୟତାମୂଳକ ହେବ।

ଯେଉଁମାନେ ଟିକା ନେଇ ନଥିବେ, ସେମାନଙ୍କୁ ସର୍ବସାଧାରଣ ସ୍ଥାନରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏଥିସହ ହରିଆଣା ସରକାର ନାଇଟ କର୍ଫ୍ୟୁ ଲାଗୁ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ରାତି ୧୧ଟାରୁ ଭୋର ୫ଟା ଯାଏ କର୍ଫ୍ୟୁ ଲାଗୁ ହେବ।

ଟିକା ନେବା ସ୍ୱେଚ୍ଛାକୃତ ହୋଇଥିଲେ ମଧ୍ୟ ଓମିକ୍ରନ ସଂକ୍ରମଣ ପାଇଁ ସମସ୍ତଙ୍କୁ ଡୋଜ୍ ନେବାକୁ କୁହାଯାଉଛି। ତଥାପି କିଛି ଲୋକ ଟିକା ନେବାକୁ ଆଗ୍ରହ ଦେଖାଉ ନାହାନ୍ତି। ଏଥିପାଇଁ ଜାନୁଆରୀ ୧ରୁ ଟିକା ନେଇ ନଥିବା ଲୋକଙ୍କୁ ବସ୍, ଟ୍ରେନ, ଶପିଂ ମଲ, ରେଷ୍ଟୁରାଣ୍ଟ, ପାର୍କ, ସିନେମା ହଲ, ଶୋଭାଯାତ୍ରା ଭଳି ସର୍ବସାଧାରଣ ସ୍ଥାନରେ ପ୍ରବେଶ ପାଇଁ ଅନୁମତି ମିଳିବନି। ସେହିପରି ସର୍ବସାଧାରଣ ସ୍ଥାନରେ ଏକକାଳୀନ ୨୦୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଏହି ୨୦୦ ଜଣିଆ ନିୟମ ଲାଗୁ ହେବ।

ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶ ପରେ ହରିଆଣାରେ ନାଇଟ କର୍ଫ୍ୟୁ ଲାଗୁ ହେବ। କେବଳ ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଛାଡ଼ି ରାତି ୧୧ଟାରୁ ଭୋର ୫ଟା ଯାଏ କେହି ବି ବାହାରକୁ ବାହାରି ପାରିବେ ନାହିଁ। ସମଗ୍ର ରାଜ୍ୟରେ ଏହି ନିୟମ ଲାଗୁ ହେବ। ଆଜି ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର କରୋନା ସ୍ଥିତିର ସମୀକ୍ଷା କରିଥିଲେ। ଏହାପରେ ସେ ନୂଆ କଟକଣା ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି, ମଲ, ବ୍ୟାଙ୍କ, ପରିବା ମାର୍କେଟ, ଅନ୍ୟ ବଜାର ଓ ଅଫିସ ଗୁଡ଼ିକରେ ପ୍ରବେଶ ପାଇଁ ଡବଲ ଡୋଜ୍‌ର ଟିକା ନିୟମ ବାଧ୍ୟତାମୂଳକ ହେବ।

ଏହି ସବୁ ସ୍ଥାନରେ ୨୦୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଜାନୁଆରୀ ୧ରୁ ଏହି ନିୟମ ଲାଗୁ ହେବ। କୋଭିଡ୍‌ର ଉଚିତ ବ୍ୟବହାର ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଖୋଲା ଓ ବନ୍ଦ ସ୍ଥାନରେ ୫୦% ଲୋକଙ୍କୁ ନେଇ ସେବା ଯୋଗାଇ ଦିଆଯିବ। ନୋ ମାସ୍କ, ନୋ ସର୍ଭିସ ନିୟମ ସବୁ ସ୍ଥାନରେ ଲାଗୁ ହେବ। ମାସ୍କ ପିନ୍ଧିଥିବା ଲୋକଙ୍କୁ ଘରୋଇ ଓ ସରକାରୀ ପରିବହନରେ ଯିବା ପାଇଁ ଅନୁମତି ମିଳିବ। ବାକି ନିୟମ ନଭେମ୍ବର ୨୭ରେ ଜାରି ଗାଇଡଲାଇନ ଅନୁସାରେ କାର୍ଯ୍ୟକାରୀ କରାଯିବ।

ଅନ୍ୟପକ୍ଷରେ ଚଣ୍ଡିଗଡ଼ ପ୍ରଶାସନ ମଧ୍ୟ କରୋନା ତୃତୀୟ ୱେଭକୁ ଦୃଷ୍ଟିରେ ରଖି ଟିକାକରଣକୁ ବାଧ୍ୟତାମୂଳକ କରିଛି। ଯେଉଁମାନେ ଟିକା ନେଇ ନଥିବେ, ସେମାନଙ୍କୁ ସର୍ବସାଧାରଣ ସ୍ଥାନରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ବୋଲି ପ୍ରଶାସନ କହିଛି। ଯଦି କେହି ନିୟମ ଉଲ୍ଲଙ୍ଘନ କରିବେ, ତା’ହେଲେ ସେମାନଙ୍କୁ ୫୦୦ ଟଙ୍କାର ଜୋରିମାନା ଦେବାକୁ ପଡ଼ିବ।

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮ ଛୁଇଁଛି। ଏମାନଙ୍କ ମଧ୍ୟରୁ ୧୪୪ ଜଣ ସୁସ୍ଥ ହୋଇ ସାରିଛନ୍ତି। ତେବେ ଏହା ଡେଲ୍ଟା ଠାରୁ ୩ ଗୁଣ ଅଧିକ ସଂକ୍ରାମକ ହୋଇଥିବାରୁ କେନ୍ଦ୍ର ସରକାର ନିକଟରେ ରାଜ୍ୟମାନଙ୍କୁ ସତର୍କ ରହିବାକୁ କହିଥିଲେ।

କଣ୍ଟେନମେଣ୍ଟ ଓ ନାଇଟ କର୍ଫ୍ୟୁ ସହ ଟିକାକରଣ ଜୋରଦାର କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ କଟକଣା ଲଗାଇବା ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story