ଟିକେଟ ବାବଦରେ ଅଧିକ ୨୦ ଟଙ୍କା ନେଇଥିଲା ରେଲୱେ , ଏବେ ୧୫,୦୦୦ ଟଙ୍କା ଫେରାଇବ

ମଥୁରା: ଟ୍ରେନ୍‌ ଟିକେଟ ବାବଦରେ ଅଧିକ ୨୦ ଟଙ୍କା ନେଇଯାଇଥିଲା ରେଲୱେ। ଏବେ ସୁଦ୍ଧ ମୂଳ ସହ ଫେରାଇବ ୧୫,୦୦୦ ଟଙ୍କା। ଅଧିକ ୨୦ ଟଙ୍କା ନେଇଯାଇଥିବାରୁ ୨୧ ବର୍ଷ ଧରି ଧରି ଆଇନଗତ ଲଢ଼େଇ ପରେ ଜଣେ ଓକିଲଙ୍କ ପକ୍ଷରେ କୋର୍ଟ ରାୟ ଦେଇଛନ୍ତି। ସମ୍ପୃକ୍ତ ଓକିଲଙ୍କୁ  ବାର୍ଷିକ ୧୨ ପ୍ରତିଶତ ସୁଦ୍ଧ ଏବଂ କ୍ଷତିପୂରଣ ବାବଦକୁ ମୋଟ ୧୫,୦୦୦ ଟଙ୍କା ଫେରାଇବାକୁ ଏକ ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଓକିଲ ଜଣକ ହେଉଛନ୍ତି ମଥୁରାର ତୁଙ୍ଗନାଥ ଚତୁର୍ବେଦୀ। ୧୯୯୯ ଡିସେମ୍ବର ୨୫ ତାରିଖରେ ତୁଙ୍ଗନାଥ କେଣ୍ଟନମେଣ୍ଟରୁ  ମୋରଦାବାଦ  ଯିବା ପାଇଁ ୨ଟି ଟିକେଟ ମାଗିଥିଲେ। ଟିକେଟ କାଉଣ୍ଟରରେ ସେ ଦୁଇଟି ଟିକେ ମାଗିଥିଲେ। କିନ୍ତୁ କାଉଣ୍ଟର ପକ୍ଷରୁ ଟିକେଟ କ୍ଲର୍କ  ୭୦ ଟଙ୍କା ବଦଳରେ ୯୦ ଟଙ୍କା ଦାବି କରିଥିଲେ।  ୩୫ ଟଙ୍କା ହିସାବରେ ଦୁଇଟି ଟିକେଟକୁ  ୭୦ ଟଙ୍କା ନେବା କଥା । ହେଲେ ତାଙ୍କଠାରୁ ୯୦ ଟଙ୍କା ନିଆଯାଇଥିଲା।  ଏହି ସମୟରେ ସେ ଯୁକ୍ତି କରିଥିଲେ ମଧ୍ୟ ହଠାତ୍ ଟ୍ରେନ୍ ପଳାଇ ଆସିଥିଲା। ଏହାପରେ ଓକିଲ ଚତୁର୍ବେଦୀ ଟ୍ରେନ୍‌ରେ ତାଙ୍କ ଗନ୍ତବ୍ୟସ୍ତଳକୁ ପଳାଇ ଯାଇଥିଲେ। ପରେ ଚତୁର୍ବେଦୀ ଖାଉଟି ଅଦାଲତରେ ରେଲୱେ ବିରୋଧରେ ଦ୍ୱାରସ୍ଥ ହୋଇଥିଲେ।

ଟିକେଟ ବାବଦରେ ଅଧିକ ଟଙ୍କା ନେଇଥିବା ସେ ଦର୍ଶାଇଥିଲେ । ଏଥିରେ ମଥୁରା କେଣ୍ଟନେମେଣ୍ଟ ରେଲୱେ ଷ୍ଟେଶନ୍ ଟିକେଟ କ୍ଲକ,  ଉତ୍ତର-ପୂର୍ବତତଟ ରେଲୱେ ଗୋରଖପୁର ଜେନେରାଲା ମ୍ୟାନେଜରଙ୍କୁ ପାର୍ଟି କରାଯାଥିଲା। ତେବେ ୨୧ ବର୍ଷ ପରେ ଖାଉଟି ଅଦାଲତ ଆଡଭୋକେଟ୍ ଚତୁର୍ବେଦୀଙ୍କ ସପକ୍ଷରେ ରାୟ ପ୍ରଦାନ କରିଛନ୍ତି।  ରେଲୱେକୁ ୨୦ ଟଙ୍କା ସହ  , ବର୍ଷକୁ ୧୨ପ୍ରତିଶତ ସୁଧ ଏବଂ କ୍ଷତିପୂରଣ ବାବଦକୁ  ୧୫, ୦୦୦ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇନ୍ତି  । କୋର୍ଟ  ରେଳବାଇକୁ ୩୦ଦିନ ମଧ୍ୟରେ ଏହି ଅର୍ଥ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟାୟ ପାଇବା ପାଇଁ ସମୟ ଲାଗିଥିଲା। କିନ୍ତୁ ବେଆଇନ ଜିନିଷ ବିରୋଧରେ ଶେଷରେ ନିଷ୍ପତ୍ତି ଆସିଥିବାରୁ  ବୋଲି ମୁଁ ସନ୍ତୁଷ୍ଟ ବୋଲି ଶ୍ରୀ ଚତୁର୍ବେଦୀ କହିଛନ୍ତି।

ସେ କହିଛନ୍ତି ଯେ ତାଙ୍କ ପରିବାର ସଦସ୍ୟ ଏବଂ ପଡ଼ୋଶୀମାନେ ଏହି ମାମଲାକୁ ଛାଡ଼ିଦେବା ପାଇଁ ଅନେକ ଥର କହିଥିଲେ। କିନ୍ତୁ ସେ ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିଥିଲେ। ଏହି ରାୟ ଆସିବା ପରେ ଶ୍ରୀ ଚତୁର୍ବେଦୀଙ୍କ ପରିବାର ଏବଂ ପଡ଼ୋଶୀମାନେ ଖୁସି ପ୍ରକାଶ କରିଛନ୍ତି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।