ବଜ୍ରପାତରେ ଘର ଭୁଶୁଡ଼ିଲା , ମା-ପୁଅ ମୃତ

ମୁଜାଫରନଗର: ଏମତି ବି ମୃତ୍ୟୁ ଆସେ। ଘଡ଼ଘଡ଼ି ବଜ୍ରପାତ ଦାଉରୁ ରକ୍ଷା ପାଇବା ପାଇଁ ଯେଉଁ ଘରକୁ ମଣିଷ ସୁରକ୍ଷିତ ମଣେ ସେଇ ଘର ଉପରେ ପଡ଼ିଛି ମୃତ୍ୟୁର ଚଡ଼କ। ଆକାଶରୁ ଅକଷ୍ମାତ ଖସିଲା ମୃତ୍ୟୁ। ଆଉ ନିମିଷକ ମଧ୍ୟରେ ସବୁକିଛି ଉଜାଡ଼ିଦେଲା। ବଜ୍ରପାତ ଘଟି ଏକ ଘର ଭୁଶୁଡ଼ିପଡ଼ିବା  ସହ ସେଇ ଘରେ ଥିବା ମାଓ ପୁଅଙ୍କ ମୃତ୍ୟୁ ଗଟିଛି। ଉତ୍ତରପ୍ରଦେଶ ମୁଜାଫରନଗର ଏମିତି ଅଭାବନୀୟ ଘଟଣା ଘଟିଛି। ଏଥିରେ ଅଙ୍ଗୋରି ଦେବୀ(୫୫) ଏବଂ ତାଙ୍କ ପୁଅ ମୁନା(୩୦)ଙ୍କର ମୃତ୍ୟୁ ଘଟିଛି।  ଶନିବାର ରାତିରେ ମୁଜାଫର ନଗର  ତୁଲେଡ଼ି ଗ୍ରାମରେ ଏହି ଘଟଣା ଘଟିଛି। ସବଡିଭିଜନାଲ ମାଜିଷ୍ଟ୍ରେଟ୍‌ ଅଭିଷେକ କୁମାର କହିଛନ୍ତି ଯେ, କ୍ଷୟକ୍ଷତିର ଆକଳନ ପାଇଁ ରାଜସ୍ୱ ଟିମ୍‌ ସେଠାକୁ ପଠାଯାଇଛି। ପ୍ରାକୃତିକ ବିପର୍ଯ୍ୟୟକାରଣରୁ ମୃତ୍ୟୁ ଘଟିଥିବାରୁ ସମ୍ପୃକ୍ତ ପରିବାରକୁ ଆର୍ଥିକ ସହାୟାତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।