ଗୋଟିଏ ସନ୍ତାନ ଥିବା ଦମ୍ପତିଙ୍କୁ ମିଳିବ ଅଧିକ ଦରମା, ଆସୁଛି ନୂଆ ଆଇନ

ଲକ୍ଷ୍ନୌ: ରାଜ୍ୟରେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଉତ୍ତର ପ୍ରଦେଶ ସରକାର ଖୁବଶୀଘ୍ର ଗୋଟିଏ ଆଇନ ଆଣିବାକୁ ଯାଉଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆସିବା ପୂର୍ବରୁ ଏହାର ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ଗୋଟିଏ କିମ୍ବା ଦୁଇଟି ସନ୍ତାନଙ୍କୁ ଜନ୍ମ ଦେଇଥିବା ବାପା ମା’ଙ୍କୁ ସରକାର ସ୍ୱତନ୍ତ୍ର ଆର୍ଥିକ ସହାୟତା କରିବାକୁ ପ୍ରାବଧାନ କରିଛନ୍ତି। ସେହିପରି ଦୁଇରୁ ଅଧିକ ସନ୍ତାନ ଥିବା ବାପାମା’ଙ୍କୁ ଏକାଧିକ ସରକାରୀ ଯୋଜନାରୁ ବଞ୍ଚିତ କରିବା ପାଇଁ ନୂଆ ଡ୍ରାଫ୍ଟ ବିଲ୍‌ରେ ବ୍ୟବସ୍ଥା […]

Population

Population

Hemant Lenka
  • Published: Saturday, 10 July 2021
  • Updated: 10 July 2021, 03:41 PM IST

ଲକ୍ଷ୍ନୌ: ରାଜ୍ୟରେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଉତ୍ତର ପ୍ରଦେଶ ସରକାର ଖୁବଶୀଘ୍ର ଗୋଟିଏ ଆଇନ ଆଣିବାକୁ ଯାଉଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆସିବା ପୂର୍ବରୁ ଏହାର ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ଗୋଟିଏ କିମ୍ବା ଦୁଇଟି ସନ୍ତାନଙ୍କୁ ଜନ୍ମ ଦେଇଥିବା ବାପା ମା’ଙ୍କୁ ସରକାର ସ୍ୱତନ୍ତ୍ର ଆର୍ଥିକ ସହାୟତା କରିବାକୁ ପ୍ରାବଧାନ କରିଛନ୍ତି। ସେହିପରି ଦୁଇରୁ ଅଧିକ ସନ୍ତାନ ଥିବା ବାପାମା’ଙ୍କୁ ଏକାଧିକ ସରକାରୀ ଯୋଜନାରୁ ବଞ୍ଚିତ କରିବା ପାଇଁ ନୂଆ ଡ୍ରାଫ୍ଟ ବିଲ୍‌ରେ ବ୍ୟବସ୍ଥା ହୋଇଛି।

ସାମ୍ନାକୁ ଆସିଥିବା ଆଇନର ଡ୍ରାଫ୍ଟ ବିଲ୍‌ ଅନୁଯାୟୀ, ଦୁଇଟି ସନ୍ତାନର ବାପା କିମ୍ବା ମା’ଙ୍କୁ ଚାକିରି ସମୟରେ ଦୁଇଥର ଅତିରିକ୍ତ ଭାବେ ଦରମା ବୃଦ୍ଧି କରି ଦିଆଯିବ। ସେହିପରି ଘର କିମ୍ବା ପ୍ଲଟ କିଣିବା ବେଳେ ସବସିଡି, ବିଜୁଳି ବିଲ୍‌ ଓ ପାଣି ବିଲ୍‌ରେ ସବସିଡି ଏବଂ ଜାତୀୟ ପେନସନ ଯୋଜନାରେ ଇପିଏଫ ଉପରେ ୩%ଅଧିକ ଅର୍ଥ ଦିଆଯିବ।

ଗୋଟିଏ ସନ୍ତାନ ଥିବା ବାପା ମା’ଙ୍କୁ ଆହୁରି ଅଧିକ ସରକାରୀ ସୁବିଧାସୁଯୋଗ ମିଳିବ। ଏଭଳି ବାପା ମା’ଙ୍କ ଦରମା ୪ଥର ଅତିରିକ୍ତ ଭାବେ ବୃଦ୍ଧି କରାଯିବ। ସେମାନଙ୍କ ସନ୍ତାନଙ୍କୁ ୨୦ ବର୍ଷ ହେବା ଯାଏ ସରକାର ମାଗଣା ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବେ। ନାଁ ଲେଖାଇବା ବେଳେ ଅଗ୍ରାଧିକାର ଦିଆଯିବ। ଗ୍ରାଜ୍ୟୁଏସନ ଯାଏ ସରକାର ପାଠପଢ଼ାର ସମସ୍ତ ଖର୍ଚ୍ଚ ବହନ କରିବେ।

ସରକାରୀ ଚାକିରିରେ ନଥାଇ ମଧ୍ୟ ଦୁଇ ସନ୍ତାନ ନିୟମକୁ ପାଳନ କରୁଥିବା ଲୋକଙ୍କୁ ଉତ୍ତର ପ୍ରଦେଶ ସରକାର ପାଣି, ବିଜୁଳି, ଘର ଟିକସ, ଗୃହ ଋଣ ଭଳି କ୍ଷେତ୍ରରେ ସବସିଡି ଦେବେ।

ଅନ୍ୟପକ୍ଷରେ ଦୁଇ ସନ୍ତାନ ନିୟମକୁ ଉଲ୍ଲଙ୍ଘନ କରୁଥିବା ଲୋକଙ୍କୁ ସରକାରୀ ଯୋଜନାରୁ ବଞ୍ଚିତ ହେବାକୁ ପଡ଼ିବ। ସେମାନଙ୍କୁ ମିଳୁଥିବା ରାସନ ସାମଗ୍ରୀକୁ ୪ ଜଣଙ୍କ ମଧ୍ୟରେ ସୀମିତ ରଖାଯିବ। ସ୍ଥାନୀୟ ନିର୍ବାଚନରେ ସେମାନେ ଭାଗ ନେଇପାରିବେ ନାହିଁ। ସେହିପରି ୨ରୁ ଅଧିକ ସନ୍ତାନ ଥିବା ବାପା ମା’ ସରକାର ଚାକିରି ପାଇଁ ଆବେଦନ କରିପାରିବେ ନାହିଁ ବୋଲି ସରକାର ପ୍ରସ୍ତୁତ କରିଥିବା ଡ୍ରାଫ୍ଟରେ ଉଲ୍ଲେଖ କରିଛନ୍ତି।

ଏହି ଡ୍ରାଫ୍ଟ ବିଲ୍‌କୁ ଲ’ କମିଶନଙ୍କ ୱେବସାଇଟ୍‌ରେ ଅପଲୋଡ କରାଯାଇଛି। ଏହା ଉପରେ ଲୋକମାନେ ଜୁଲାଇ ୧୯ ତାରିଖ ସୁଦ୍ଧା ନିଜ ନିଜର ମତାମତ ସହ ପ୍ରସ୍ତାବ ଦେଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story