ବେଦିରେ ଟଙ୍କା ଗଣି ଶିଶୁପାଳ ହୋଇ ଫେରିଲା ବର

ଲକ୍ଷ୍ନୌ: ବାଜାବାଣ ଧରି ଆସିଥିଲା ବର। ସାଙ୍ଗରେ ଆସିଥିଲେ ବରଯାତ୍ରୀ। ବ୍ୟାଣ୍ଡ, ବାଜା ଓ ବାରାତିରେ କମ୍ପିଥିଲା ପରିବେଶ। ବେଦି ବି ପ୍ରସ୍ତୁତ ଥିଲା। କନିଆଁ ବି ପ୍ରସ୍ତୁତ ଥିଲା। ହାତଗଣ୍ଠି ପଡ଼ିଥାନ୍ତା। ଉଭୟେ ହୋଇଥାନ୍ତେ ଜୀବନ ସାଥୀ। ହଠାତ୍‌ ସବୁ କିଛି ଗଡ଼ବଡ଼ ହୋଇଗଲା। ବର ମୁଣ୍ଡରୁ ଖସିପଡ଼ିଲା ନକଲି ଚୁଟି। ଆଉ ଭାବି ବର ହାତ ଧରିବାକୁ ମନା କରିଦେଲା କନିଆଁ। ବାହା ନହୋଇପାରି ଶିଶୁ ପାଳ ହୋଇଛି ବର। ଏମିତି ଏକ ଅଦ୍ଭୁତ […]

Marriage

Marriage

Tapas Behera
  • Published: Monday, 23 May 2022
  • Updated: 23 May 2022, 09:06 PM IST

Sports

Latest News

ଲକ୍ଷ୍ନୌ: ବାଜାବାଣ ଧରି ଆସିଥିଲା ବର। ସାଙ୍ଗରେ ଆସିଥିଲେ ବରଯାତ୍ରୀ। ବ୍ୟାଣ୍ଡ, ବାଜା ଓ ବାରାତିରେ କମ୍ପିଥିଲା ପରିବେଶ। ବେଦି ବି ପ୍ରସ୍ତୁତ ଥିଲା। କନିଆଁ ବି ପ୍ରସ୍ତୁତ ଥିଲା। ହାତଗଣ୍ଠି ପଡ଼ିଥାନ୍ତା। ଉଭୟେ ହୋଇଥାନ୍ତେ ଜୀବନ ସାଥୀ। ହଠାତ୍‌ ସବୁ କିଛି ଗଡ଼ବଡ଼ ହୋଇଗଲା। ବର ମୁଣ୍ଡରୁ ଖସିପଡ଼ିଲା ନକଲି ଚୁଟି। ଆଉ ଭାବି ବର ହାତ ଧରିବାକୁ ମନା କରିଦେଲା କନିଆଁ। ବାହା ନହୋଇପାରି ଶିଶୁ ପାଳ ହୋଇଛି ବର। ଏମିତି ଏକ ଅଦ୍ଭୁତ ଘଟଣା ଘଟିଛି ଉତ୍ତରପ୍ରଦେଶ ଉନ୍ନାଉ ଜିଲ୍ଲାରେ। ନିମିଷକ ମଧ୍ୟରେ ସବୁ ଖୁସି ପାଣିଫୁଟକା ଭଳି ମିଳାଇଯାଇଛି। ବର ଜଣକ ଚନ୍ଦା ହୋଇଥିବାରୁ ତାକୁ ଲୁଚାଇବାକୁ ଯାଇ ୱିଗ୍‌ ଲଗାଇ ଆସିଥିଲା। କିନ୍ତୁ ବେଦିରେ ହଠାତ୍ ୱିଗ୍‌ଟି ଖସିଯିବାରୁ କନିଆଁ ବାହା ହେବାକୁ ମନା କରିଦେଇଛି।

ଏହି ଘଟଣା ଆପଣଙ୍କୁ ଆୟୁଷ୍ମାନ ‌ଖୋରାନାଙ୍କ ‘ବାଲା’ ଫିଲ୍ମର କାହାଣୀକୁ ମନେପକାଇ ଦେବ। ୨୦୧୯ରେ ଆସିଥିବା ଏହି ସିନେମାର କହାଣୀ ଉପରୋକ୍ତ ଘଟଣାରେ ପ୍ରତିଫଳିତ ହୋଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର।  ମିଳିଥିବା ସୂଳଚନା ଅନୁଯାୟୀ ଉନ୍ନାଉର ସମ୍ପୃକ୍ତ ଯୁବକ ବାହା ହେବାକୁ ଆସିଥିଲେ। ବେଦି ଉପରେ ଅଧାକାମ ସରି ଯାଇଥିଲା। କିନ୍ତୁ ବିବାହ ମଝିରେ ଘଟିଲା ଅଘଟଣା। ବରା ମୁଣ୍ଡରୁ ଖସି ପଡ଼ିଲା ୱିଗ୍‌।

ଆଉ ଚନ୍ଦା ବରକୁ ବାହା ହେବାକୁ ମନା କରିଦେଇଥିଲା କନିଆଁ। ପରିବାର ଲୋକେ ଯୁବତୀଙ୍କୁ ଯେତେ ବୁଝାଇ ଥିଲେ ମଧ୍ୟ ସେ ରାଜି ହୋଇ ନଥିଲ। ସଙ୍ଗେ ସଙ୍ଗେ ପଞ୍ଚାୟତ ବୈଠକ ବସିଥିଲା। ଝିଅ ଘର କହିଥିଲେ ଯେ, ଏହି ବାହାର ଘର ପାଇଁ ୫.୬୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ତେଣୁ ଟଙ୍କା ଫେରେଇବାକରୁ ଦାବି କରିଥିଲେ ଝିଅଘର ଲୋକେ। ବର ନିଜର ଚନ୍ଦାପଣକୁ ଲୁଚାଇ ଆସିଥିବାରୁ ଝିଅ ଘର କଥା ମାନିବାକୁ ବାଧ୍ୟ ହୋଇଥିଲେ। ଆଉ ଝିଅ ଘର କରିଥିବା ଖର୍ଚ୍ଚ ଦେବାକୁ ରାଜି ହୋଇଥିଲେ। ଘଟଣାଟି ସ୍ଥାନୀୟ ଥନାରେ ପହଞ୍ଚିଥିଲା। ପୁଲିସର ହସ୍ତକ୍ଷେପ ପରେ ମଧ୍ୟ  ଝିଅ ବାହା ହେବାକୁ ଅରାଜି଼ ହୋଇଥିଲା।  ଏହା ପରେ ବରଯାତ୍ରୀ ସହ ବର ଘର ଲୋକେ ନିରାଣ ହୋଇ ଫେରିଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos